ବାଲ୍‌ ଠାକ୍‌ରେଙ୍କ ପାଇଁ ମୁଁ ଆଜି ଜୀବିତ ଅଛି: ବିଗ୍ ‘ବି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ବାଲ୍‌ ଠାକ୍‌ରେଙ୍କ ପାଇଁ ମୁଁ ଆଜି ଜୀବିତ ଅଛି: ବିଗ୍ ‘ବି’

ମୁମ୍ୱାଇ(ଓଡ଼ିଶା ରିପୋର୍ଟର): ୧୯୮୨ ମସିହାର କଥା। ବେଙ୍ଗାଲୁରୁରେ ଚାଲିଥାଏ ଫିଲ୍ମ ‘କୁଲି’ର ଶୁଟିଂ। ହଠାତ୍‌ ଅଘଟଣ ଘଟିଲା। ଫିଲ୍ମର ନାୟକ ଅମିତାଭ୍‌ ବଚ୍ଚନ ଗୁରୁତର ଆହତ ହେଲେ। ପୂରା ଟିମ୍‌ ବିଚଳିତ ହୋଇ ପଡ଼ିଲା। କାରଣ ଅମିତାଭ ହିଁ ଥିଲେ ଫିଲ୍ମର ମୁଖ୍ୟ କଳାକାର। ଗୁରୁତର ଅବସ୍ଥାରେ ତାଙ୍କୁ ମୁମ୍ୱାଇ ସ୍ଥାନାନ୍ତର କରାଗଲା। କିନ୍ତୁ ପ୍ରବଳ ଝଡ଼ ତୋଫାନ ସାଙ୍ଗକୁ ବର୍ଷା ଯୋଗୁ ହସ୍ପିଟାଲ୍‌ ଯିବା ପାଇଁ ଆମ୍ୱୁଲାନ୍ସ ମିଳିଲା ନାହିଁ। ସେହି ସମୟରେ ବାଲ୍‌ ଠାକ୍‌ରେଙ୍କ ପାଖରେ ପହଞ୍ଚିଲା ଖବର। ସେ ତୁରନ୍ତ ଶିବସେନା ଆମ୍ୱୁଲାନ୍ସ ପଠାଇଲେ। ସୁପରଷ୍ଟାର୍‌ ଅମିତାଭ ବଚ୍ଚନଙ୍କୁ ହସ୍ପିଟାଲ୍‌ ପହଞ୍ଚାଇବା ପାଇଁ ସବୁ ବ୍ୟବସ୍ଥା ମଧ୍ୟ କରିଦେଲେ।

ଏ କଥା ସବୁ ଏବେ ମନେ ପକାଇଛନ୍ତି ଖୋଦ୍‌ ବିଗ୍ ‘ବି’।
‘ଠାକ୍‌ରେ’ ଫିଲ୍ମର ଟିଜର୍‌ ରିଲିଜ୍‌ ହେବା ଦିନ ବିଗ୍‌ ‘ବି’ ସେଠାରେ ଉପସ୍ଥିତ ରହି ଅତୀତର ଏହି ଦୁର୍ଘଟଣାକୁ ମନେ ପକାଇ କହିଛନ୍ତି, “କେବଳ ବାଲା ସାହେବ ଠାକ୍‌ରେଙ୍କ ପାଇଁ ମୁଁ ଆଜି ଜୀବିତ ଅଛି। ଯେତେବେଳେ ମୁଁ ବଡ଼ ବିପଦରେ ପଡ଼ିଥିଲି, ବାଲା ସାହେବ ମୋତେ ସାହାଯ୍ୟ କରିଥିଲେ। ସେହି ସମୟରେ ସାହାଯ୍ୟ ନ କରିଥିଲେ ମୁଁ ଆଜି ବଞ୍ଚି ନ ଥାନ୍ତି। ଆମେ ପରସ୍ପରର ଅତି ନିକଟତର ଏବଂ ମୁଁ ତାଙ୍କୁ ବହୁତ ସମ୍ମାନ କରେ।“

କେବଳ ଏତିକି ନୁହେଁ, ବିଗ୍‌ ‘ବି’ ବାଲା ସାହେବଙ୍କ ସହ ଥିବା ତାଙ୍କ ବନ୍ଧୁତାକୁ ନେଇ ଅନେକ କଥା ମଧ୍ୟ କହିଥିଲେ। ଅମିତାଭ୍ କହିଥିଲେ ଯେ ସେ ବାଲା ସାହେବଙ୍କୁ ତାଙ୍କ ପିତା ସଦୃଶ ସମ୍ମାନ କରନ୍ତି। ତାଙ୍କ ବିବାହ ପରେ ବାଲା ସାହେବ ଜୟାଙ୍କୁ ଦେଖିବା ପାଇଁ ତାଙ୍କ ଘରକୁ ନିମନ୍ତ୍ରଣ କରିଥିଲେ। ସେହି ସମୟରେ ବାଲା ସାହେବ ତାଙ୍କ ଘରେ ଜୟାଙ୍କୁ ନିଜ ବୋହୂ ପରି ଆଦର ସତ୍କାର କରିଥିଲେ। ଯାହା ତାଙ୍କୁ ଖୁବ୍‌ ଭଲ ଲାଗିଥିଲା। ଯେତେବେଳ ବିଗ୍‌ ‘ବି’ ବାଲା ସାହେବ୍‌ଙ୍କ ରୁମ୍‌ରେ ତାଙ୍କ ଫଟୋ ଦେଖିଥିଲେ, ସେ ଖୁସି ହେବା ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥିଲେ।

ଠାକ୍‌ରେଙ୍କ ଉପରେ ହୋଇଥିବା ବାୟୋପିକ୍‌କୁ ଅଭିଜିତ୍‌ ପାନ୍‌ସେ ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ନୱାଜୁଦ୍ଦିନ୍‌ ସିଦ୍ଦିକି ଟାଇଟଲ୍‌ ରୋଲ୍‌ରେ ଏବଂ ଅମ୍ରିତା ରାଓଙ୍କୁ ବାଲା ସାହେବ୍‌ଙ୍କ ପତ୍ନୀ ମୀନା ଠାକ୍‌ରେଙ୍କ ଚରିତ୍ରରେ ଦେଖିବାକୁ ମିଳିବ।
ଫିଲ୍ମଟି ଜାନୁଆରୀ ୨୫ରେ ରିଲିଜ୍‌ ହେବାକୁ ଯାଉଛି।



from Odisha Reporter http://bit.ly/2RFB7xi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages