ସାରାଙ୍କ ହୃଦୟ ଭାଙ୍ଗିଦେଲେ କାର୍ତ୍ତିକ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ସାରାଙ୍କ ହୃଦୟ ଭାଙ୍ଗିଦେଲେ କାର୍ତ୍ତିକ!

ମୁମ୍ବାଇ: ଲଭ୍‌ ଓ ରିଲେସନ୍‌ଶିପ୍‌କୁ ନେଇ ସବୁବେଳେ ବଲିଉଡ୍‌ରେ କିଛି ନୂଆ ନୂଆ ଖବର ସାମ୍ନାକୁ ଆସେ। ରଣବୀର-ଆଲିଆ ଓ ମଲାଇକା-ଅର୍ଜୁନ୍‌ କପୁର୍‌ଙ୍କ ଡେଟିଂ ଚର୍ଚ୍ଚା ପରେ ଏବେ ଆଉ ଏକ ନୂଆ ଯୋଡ଼ିଙ୍କ ପ୍ରେମ ଖବର ପଦାକୁ ଆସିଛି। ତେବେ ଏହି ନୂଆ ଯୋଡ଼ିଙ୍କ ସମ୍ପର୍କରେ ଶୁଣିବା ପରେ ସୈଫ୍‌ଙ୍କ ଝିଅ ସାରା ଅଲି ଖାନ୍‌ଙ୍କ ହୃଦୟ କିନ୍ତୁ ଭାଙ୍ଗି ଯାଇପାରେ।

ପରସ୍ପରର ପ୍ରେମରେ ଉବୁଟୁବୁ ହେଉଥିବା ବି’ଟାଉନ୍‌ର ଏହି ଦୁଇ ନୂଆ ପକ୍ଷୀ ହେଉଛନ୍ତି କାର୍ତ୍ତିକ ଆର୍ୟନ୍ ଓ ଅନନ୍ୟା ପାଣ୍ଡେ। ଗତ କିଛି ଦିନ ଧରି କାର୍ତ୍ତିକ ଓ ଅନନ୍ୟାଙ୍କୁ ଅନେକ ଜାଗାରେ ଏକାଠି ଦେଖିବାକୁ ମିଳୁଛି। ଦୁହିଁଙ୍କୁ କେବେ ଡିନର୍‌ ତ ଆଉ କେବେ ଏକାଠି ଘୁରି ବୁଲୁଥିବାର ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, କାର୍ତ୍ତିକ ଓ ଅନନ୍ୟା ଏବେ ପରସ୍ପରଙ୍କୁ ଡେଟ୍‌ କରୁଛନ୍ତି। ଦୁହେଁ ଏବେ ବଲିଉଡ୍‌ର ଲ୍ୟାଟେଷ୍ଟ ଲଭ୍‌ କପଲ୍‌। ଦୁହିଁଙ୍କ ଉପରେ ମିଡିଆର ନଜର ପଡ଼ିଲେ ସେମାନେ ଏଥିରୁ ବଞ୍ଚିବାକୁ ଚେଷ୍ଟା କରୁଥିବାରୁ ଦୁହିଁଙ୍କ ଭିତରେ କିଛି ଚାଲିଛି ବୋଲି ଅନୁମାନ କରାଯାଉଛି।

କିଛିଦିନ ପୂର୍ବରୁ ସାରା ଅଲି ଖାନ୍ ତାଙ୍କ ବାପା ସୈଫ୍ ଅଲିଙ୍କ ସହ କରନ୍‌ ଜୋହରଙ୍କ ଟକ୍ ସୋ’ ‘କଫି ୱିଥ୍ କରନ୍‌’ରେ ଆସିଥିଲେ। ସେଠାରେ ସାରା କହିଥିଲେ ଯେ ସେ କାର୍ତ୍ତିକ ଆର୍ୟନ୍‌ଙ୍କୁ ଡେଟ୍‌ କରିବାକୁ ଚାହୁଁଛନ୍ତି। ଏବେ କିନ୍ତୁ କାର୍ତ୍ତିକ ଓ ଅନନ୍ୟାଙ୍କ ରିଲେଶନଶିପ୍‌ କଥା ଜାଣିଲେ ସାରାଙ୍କ ହୃଦୟ ଭାଙ୍ଗିଯିବ ବୋଲି ଅନୁମାନ କରାଯାଉଛି।ଏବେ କେବଳ ସାରାଙ୍କ ପ୍ରତିକ୍ରିୟାକୁ ଅପେକ୍ଷା।

ତେବେ ଏହା ଭିତରେ କାର୍ତ୍ତିକ୍‌ ଆର୍ୟନ୍‌ ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିଜ ଚକୋଲେଟ୍‌ ବୟ ଲୁକ୍‌ ପାଇଁ ସେ କେବଳ ସାରା ନୁହେଁ ଅନେକ ଝିଅଙ୍କର କ୍ରସ୍‌ ହୋଇଯାଇଛନ୍ତି।

ସେହିଭଳି ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌’ରୁ ଡେବ୍ୟୁ କରିବେ। ଏଥିରେ ତାଙ୍କ ସହ ଟାଇଗର ଶ୍ରଫ୍ ମଧ୍ୟ ନଜର ଆସିବେ।



from Odisha Reporter http://bit.ly/2QuWkof

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages