ଆସିଡିଟିରୁ ମୁକ୍ତି ପାଇଁ ଏହି ୬ଟି ସାମଗ୍ରୀରୁ ଦୂରେଇ ରୁହନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

ଆସିଡିଟିରୁ ମୁକ୍ତି ପାଇଁ ଏହି ୬ଟି ସାମଗ୍ରୀରୁ ଦୂରେଇ ରୁହନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଅନିୟମିତ ଜୀବନଚର୍ଯ୍ୟା ଓ ଖାଦ୍ୟ ଯୋଗୁ ଅଧିକାଂଶ ଲୋକ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ନ୍ତି। ଏହିଭଳି ଏକ ସ୍ୱାସ୍ଥ୍ୟ ସମସ୍ୟା ହେଉଛି ଆସିଡିଟି। ଆସିଡିଟି ବା ଅଜୀର୍ଣ୍ଣ ସମସ୍ୟା ଦେଖାଦେଲେ, ସାଧାରଣତଃ ପେଟ ଓ ଛାତିରେ ଜଳାପୋଡ଼ା ସହ ବାରମ୍ବାର ଆମ୍ୱିଳା ହାକୁଟି ହୋଇଥାଏ। ଏହା ବେଳେ ବେଳେ ଖୁବ୍‌ କଷ୍ଟଦାୟକ ବି ହୋଇଥାଏ। ଖାଇବା, ପିଇବାରେ ଅନିୟମିତତା ସାଙ୍ଗକୁ ଅନୁଚିତ ଖାଦ୍ୟାଭ୍ୟାସ ଆସିଡିଟିର ପ୍ରମୁଖ କାରଣ।

ତେବେ, ଆଜି ଆମେ ଆପଣଙ୍କୁ କିଛି ଏପରି ଖାଦ୍ୟ ସାମଗ୍ରୀ ବିଷୟରେ କହିବୁ, ଯେଉଁଥିରୁ ଦୂରେଇ ରହିଲେ ଆପଣଙ୍କୁ ଆଉ ଆସିଡିଟି ସମସ୍ୟା ଭୋଗିବାକୁ ପଡ଼ିବ ନାହିଁ।

୧.ଚକୋଲେଟ୍: ପ୍ରାୟ ଅଧିକାଂଶଙ୍କୁ ଚକୋଲେଟ୍‌ ଖୁବ୍‌ ଭଲ ଲାଗେ। ହେଲେ ଏହା ପେଟ ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ। ଚକୋଲେଟ୍‌ରେ କ୍ୟାଫିନ୍ ଓ ଥିୟୋବ୍ରୋମାଇନ୍ ପରି ପଦାର୍ଥ ରହିଛି, ଯାହା ଆସିଡିଟିର କାରଣ ସାଜିଥାଏ। ଏହା ସହ ଏଥିରେ ଥିବା ଅତ୍ୟଧିକ ମାତ୍ରାର କୋକୋ ସାମଗ୍ରୀ ଓ ଫ୍ୟାଟ୍‌ ମଧ୍ୟ ଶରୀର ପାଇଁ କ୍ଷତିକାରକ। ତେଣୁ ସମ୍ପୂର୍ଣ୍ଣ ବନ୍ଦ ନ ହେଲେ ବି ସୀମିତ ମାତ୍ରାରେ ଚକୋଲେଟ୍‌ ଖା’ନ୍ତୁ।

୨. ସୋଡ଼ା: ଆସିଡ଼ିଟି ହେବାରେ ସୋଡ଼ା ଓ ଅନ୍ୟ କାର୍ବୋନେଟେଡ୍ ପାନୀୟ ମଧ୍ୟ ପ୍ରମୁଖ କାରଣ ସାଜିଥାଏ। ଏସବୁ ପିଇବା ଦ୍ୱାରା ପେଟ ଭିତରେ କାର୍ବୋନେସନ୍‌ର ଫୋଟକା ସୃଷ୍ଟି ହୁଏ। ଫଳରେ ପେଟ ଜଳାପୋଡ଼ା ହୋଇଥାଏ।

୩.ଆଲ୍‌କହଲ୍: ବିଅର୍‌ ଓ ୱାଇନ୍ ପରି ମାଦକ ଦ୍ରବ୍ୟ ପେଟରେ ଗ୍ୟାଷ୍ଟ୍ରିକ୍‌ ଆସିଡ୍‌କୁ ବଢ଼ାଇବା ସହ ଶରୀରକୁ ଡିହାଇଡ୍ରେଟ୍‌ କରି ଆସିଡ୍‌ ସୃଷ୍ଟି କରିଥାଏ। କିନ୍ତୁ ତଥାପି ଯଦି ଆପଣ ଆଲ୍‌କହଲ୍‌ ପିଉଛନ୍ତି, ତେବେ ଏହାକୁ ସୋଡ଼ା କିମ୍ବା କାର୍ବୋନେଟେଡ୍ ଡ୍ରିଙ୍କ୍‌ସ୍‌ ସହ ମିଶାଇ ପିଅନ୍ତୁ ନାହିଁ।

୪. କ୍ୟାଫିନ୍: ଦିନରେ ଗୋଟିଏ କପ୍‌ ଚା’ କିମ୍ବା କଫି ପିଇବା ଉଚିତ୍। କିନ୍ତୁ ଏହା ଅତ୍ୟଧିକ ସେବନ କଲେ, ଆପଣ ଆସିଡିଟିର ଶିକାର ହେବେ। କାରଣ ଏଥିରେ କ୍ୟାଫିନ୍‌ର ମାତ୍ରା ଅଧିକ ଥାଏ। ଯାହା ଦ୍ୱାରା ପେଟ ଭିତରେ ଗ୍ୟାଷ୍ଟ୍ରିକ୍ ଆସିଡ୍‌ ସୃଷ୍ଟି ହୁଏ। ତେଣୁ କେବହେଲେ ଖାଲି ପେଟରେ ଚା’ କି କଫି ପିଅନ୍ତୁ ନାହିଁ।

୫. ତେଲ ମସଲାଯୁକ୍ତ ଖାଦ୍ୟ: ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇଲେ ଏହା ପେଟରେ ଅଧିକ ସମୟ ଯାଏ ହଜମ ନ ହୋଇ ରହିଥାଏ। ଫଳରେ ପାଚନ କ୍ରିୟା ପ୍ରଭାବିତ ହୋଇ ଆସିଡିଟି ହେବାର ଆଶଙ୍କା ବଢ଼ିଯାଏ। ଲଙ୍କା ଗୁଣ୍ଡ, ଗରମ ମସଲା ଓ ଗୋଲମରିଚ ମଧ୍ୟ ପ୍ରାକୃତିକ ରୂପରେ ହିଁ ଆସିଡିକ୍ ହୋଇଥାଏ। ଫଳରେ ଏ ସବୁ ଅଧିକ ଖାଇବା ଦ୍ୱାରା ଆସିଡିଟି ହୋଇଥାଏ। ଏହା ବ୍ୟତୀତ ଛଣା ଜିନିଷ ଓ ଫାଷ୍ଟଫୁଡ୍‌କୁ ମଧ୍ୟ ଆପଣଙ୍କ ନିୟମିତ ଖାଦ୍ୟ ତାଲିକାରୁ ବାଦ୍‌ ଦିଅନ୍ତୁ।

୬. ଖଟା ଫଳ: ସମସ୍ତେ ଜାଣନ୍ତି, ଫଳ ସ୍ୱାସ୍ଥ୍ୟ ପକ୍ଷେ ହିତକର। ହେଲେ କିଛି ଖଟା ଫଳ ଅଛି, ଯାହା ଖାଲି ପେଟରେ ଖାଇଲେ ଆସିଡିଟି ହେବାର ଆଶଙ୍କା ରହିଛି। କମଳା, ଲେମ୍ବୁ, ଟମାଟୋ, ଜାମୁ କୋଳି ପରି ଖଟା ଫଳ ଅତ୍ୟଧିକ ଅମ୍ଳିୟ ହୋଇଥାଏ। ତେଣୁ ଖାଲି ପେଟରେ ଏଗୁଡ଼ିକୁ ଖାଇଲେ, ଆସିଡିଟି ହୋଇ ପେଟ, ଛାତି ଜଳାପୋଡ଼ା କରିଥାଏ।



from Odisha Reporter http://bit.ly/2RVbdor

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages