ସାବରୀମାଲା ପୋଷ୍ଟ ପାଇଁ ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକଙ୍କୁ ଗୋବର ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 25, 2019

ସାବରୀମାଲା ପୋଷ୍ଟ ପାଇଁ ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକଙ୍କୁ ଗୋବର ମାଡ଼

ଥ୍ରୀଶୁର: କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପ୍ରସଙ୍ଗରେ ସୋଶାଲ୍‌ ମିଡିଆରେ ମନ୍ତବ୍ୟ ଦେବା ଜାତୀୟ ପୁରସ୍କାର ପ୍ରାପ୍ତ ଫିଲ୍ମ ନିର୍ଦ୍ଦେଶକ ପ୍ରିୟନନ୍ଦନଙ୍କୁ ମହଙ୍ଗା ପଡ଼ିଛି। ଏଭଳି ସୋଶାଲ୍‌ ମିଡିଆ ପୋଷ୍ଟ ପାଇଁ ପ୍ରିୟନନ୍ଦନଙ୍କୁ ଦକ୍ଷିଣପନ୍ଥୀ ସଂଗଠନ ପକ୍ଷରୁ ଶୁକ୍ରବାର ସକାଳେ ଗୋବର ମାଡ଼ କରାଯାଇଛି। ପ୍ରିୟନନ୍ଦନଙ୍କ ଘର ନିକଟରେ ହିଁ ଏଭଳି ଘଟଣା ଘଟିଛି। ପ୍ରଥମେ ତାଙ୍କୁ କିଛି ଲୋକ ଆକ୍ରମଣ କରିବା ପରେ ପାଣିରେ ଗୋବର ମିଶାଇ ପ୍ରିୟନନ୍ଦନଙ୍କ ଉପରେ ଫୋପାଡ଼ି ଥିବା ଜଣେ ପୁଲିସ୍‌ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି। ଏବେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ନିର୍ଦ୍ଦେଶକ ପ୍ରିୟନନ୍ଦନ କହିଛନ୍ତି, “ ଆଜି ସକାଳ ପ୍ରାୟ ୯ଟା ବେଳେ ମୁଁ ମର୍ଣ୍ଣିୱାଲ୍କ ପାଇଁ ଯାଉଥିଲି। ମୁଁ ସର୍ବଦା ୭ଟା ବେଳେ ଯାଏ, କିନ୍ତୁ ଆଜି ସାମାନ୍ୟ ବିଳମ୍ବରେ ମୁଁ ବାହାରକୁ ବାହରିଥିଲି। ଏହି ସମୟରେ ପୂର୍ବରୁ ମୋତେ ଅପେକ୍ଷା କରିଥିବା କିଛି ଲୋକ ହଠାତ୍‌ ମୋତେ ଆକ୍ରମଣ କରିଥିଲେ। ଏହାପରେ ମୋତେ ସେମାନେ ମାଡ଼ ମାରିବା ସହ ମୋ ଉପରେ ଗୋବର ମିଶା ପାଣି ଢାଳିଥିଲେ।”

୫୩ ବର୍ଷୀୟ ପ୍ରିୟନନ୍ଦନ ତାଙ୍କ ଦ୍ୱିତୀୟ ଫିଲ୍ମ ପୁଲିଜନ୍ମ ପାଇଁ ଜାତୀୟ ପୁରସ୍କାର ୨୦୦୬ରେ ପାଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଦକ୍ଷିଣପନ୍ଥୀ ସଂଗଠନ ଗୁଡ଼ିକ ସାବରୀମାଲା ମନ୍ଦିରକୁ ମହିଳାମାନଙ୍କୁ ଛାଡ଼ୁନାହାନ୍ତି। ଏ ସମ୍ପର୍କରେ ପ୍ରିୟାନନ୍ଦନ ସୋଶାଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ଯେଉଁଥି ପାଇଁ ତାଙ୍କୁ ଆକ୍ରମଣ କରାଯାଇଥିବା ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter http://bit.ly/2DyUgID

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages