ଫିଲ୍ମ କରିବାକୁ ବିକ୍ରି ହୋଇଗଲା ଘର, ଆଉ ସିନେମା ହେଲା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

ଫିଲ୍ମ କରିବାକୁ ବିକ୍ରି ହୋଇଗଲା ଘର, ଆଉ ସିନେମା ହେଲା…

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଦେଖିବାକୁ ଭଲ ଲାଗୁଥିବା ଜିନିଷ ପଛରେ କେତେ କଷ୍ଟ କରିବାକୁ ପଡ଼େ ତା’ର ଉଦାହରଣ ହେଉଛି ଫିଲ୍ମ ‘ଅଙ୍କୁଶ୍‌’। ୧୯୮୬ରେ ଆସିଥିବା ଏହି ଫିଲ୍ମ ପାଇଁ କେମିତି କସରତ କରିବାକୁ ପଡିଥିଲା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ଆଜିର ଯୁଗରେ ଟେକ୍ନୋଲୋଜି ଆମକୁ ଖୁବ୍‌ ସାହାଯ୍ୟ କରୁଛି। ରିଟେକ୍‌ ହେଉକି କି ଡବିଂ, ସବୁ କଥା ବଡ଼ ସୁରୁଖୁରୁରେ ହୋଇଯାଉଛି। ଖୁବ୍‌ କମ୍‌ ଖର୍ଚ୍ଚରେ ଭଲ ଫିଲ୍ମ ନିର୍ମାଣ ହୋଇପାରୁଛି। ହେଲେ ସେତେବେଳେ ସେମିତି ନ ଥିଲା। ବଲିଉଡ୍‌ ନିର୍ଦ୍ଦେଶକ ଏନ୍‌.ଚନ୍ଦ୍ରାଙ୍କ ସୁପରହିଟ୍‌ ଫିଲ୍ମ ଅଙ୍କୁଶ ଆପଣ ନିଶ୍ଚିତ ଦେଖିଥିବେ। ହେଲେ କେବେ ଅନୁମାନ କରିଛନ୍ତି କି, ପରଦା ପଛରେ ଥିବା ଏହି ଫିଲ୍ମ ତିଆରିର କାହାଣୀ ବାବଦରେ।

ଅନେକ ବର୍ଷ ପର୍ଯ୍ୟନ୍ତ ଜଣେ ଫିଲ୍ମ ଏଡିଟର ରହିବା ପରେ ଏନ୍‌.ଚନ୍ଦ୍ରା ଶେଷରେ ନିଜ ପ୍ରଥମ ଫିଲ୍ମ ନିର୍ମାଣ କରିବାକୁ ସାହାସ ବାନ୍ଧିଲେ। କାହାଣୀ ତ ପ୍ରସ୍ତୁତ ହୋଇ ରହିଥିଲା। କେବଳ ଆବଶ୍ୟକ ଥିଲେ ପ୍ରଯୋଜକଟିଏ। ସେ ସମୟରେ ଏନ୍‌.ଚନ୍ଦ୍ରା. ଜଣେ ଷ୍ଟ୍ରଗଲିଂ ଅଭିନେତାଙ୍କୁ ଭେଟି ଥିଲେ। ଯିଏକି ତାଙ୍କ ଫିଲ୍ମ ପ୍ରଡ୍ୟୁସ୍‌ କରିବାକୁ ପ୍ରସ୍ତୁତ ହୋଇଗଲେ।

ସେ ଟିକେ ଆଶ୍ଚର୍ଯ୍ୟ ହୋଇଥିଲେ ଆଉ କହିଥିଲେ ‘ଭାଇ ତୁମ ପାଖରେ ଏତେ ଟଙ୍କା ଆସିବ କେଉଁଠୁ’ ଯେ, ମୋ ଫିଲ୍ମ କରିବ ?

ଯୁବା ଅଭିନେତା ଜଣକ୍‌ ଏନ୍‌ ଚନ୍ଦ୍ରାଙ୍କୁ ପ୍ରତିଶ୍ରୁତି ଦେଇ କହିଥିଲେ ଯେ, ‘‘ଆପଣ ଚିନ୍ତା କରନ୍ତୁ ନାହିଁ। ଟଙ୍କା ବନ୍ଦୋବସ୍ତ ମୁଁ ନିଶ୍ଚିତ କରିବି।”

ତା’ପରେ ‘ଅଙ୍କୁସ୍‌’ ଫିଲ୍ମର ଶୁଟିଂ ଆରମ୍ଭ ହେଲା। ଫିଲ୍ମର ଦ୍ୱିତୀୟ ସିଡ୍ୟୁଲ୍‌ ଶୁଟିଂ ସରିଲା। ଆଉ ତାପରେ ସେଇଆ ହେଲା ଯାହା, ଏନ୍‌ ଚନ୍ଦ୍ରାଙ୍କୁ ଡ଼ର ଥିଲା। ସବୁ ଟଙ୍କା ସରିଗଲା। ଶେଷର ହତୋତ୍ସାହ ହୋଇ, ପତ୍ନୀ ଓ ଭଉଣୀଙ୍କର ସବୁ ଗହଣା ବିକ୍ରି କଲେ। କଥା ଏତିକିରେ ରହି ନ ଥିଲା। ଫିଲ୍ମ ପୂରା କରିବା ପାଇଁ ସେ ତାଙ୍କ ଘର ବି ବିକ୍ରି କରି ଦେଇଥିଲେ।

ଫାଇନାଲି, ଫିଲ୍ମ ପୂରା ଦେଶରେ ରିଲିଜ୍‌ ହୋଇଥିଲା। ଏନ୍‌.ଚନ୍ଦ୍ରା. ବର୍‌ଲୀର କୁପମ୍‌ କୁମ୍‌ ଥିଏଟରରେ ଲୋକମାନଙ୍କର ରେସ୍‌ପନ୍ସ ଦେଖିବାକୁ ଚାହିଁ ବସିଥିଲେ। ଖୁବ୍‌ ନର୍ଭସ୍‌ ଥିଲେ। ହେଲେ କଥାରେ ଅଛି ନା ‘ସବର କା ଫଲ୍‌ ମିଠା’। ଠିକ୍‌ ସେମିତି ମିଠା ହୋଇଗଲା ଚନ୍ଦ୍ରାଙ୍କ ମନ। ସଞ୍ଜ ନଇଁଲା ବେଳକୁ ଫିଲ୍ମ ହିଟ୍‌ ସାବ୍ୟସ୍ତ ହୋଇ ସାରିଥିଲା। ପରିଶ୍ରମ ସଫଳ ହୋଇଥିଲା।

‘ଅଙ୍କୁସ୍‌’ ଫିଲ୍ମର ଏତେ ଇମ୍ପ୍ୟାକ୍ଟ ଥିଲା ଯେ ମନ୍‌ମୋହନ୍‌ ଦିଶାଇଙ୍କ ଭଳି ବଡ଼ ବଡ଼ ଫିଲ୍ମ ନିର୍ମାତା ନିଜ ବ୍ୟାନରରେ ଫିଲ୍ମ ନିର୍ଦ୍ଦେଶନା ଦେବାକୁ ତାଙ୍କୁ ଆମନ୍ତ୍ରଣ କରିଥିଲେ। ‘ଅଙ୍କୁଶ୍‌’ରେ ନାନା ପାଟେକର ଅଭିନୟ କରିଥିଲେ। ଫିଲ୍ମରେ ୧୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ଫିଲ୍ମ ଟି ୯୫ ଲକ୍ଷ ଟଙ୍କା ଆୟ କରି ବ୍ଲକ୍‌ବଷ୍ଟର ହିଟ୍‌ ହୋଇଥିଲା।



from Odisha Reporter http://bit.ly/2HkjjTz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages