କୌଣସି ଓଡ଼ିଶା ସାଂସଦ ସମ୍ପୂର୍ଣ୍ଣ ଖର୍ଚ୍ଚ କରିନାହାନ୍ତି ଏମ୍‌ପିଲାଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

କୌଣସି ଓଡ଼ିଶା ସାଂସଦ ସମ୍ପୂର୍ଣ୍ଣ ଖର୍ଚ୍ଚ କରିନାହାନ୍ତି ଏମ୍‌ପିଲାଡ

Lok-Sabha

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଞ୍ଚଳିକ ଉନ୍ନୟନ ପାଣ୍ଠି ଖର୍ଚ୍ଚ କରିପାରୁନାହାନ୍ତି ସାଂସଦ। ସାରା ଦେଶରେ ଏ ବାବଦରେ ୪ହଜାର ୪୮୦କୋଟି ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ନହୋଇ ପଡିରହିଛି। ଲୋକସଭାରେ ଏକ ତାରକା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପରିସଂଖ୍ୟାନ ଓ ପ୍ରକଳ୍ପ ରୂପାୟନ ମନ୍ତ୍ରୀ ସଦାନନ୍ଦ ଗୌଡ଼ା। ଡିସେମ୍ବର ୧୦ ତାରିଖ ସୁଦ୍ଧା ମୋଟ୍ ୩୫ ଜଣ ସାଂସଦ MPLAD ପାଣ୍ଠିର ପୂର୍ଣ୍ଣ ବିନିଯୋଗ କରିଥିବା ବେଳେ ଏହି ତାଲିକାରେ ଓଡ଼ିଶାର ଜଣେ ବି ସାଂସଦ ନାହାଁନ୍ତି। ରାଜ୍ୟରେ ମୋଟ ୨୪୯ କୋଟି ୫୦ ଲକ୍ଷ ଟଙ୍କାର ଏମ୍ପିଲାଡ୍ ପାଣ୍ଠି ବିନିଯୋଗ ହୋଇନପାରି ପଡ଼ି ରହିଛି।

ଓଡ଼ିଶାର ସାଂସଦମାନେ ସେମାନଙ୍କ ପାଣ୍ଠିରୁ ୨୪୯ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିନାହାନ୍ତି।  ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟର କେହି ଜଣେ ବି ସାଂସଦ ବାର୍ଷିକ ୫ କୋଟି ହିସାବରେ ୫ ବର୍ଷରେ ମିଳୁଥିବା ୨୫ କୋଟି ଟଙ୍କାକୁ ସମ୍ପୂର୍ଣ୍ଣ ଖର୍ଚ୍ଚ କରିପାରେ ବିଫଳ ହୋଇଛନ୍ତି।

ଫଣ୍ଡ ଖର୍ଚ୍ଚ ହୋଇନପାରିବା ନେଇ କେନ୍ଦ୍ରକୁ ଦୋଷ ଦେଇଛନ୍ତି ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ।

ସେହିପରି ବିନିଯୋଗ ପ୍ରମାଣପତ୍ର ହାସଲରେ ବିଳମ୍ବ ହେତୁ ଟଙ୍କା ଆଣି ଖର୍ଚ୍ଚ କରିବାରେ ଡେରି ହେଉଥିବା ମତ ଦେଇଛନ୍ତି ବିଜେଡିର ବରଗଡ଼ ସାଂସଦ ପ୍ରଭାସ ସିଂହ।

ସେପଟେ ସାଂସଦଙ୍କ ଯୁକ୍ତିକୁ ମାନିବାକୁ ନାରାଜ୍ ବିଶେଷଜ୍ଞ। ଏକ ମହତ୍ତ୍ୱ ଉଦ୍ଦେଶ୍ୟ ରଖି MPLAD ଗଠନ କରାଯାଇଥିଲା। ଛୋଟ ଛୋଟ ଉନ୍ନୟନ କାମ ବାବଦକୁ ଦରକାର ହେଉଥିବା ଅର୍ଥ ଯୋଗାଇବା ଲାଗି ସାଂସଦ ପାଣ୍ଠିର ପରିକଳ୍ପନା କରାଯାଇଥିଲା। ତେବେ ପିସି କାରବାର ହେତୁ ଏହି ଅର୍ଥ ଖର୍ଚ୍ଚ ହେଉନଥିବା ପୂର୍ବତନ ସୂଚନା କମିଶନର  ଜଗଦାନନ୍ଦ  ଅଭିଯୋଗ କରିଛନ୍ତି।

ଆଶ୍ଚର୍ଯ୍ୟର କଥା ହେଉଛି ପୁରା ଦେଶର ସାଂସଦଙ୍କ ମଧ୍ୟରୁ ମାତ୍ର ୩୫ ଜଣ ଡିସେମ୍ବର ୧୦ ତାରିଖ ସୁଦ୍ଧା MPLAD ପାଣ୍ଠିର ସମସ୍ତ ଅର୍ଥ ଖର୍ଚ୍ଚ କରିଛନ୍ତି। ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗର ସର୍ବାଧିକ ୧୦ ଓ ଉତ୍ତରପ୍ରଦେଶରୁ ୬ ଜଣ ସାଂସଦ ଅଛନ୍ତି। ବିହାର ଓ ରାଜସ୍ଥାନର ଜଣେ ଲେଖାଏ ସାଂସଦ ସମସ୍ତ ପାଣ୍ଠି ବିନିଯୋଗ କରିଥିବା ବେଳେ ଏହି ତାଲିକାରେ ଓଡ଼ିଶାର କେହି ବି ନାହାନ୍ତି।



from Odisha Reporter http://bit.ly/2ToVrPJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages