
ନୀଳଗିରି (ବିଶ୍ୱମ୍ଭର ଦାସ): କଥାରେ ଅଛି, ଭଲମନ୍ଦରେ ବନ୍ଧୁ ପରିଜନ ଆସି ପାଖରେ ଛିଡ଼ା ହେବା ଆଗରୁ ଜଣେ ପାଖ ପଡ଼ୋଶୀ ଆସି ଛିଡ଼ା ହୋଇଥାନ୍ତି। ସେମାନଙ୍କ ସହ ସୁଖ ଦୁଃଖ ବାଣ୍ଟି ଜୀବନ କଟିଯାଇଥାଏ। ହେଲେ ଯେଉଁମାନଙ୍କ ସହ ପିଲାଦିନରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଦିନ କଟିଛି, ସେମାନେ କୋକେଇକୁ କାନ୍ଧ ଦେବାକୁ କେମିତି ନଆସିବେ? ହେଲେ ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ ଏମିତି ଘଟଣା ଘଟିଛି। ଜଣେ ବୃଦ୍ଧଙ୍କ ମୃତଦେହକୁ କାନ୍ଧ ଦେବାକୁ କେହିବି ପଡ଼ୋଶୀ ଆସିଲେ ନାହିଁ।
ଘଟଣାଟି ନୀଳଗିରିର ସଜନଗଡ଼ ଗାଁର ମକରା ବିନ୍ଧାଣୀ ନାମକ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା। ହେଲେ କୌଣସି କାରଣରୁ ମକରାଙ୍କ ପରିବାର ଓ ଗାଁ ଲୋକଙ୍କ ମଧ୍ୟରେ ବିବାଦ ଥିବାରୁ ମକରାଙ୍କ ଅନ୍ତିମ ସଂସ୍କାର ପାଇଁ କେହି ଆସିନଥିଲେ।
ଏପରିକି ମକରାଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କ ସଂସ୍କାର ମଧ୍ୟ କରିପାରି ନଥିଲେ।ଏମିତି ଅବସ୍ଥାରେ ମକରାଙ୍କ ମୃତଦେହ ଘରେ ୩ ଦିନ ପଡ଼ି ରହିବା ପରେ ଶେଷରେ ନିରୂପାୟ ହୋଇ ପରିବାର ଲୋକେ ପାଖ ଜଙ୍ଗଲରେ ତାଙ୍କୁ ପୋତି ଦେଇଛନ୍ତି।
from Odisha Reporter http://bit.ly/2SCPVZT
No comments:
Post a Comment