
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଭୁବନେଶ୍ୱର ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। କାଲି ସକାଳ ସାଢ଼େ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସେ ଓଡ଼ିଶାରେ ରହିବେ। ପ୍ରଥମେ ରାଜଧାନୀ ଉପକଣ୍ଠ ତମାଣ୍ଡୋ ମିନି ଷ୍ଟାଡିୟମରେ ଏକ ସାଧାରଣ ସଭାରେ ଯୋଗଦେବେ ରାହୁଲ। ସାଢ଼େ ୨ଟା ବେଳେ ସେ ଉକ୍ତ ସାଧାରଣ ସଭାରେ ନେତା ଓ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିବେ। ଏହାପରେ ସେ ସ୍ଥାନୀୟ ଏକ ହୋଟେଲ୍ରେ ବୁଦ୍ଧିଜୀବୀଙ୍କୁ ଭେଟି ସେମାନଙ୍କ ସହ କିଛି ସମୟ ଧରି ଆଲୋଚନା କରିବେ। ପରେ କଂଗ୍ରେସ ଭବନରେ ବିଏସ୍ଏନ୍ଏଲ୍ ଓ ହାଲ୍ କର୍ମଚାରୀଙ୍କୁ ରାହୁଲ ଭେଟିବେ।
ଆସନ୍ତା ଫେବ୍ରୁଆରୀରେ ରାହୁଲ ପୁଣି ଥରେ ଓଡ଼ିଶା ଆସିବେ। ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଦକ୍ଷିଣ ଓଡ଼ିଶା ଗସ୍ତ କରିବେ ବୋଲି ସୂଚନା ଦେଇଛନ୍ତି ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହ। ରାହୁଲଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ଓ ପ୍ରସ୍ତୁତି ତଦାରଖ କରିଛି ପୁଲିସ। ବରିଷ୍ଠ ପୁଲିସ ଅଧିକାରୀ ରାହୁଲଙ୍କ ସଭାସ୍ଥଳ ପରିଦର୍ଶନ କରିଛନ୍ତି।
from Odisha Reporter http://bit.ly/2Dv4zNI
No comments:
Post a Comment