ଦଲାଲ୍‌ ପରମ୍ପରାକୁ ବନ୍ଦ କରିଛି ଏନ୍‌ଡିଏ ସରକାର: ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ଦଲାଲ୍‌ ପରମ୍ପରାକୁ ବନ୍ଦ କରିଛି ଏନ୍‌ଡିଏ ସରକାର: ମୋଦି

ବାରଣାସୀ: ଏନ୍‌ଡିଏ ମେଣ୍ଟ ସରକାର ଦେଶରେ ରାଜନୀତିକ ଆଲୋଚନାରେ ମଧ୍ୟସ୍ଥି ଏବଂ ଦଲାଲ ପରମ୍ପରାକୁ ବନ୍ଦ କରିଛି ବୋଲି ଆଜି ଦାବି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ବାରଣାସୀଠାରେ ୧୫ତମ ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ସେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, “କଂଗ୍ରେସ ନେତୃତ୍ୱାଧୀନ ପୂର୍ବର ୟୁପିଏ ସରକାର ଦୁର୍ନୀତି ବନ୍ଦ କରିବାପାଇଁ କିଛି ମଧ୍ୟ ପଦକ୍ଷେପ ନେଇନଥିଲେ। ବ୍ୟାପକ ଦୁର୍ନୀତି ଚାଲିଥିଲେ ମଧ୍ୟ ଏହାକୁ ବନ୍ଦ କରିବାପାଇଁ ନା ଇଛା ଥିଲା ନା ଉଦ୍ଦେଶ୍ୟ। କିନ୍ତୁ ଏନ୍‌ଡିଏ ସରକାର କ୍ଷମତାକୁ ଆସିବାପରେ ଦଲାଲ ପରମ୍ପରା ବନ୍ଦ କରାଯାଇ ଦୁର୍ନୀତି ଉପରେ ଲଗାମ ଲଗାଯାଇଛି।”

ମୋଦି ଆହୁରି ମଧ୍ୟ କହିଥିଲେ ଯେ, ସରକାରୀ ବିଭାଗଗୁଡ଼ିକରେ ଲୁଟ୍‌ ଚାଲୁ ରହିଥିଲା ଏବଂ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ କଂଗ୍ରେସ ଦଳ ଏବଂ ତାଙ୍କ ସରକାର କୌଣସି ପଦକ୍ଷେପ ନେଇନଥିଲେ। ଦେଶରେ ରହିଥିବା ବିଭିନ୍ନ ଗଳିଆକୁ ବନ୍ଦ କରିବା ବଦଳରେ ସେମାନେ ନିଜକୁ ସୁବିଧା ହେବାଭଳି କାମ କରୁଥିଲେ।

ଏହି କର୍ଯ୍ୟକ୍ରମରେ ସଦ୍ୟ ମୃତ୍ୟୁବରଣ କରିଥିବା ଲିଙ୍ଗାୟତ ସମ୍ପ୍ରଦାୟର ମହାନ ସାଧକ ଶିବକୁମାର ସ୍ୱାମୀଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ଶୋକପ୍ରକାଶ କରିଥିଲେ। ପ୍ରବାସୀ ଭାରତୀୟ ମାନେ ଦେଶର ବ୍ରାଣ୍ଡ ଆମ୍ବାସଡର ବୋଲି ଦର୍ଶାଇ ସେ କହିଥିଲେ, “ଆମର ଲକ୍ଷ୍ୟ ଏକ ବିଶ୍ୱ-ଏକ ସୂର୍ଯ୍ୟ- ଏକଜାତି। ସଂସ୍କାର, ପ୍ରଦର୍ଶନ ଏବଂ ପରିଦର୍ଶନ ଆମର ମନ୍ତ୍ର।”



from Odisha Reporter http://bit.ly/2CGw994

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages