ଏବେ ଚାଷୀଙ୍କୁ ସିଧାସଳଖ ଟଙ୍କା ଦେବେ କେନ୍ଦ୍ର ସରକାର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 21, 2019

ଏବେ ଚାଷୀଙ୍କୁ ସିଧାସଳଖ ଟଙ୍କା ଦେବେ କେନ୍ଦ୍ର ସରକାର!

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଚାଷୀକୁଳ ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ନୂଆ ରଣନୀତି ଆପଣାଇବାକୁ ଯାଉଛନ୍ତି। ଏବେ ଚାଷୀଙ୍କ ଭୋଟ୍‌ ପାଇଁ କେନ୍ଦ୍ର ସରକାର ସିଧା ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ଯୋଜନା କରୁଛନ୍ତି।

ଚାଷୀମାନେ ସିଧାସଳଖ ଟଙ୍କା ପାଇଲେ, ସେମାନଙ୍କ ବୋଝ ହାଲୁକା ହୋଇଯିବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି। ଏ ସମ୍ପର୍କରେ ଆସନ୍ତା ୧ ତାରିଖ ଦେଶର ବଜେଟ୍‌ ସମୟରେ ଘୋଷଣା କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଏହି ସୂତ୍ର ଅନୁଯାୟୀ, କେନ୍ଦ୍ର ସରକାର ଚାଷୀଙ୍କୁ ବିଭିନ୍ନ ପ୍ରକାରର ସବ୍‌ସିଡି ଆକାରରେ ମିଳୁଥିବା ଟଙ୍କା ସହ ଯନ୍ତ୍ରାଂଶ ଓ କୀଟନାଶକ ପାଇଁ ମିଳୁଥିବା ଟଙ୍କାକୁ ଏକାଠି କରି ଏହାକୁ ଚାଷୀଙ୍କ ପାଖକୁ ପଠାଇବେ।

ତେବେ ଏଥିପାଇଁ ବ୍ୟୟଭାର ୭୦ ହଜାର କୋଟି ଟଙ୍କା ମଧ୍ୟରେ ରହିବ। କାରଣ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଗତ ବଜେଟ୍‌ ବେଳେ ମାର୍ଚ୍ଚ ୩୧ ସୁଦ୍ଧା ଚାଷୀଙ୍କ ପାଇଁ ୭୦ ହଜାର ୧୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ।

ତେଣୁ କେନ୍ଦ୍ର ସରକାର ୭୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ସମସ୍ତ ଚାଷୀଙ୍କୁ ସିଧାସଳଖ ଟଙ୍କା ଯୋଗାଇ ଦେବେ ବୋଲି ଏହି ସୂତ୍ର ପକ୍ଷରୁ କୁହାଯାଇଛି। ସେହିପରି ଏହି ଅତିରିକ୍ତ ବ୍ୟୟ ବରାଦ ଦେଶର ବିତ୍ତିୟ ନିଅଣ୍ଟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

ତେବେ ଏ ସମ୍ପର୍କରେ ଅର୍ଥମନ୍ତ୍ରଣାଳୟର ମୁଖପାତ୍ର ଡି.ଏସ୍‌ ମଲିକ ଏଯାଏ କୌଣସି ମତ ବା ପ୍ରତିକ୍ରିୟା ଦେଇ ନାହାନ୍ତି।



from Odisha Reporter http://bit.ly/2DpLlco

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages