ଇଭିଏମ୍‌ ଛାଡ଼ି ବ୍ୟାଲଟ୍ ପେପର୍ ଯୁଗକୁ ଫେରିବୁ ନାହିଁ : ସିଇସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ଇଭିଏମ୍‌ ଛାଡ଼ି ବ୍ୟାଲଟ୍ ପେପର୍ ଯୁଗକୁ ଫେରିବୁ ନାହିଁ : ସିଇସି

ନୂଆଦିଲ୍ଲୀ: ଇଭିଏମ୍‌କୁ ନେଇ ଅନେକ ଥର ପ୍ରଶ୍ନ ଉଠୁଥିବାରୁ ୨୦୧୯ ନିର୍ବାଚନରେ ବ୍ୟାଲଟ୍ ପେପରରେ ଭୋଟ୍‌ ଗ୍ରହଣ କରିବାକୁ ବିଭିନ୍ନ ରାଜନୀତିକ ଦଳ ପକ୍ଷରୁ ହେଉଥିବା ଦାବି ଉପରେ ଆଜି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ୨୦୧୪ ପରି ୨୦୧୯ରେ ମଧ୍ୟ ଇଭିଏମ୍‌ରେ ହିଁ ଭୋଟ୍‌ ଗ୍ରହଣ ହେବ ବୋଲି ଆଜି ମୁଖ୍ୟ ନିର୍ବାଚନ କମିଶନର(ସିଇସି) ସୁନୀଲ ଅରୋରା କହିଛନ୍ତି।

ଜାତୀୟ ଭୋଟରସ୍‌ ଡେ’ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଶ୍ରୀ ଅରୋରା କହିଛନ୍ତି,“ମୁଁ ଏଠାରେ ସମସ୍ତଙ୍କୁ ଆଉ ଥରେ ସ୍ପଷ୍ଟ କରିଦେବାକୁ ଚାହୁଁଛି ଯେ,ଆମେ କେବେ ହେଲେ ବ୍ୟାଲଟ୍ ପେପର୍ ଯୁଗକୁ ଫେରିବୁ ନାହିଁ। ଏଥିର ମଧ୍ୟ ଇଭିଏମ୍‌ରେ ହିଁ ଭୋଟ ଗ୍ରହଣ ହେବ।

ଆମେ ସମସ୍ତ ପ୍ରକାର ସମାଲୋଚନାର ପ୍ରତିଉତ୍ତର ଦେବା ପାଇଁ ପ୍ରସ୍ତୁତ। କିନ୍ତୁ ଆମେ ଦେଶକୁ ପଛକୁ ନେଇ ପାରିବୁ ନାହିଁ। ଆମେ ଇଭିଏମ୍‌ ହିଁ ବ୍ୟବହାର କରିବୁ। କିଛି ନିର୍ଦ୍ଦିଷ୍ଟ କାରଣ ପାଇଁ କେତେଜଣ ଇଭିଏମ୍‌କୁ ଫୁଟବଲ ଭଳି ବ୍ୟବହାର କରୁଛନ୍ତି। କିନ୍ତୁ ଆମେ କାହାର ଚାପ ବା ଧମକ ଦ୍ୱାରା ପ୍ରଭାବିତ ହେବୁ ନାହିଁ।”

କିଛି ଦିନ ତଳେ ଲଣ୍ଡନରେ ଭିଡିଓ କନଫରେନ୍ସ ଜରିଆରେ ଜଣେ ତଥାକଥିତ ହ୍ୟାକ୍‌ର ୨୦୧୪ରେ ଇଭିଏମ୍‌ ହ୍ୟାକ୍‌ ହୋଇଥିବା ଦାବି କରିଥିବା ବେଳେ ଶ୍ରୀ ଅରୋରା ଏଭଳି ମନ୍ତବ୍ୟ ଦେଇଛନ୍ତି।



from Odisha Reporter http://bit.ly/2CGeEWu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages