ପୁଲିସ୍‌ ଉପସ୍ଥିତିରେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଲେ ବିଧାୟକ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ପୁଲିସ୍‌ ଉପସ୍ଥିତିରେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଲେ ବିଧାୟକ, ଦେଖନ୍ତୁ ଭିଡିଓ

ପାଟନା: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଏଲ୍‌ଡି)ର ଜଣେ ବିଧାୟକ କେମିତି ପୁଲିସ୍‌ ଉପସ୍ଥିତିରେ ଆଇନ୍‌କୁ ହାତକୁ ନେଇ ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଛନ୍ତି, ତା’ର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ବିହାରର ସୂର୍ଯ୍ୟଗଡ଼ର ବିଧାୟକ ପ୍ରହ୍ଲାଦ ଯାଦବ ପ୍ରଥମେ ଜମି ବିବାଦକୁ ନେଇ ଉକ୍ତ ବ୍ୟକ୍ତିଙ୍କୁ ଗାଳି ଗୁଲଜ କରିଥିଲେ। ଏହାପରେ ବ୍ୟକ୍ତି ଜଣଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ। ପୁଲିସ୍‌ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ହେଁ ଏହାକୁ ପ୍ରତିରୋଧ କରିନଥିଲା। ତେବେ ବ୍ୟକ୍ତିଙ୍କ ଜଣଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିଛି।

ବିଧାୟକ ଜଣଙ୍କ ଲକ୍ଷିସରାଇ ଜିଲ୍ଲା ଅନ୍ତର୍ଗତ ସୂର୍ଯ୍ୟଗଡ଼ଠାରେ ଏକ ଜମିରେ ନିର୍ମାଣ ହୋଇଥିବା ପାଚେରି କାମ ଦେଖିବାକୁ ବିଧାୟକ ଶ୍ରୀ ଯାଦବ ଆସିଥିଲେ। ତେବେ ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତିଙ୍କୁ ଇଆଡ଼ୁ ସିଆଡ଼ୁ ଗାଳି ଗୁଲଜ କରିଥିଲେ। ଏହାପରେ ସେ ତାଙ୍କୁ ଚାପୁଡ଼ା ମାରିଥିଲେ।

ଦେଖନ୍ତୁ ଭିଡିଓ



from Odisha Reporter http://bit.ly/2RKY5lP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages