ଝିଅର ନାଁ କ’ଣ ରଖିଲେ ରୋହିତ ଶର୍ମା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

ଝିଅର ନାଁ କ’ଣ ରଖିଲେ ରୋହିତ ଶର୍ମା?

ମୁମ୍ବାଇ: ସଦ୍ୟ କନ୍ୟା ସନ୍ତାନର ବାପା ହୋଇଥିବା କ୍ରିକେଟ୍‌ ଷ୍ଟାର୍‌ ରୋହିତ ଶର୍ମା ଆଜି ଝିଅର ନାମ ଘୋଷଣା କରିଛନ୍ତି। ଟ୍ୱିଟର ଯୋଗେ ଏହି ଘୋଷଣା କରି ସେ ଝିଅର ନାମ ସମାୟରା ରଖିଥିବା ବିଷୟରେ କହିଛନ୍ତି।


ସେ ପତ୍ନୀ ରିତିକା ସଜ୍‌ଦେଙ୍କ ଏବଂ ଝିଅ ସହିତ ଏକ ଟ୍ୱିଟ୍‌ କରି ଝିଅ ବିଷୟରେ ଲେଖିଛନ୍ତି। ଏହି ଅବସରରେ ସେ ଝିଅ ପ୍ରତି ତାଙ୍କର ଅଜସ୍ର ଭଲପାଇବା ଏବଂ ତା’ର ଜନ୍ମ ନେବାର ଖୁସିକୁ ବ୍ୟକ୍ତ କରିବା ସହିତ ସେ ଆଡମ୍‌ ଲେଭିନ୍‌ଙ୍କ ଏକ ଗୀତ ‘ଗାର୍ଲସ ଲାଇକ୍‌ ୟୁ’ର ଭିଡିଓ ମଧ୍ୟ ଶେୟାର କରିଛନ୍ତି।

ସୂଚନାଯୋଗ୍ୟଯେ, ଝିଅ ଜନ୍ମର ଖବର ପାଇ ସେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ନଖେଳି ମୁମ୍ବାଇ ଚାଲିଆସିଥିଲେ। ସେ ଜାନୁଆରୀ ୧୨ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ୍‌ରେ ଖେଳିବାପାଇଁ ୮ ତାରିଖରେ ଦଳରେ ଯୋଗ ଦେବେ। ଏହା ପୂର୍ବରୁ ନୂତନ ବର୍ଷର ଅଭିନନ୍ଦନ ଜଣାଇ ଝିଅର ଏକ ହୃଦୟ ଛୁଆଁ ଫଟୋ ଟ୍ୱିଟ୍‌ କରିଥିଲେ ଯାହାକି ଖୁବ୍‌ ଭାଇରାଲ ହୋଇଥିଲା।



from Odisha Reporter http://bit.ly/2C5HL5h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages