କଂଗ୍ରେସ୍‌ରେ ସେ ହେଉଛନ୍ତି ପରଦା ପଛର ନାୟିକା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

କଂଗ୍ରେସ୍‌ରେ ସେ ହେଉଛନ୍ତି ପରଦା ପଛର ନାୟିକା !

ନୂଆଦିଲ୍ଲୀ: କଂଗ୍ରେସ୍‌ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଝିଅ ଓ କଂଗ୍ରେସ ପ୍ରମୁଖ ରାହୁଲ୍‌ ଗାନ୍ଧିଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧିଙ୍କର ଆଜି ଜନ୍ମଦିନ। ୧୨ ଜାନୁଆରୀ ୧୯୭୨ ମସିହାରେ ଜନ୍ମଗ୍ରହଣ କରିଥିଲେ ପ୍ରିୟଙ୍କା। ତାଙ୍କୁ ଆଜି ୪୭ ପୂରିଛି। ଜେଜେମା ତଥା ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭଳି ଅବିକଳ ଦିଶୁଥିବା ଭାରତର ଏହି ଚର୍ଚ୍ଚିତ ଚେହେରା କେବେହେଲେ ନିର୍ବାଚନ ଲଢି ନାହାନ୍ତି, ଏ କଥା ସତ କିନ୍ତୁ ଭାରତୀୟ ରାଜନୀତିରେ କଂଗ୍ରେସ ଦଳର ଗୋଟି ଚାଳନାରେ ତାଙ୍କର ହିଁ ହାତ ଅଛି ବୋଲି ସବୁବେଳେ ଚର୍ଚ୍ଚା ହୁଏ। ସତ କହିବାକୁ ଗଲେ ପ୍ରିୟଙ୍କା ହେଉଛନ୍ତି ଭାରତୀୟ କଂଗ୍ରେସ ପାଇଁ ପରଦା ପଛର ନାୟିକା।

ସେ ସକ୍ରିୟ ରାଜନୀତିରେ ନ ଥିଲେ ମଧ୍ୟ ପରଦା ପଛରେ ରହି ଏକ ନେତାଙ୍କ ପରି କଂଗ୍ରେସ ପାଇଁ ସେ କାମ କରିଥାନ୍ତି। ନିକଟରେ କଂଗ୍ରେସ ନେତା ତଥା ପୂର୍ବ କେନ୍ଦ୍ର ମନ୍ତ୍ରୀ ସଲମାନ୍ ଖୁର୍ସିଦ୍‌ ପ୍ରିୟଙ୍କା ଗାନ୍ଧିଙ୍କୁ କଂଗ୍ରେସର ଗେମ୍‌ ଚେଞ୍ଜର୍‌ ବୋଲି କହିଥିଲେ ଏବଂ ୨୦୧୯ ନିର୍ବାଚନରେ ପ୍ରିୟଙ୍କା କଂଗ୍ରେସ ପାଇଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ଯାଉଛନ୍ତି ବୋଲି ମଧ୍ୟ ଟିପ୍ପଣୀ କରିଥିଲେ।

ସୋନିଆ ଓ ରାହୁଲ୍‌ ଗାନ୍ଧିଙ୍କ ସଂସଦୀୟ କ୍ଷେତ୍ର ରାୟବରେଲି ଓ ଅମେଠିରେ ପ୍ରିୟଙ୍କା ପ୍ରଚାରର କାର୍ଯ୍ୟ କରିଥାନ୍ତି ଏବଂ ଲୋକଙ୍କ ଉପରେ ତାଙ୍କର ଭଲ ପ୍ରଭାବ ମଧ୍ୟ ପଡ଼ିଥାଏ ବୋଲି କୁହାଯାଏ। କେତେକ ବୁଦ୍ଧିଜୀବୀଙ୍କ ମତରେ ପ୍ରିୟଙ୍କାଙ୍କ ପାଖରେ ଜେଜେମା’ ଇନ୍ଦିରା ଗାନ୍ଧୀଙ୍କ ପରି ନାଚୁରାଲ୍‌ ଲିଡର୍‌ର ଗୁଣ ରହିଛି।

୧୯୯୭ ମସିହାରେ ପ୍ରିୟଙ୍କା ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ବିବାହ କରିଥିଲେ । ଏଣୁ ୧୯୯୭ ପରବର୍ତ୍ତି ନିର୍ବାଚନ ରାଲିରେ ରବର୍ଟଙ୍କୁ ପ୍ରିୟଙ୍କାଙ୍କ ସହିତ ପ୍ରଚାର ମଇଦାନରେ ଦେଖିବାକୁ ମିଳେ।



from Odisha Reporter http://bit.ly/2HaE3x3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages