କ୍ଲିନ୍‌ ଇମେଜ୍‌ରେ ଲାଗିଲା କଳଙ୍କ: ଦବଙ୍ଗ ଆଇଏଏସ୍‌ ଅଫିସର ବି.ଚନ୍ଦ୍ରକଳା ଅଭିଯୁକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

କ୍ଲିନ୍‌ ଇମେଜ୍‌ରେ ଲାଗିଲା କଳଙ୍କ: ଦବଙ୍ଗ ଆଇଏଏସ୍‌ ଅଫିସର ବି.ଚନ୍ଦ୍ରକଳା ଅଭିଯୁକ୍ତ

ନୂଆଦିଲ୍ଲୀ:ନିଜର ସ୍ୱଚ୍ଛ ତଥା ନିର୍ମଳ ଭାବମୂର୍ତ୍ତି ଥିବା ଆଇଏଏସ୍‌ ଅଫିସରଭାବେ ପରିଚିତ ମହିଳା ଆଇଏଏସ୍‌ ଅଫିସର ବି.ଚନ୍ଦ୍ରକଳା ଏବେ ଦୁର୍ନୀତୀ ମାମଲାରେ ଫସିଛନ୍ତି। ଜଣେ ଦବଙ୍ଗ ଆଇଏଏସ୍‌ ଅଫିସିରଭାବେ ପରିଚୟ ସୃଷ୍ଟି କରି ଯୁବପିଢ଼ିଙ୍କ ଆଦର୍ଶ ହୋଇପାରିଥିବା ଏହି ଆଇଏଏସ୍‌ ଅଫିସର ଏବେ ସିବିଆଇ ଜାଲରେ ଫସିଛନ୍ତି।

ଉତ୍ତରପ୍ରଦେଶର ବେଆଇନ୍‌ ବାଲି ଦୁର୍ନୀତି ମାମଲାରେ ସିବିଆଇ ପକ୍ଷରୁ ଆଇଏଏସ୍‌ ଅଫିସର ବି.ଚନ୍ଦ୍ରକଳାଙ୍କ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିବା ପରେ ବହୁ ଗୁମର ପଦାକୁ ଆସିଛି। ତେବେ ଦୁର୍ନୀତି ମାମମଲାରେ ସିବିଆଇ ବି.ଚନ୍ଦ୍ରକଳାଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଛି। ଗତ ୫ ତାରିଖରେ ସିବିଆଇ ବେଆଇନ୍‌ ବାଲିଖନନ ମାମଲାରେ ବି.ଚନ୍ଦ୍ରକଳାଙ୍କ ବାସଭବନ ସହ ୧୧ଟି ସ୍ଥାନରେ ଚଢ଼ାଉ କରିଥିଲା। ଏଥିରେ ସିବିଆଇ ୧୧ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ସେହି ତାଲିକାରେ ବି.ଚନ୍ଦ୍ରକଳା ଅଛନ୍ତି।

୨୦୦୮ ବ୍ୟାଚ୍‌ ତଥା ୟୁପି କ୍ୟାଡର ଆଇଏଏସ୍‌ ଅଫିସର ବି.ଚନ୍ଦ୍ରକଳା ୨୦୧୨-୧୪ରେ ୟୁପିର ହମିରପୁରରେ ଜିଲ୍ଲାପାଳ ଥିବା ବେଳେ ଜିଲ୍ଲାର ଖଣି ଲିଜ୍‌ ଆବଣ୍ଟନରେ ଅନିୟମିତତା ହୋଇଥିବା ସିବିଆଇ ଦର୍ଶାଇଛି। ସେହିପରି ବର୍ଷକରେ ବି.ଚନ୍ଦ୍ରକଳାଙ୍କ ସମ୍ପତ୍ତି ୯୦ ପ୍ରତିଶତ ବଢିଥିବା ସୂଚନା ମିଳିଛି। ଜଣେ ଦକ୍ଷ ଓ ସାହାସୀ ମହିଳା ଆଇଏଏସ୍ ଅଫିସର ଭାବେ ବି. ଚନ୍ଦ୍ରକଳା ବେଶ ସୁନାମ ଅର୍ଜନ କରିଥିଲେ।

ଉତ୍ତରପ୍ରଦେଶ ବୁଲନ୍ଦସହରର ଜିଲ୍ଲାପାଳ ଥିବା ବେଳେ ରାସ୍ତା ନିର୍ମାଣରେ ଅନିୟମିତତା କରୁଥିବା ଠିକାଦାର ଓ ଅଫିସରଙ୍କୁ ପାନେ ଦେଇ ସେ ଚର୍ଚ୍ଚାକୁ ଆସିଥିଲେ। ଏହାର ଭିଡ଼ିଓ ସୋଶାଲ ମିଡ଼ିଆରେ ବେଶ ଭାଇରାଲ ହେଇଥିଲା।  ଦୁର୍ନୀତି ବିରୋଧୀ ନୀତି ପାଇଁ ସେ ସୋଶାଲ୍‌ ମିଡିଆରେ ଷ୍ଟାର ପାଲଟିଯାଇଥିଲେ। ୧୯୭୯ରେ ତେଲେଙ୍ଗାନାରେ ଜନ୍ମଗ୍ରହଣ କରିଥିବା ବି.ଚନ୍ଦ୍ରକଳା ୨୦୦୮ ବ୍ୟାଚ୍ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ।



from Odisha Reporter http://bit.ly/2VCNMzq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages