
ନାପିଅର: ଆସନ୍ତା ବୁଧବାରଠାରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ ଆରମ୍ଭ ହେବ। ତେବେ ଏହି ସିରିଜ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଟିମ୍ର ସବୁଠାରୁ ଅଭିଜ୍ଞ ତଥା ମିଡିଲ୍ ଅର୍ଡର ବ୍ୟାଟସ୍ମ୍ୟାନ୍ ଭାରତୀୟ ଟିମ୍ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି।
ସେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲିଙ୍କୁ ବିଶ୍ୱର ନଂ୧ ବ୍ୟାଟସ୍ମ୍ୟାନ୍ ଭାବେ ସ୍ୱୀକାର କରିଛନ୍ତି। ହେଲେ ତାଙ୍କ ସହିତ ଭାରତୀୟ ଓପନର ରୋହିତ ଶର୍ମା ଓ ଶିଖର ଧୱନଙ୍କ ପ୍ରତି ମଧ୍ୟ ନ୍ୟୁଜିଲ୍ୟାଣ୍ଡ ସତର୍କ ରହିବା ଦରକାର ବୋଲି ଟେଲର କହିଛନ୍ତି।
ସେ କହିଛନ୍ତି,“ କୋହଲି ହେଉଛନ୍ତି ଜଣେ ବିଚକ୍ଷଣ ବ୍ୟାଟସ୍ମ୍ୟାନ୍। ସେ ଦିନିକିଆରେ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟସ୍ମ୍ୟାନ୍ ବୋଲି ସମସ୍ତେ ଜାଣିଛନ୍ତି। ତେବେ ଭାରତୀୟ ଦଳରେ ଆଉ ଦୁଇ ଜଣ ଖେଳାଳି ରହିଛନ୍ତି। ବିରାଟ୍ ଆସିବା ପୂର୍ବରୁ ପ୍ରଥମେ ରୋହିତ ଓ ଧୱନ୍ଙ୍କୁ ଆଉଟ୍ କରିବାକୁ ପଡ଼ିବ। ସେମାନେ କିନ୍ତୁ ଏତେ ସହଜରେ ୱିକେଟ୍ ଫୋପାଡ଼ିବେ ନାହିଁ। ତେଣୁ କୋହଲିଙ୍କ ପୂର୍ବରୁ ଆମକୁ ଏମାନଙ୍କୁ ସମ୍ଭାଳିବାକୁ ପଡ଼ିବ।”
ପୂର୍ବତନ ଅଧିନାୟକ ଷ୍ଟିଫେନ୍ ଫ୍ଲେମିଙ୍ଗଙ୍କ ପରେ ଟେଲର ହେଉଛନ୍ତି ନ୍ୟୁଜିଲ୍ୟାଣ୍ଡର ଦ୍ୱିତୀୟ ସର୍ବାଧିକ ରନ୍ ହାସଲକାରୀ ଖେଳାଳି। ଏଥିସହ ବର୍ତ୍ତମାନର ନ୍ୟୁଜିଲ୍ୟାଣ୍ଡ ଦଳରେ ଟେଲର ହେଉଛନ୍ତି, ସବୁଠାରୁ ଅଭିଜ୍ଞ ଖେଳାଳି।
୨୦୧୮ରେ ଟେଲର ଚମତ୍କାର ଫର୍ମରେ ରହି ଦଳ ପକ୍ଷରୁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସବୁଠାରୁ ଅଧିକ ରନ୍ ହାସଲ କରିଥିଲେ। ଟେଲରଙ୍କ ବ୍ୟତୀତ ମାର୍ଟିନ୍ ଗପ୍ଟିଲ ଓ ଅଧିନାୟକ କେନ୍ ୱିଲିୟମସନ୍ଙ୍କ ଭଳି ବିଶ୍ବବିଦିତ ବ୍ୟାଟ୍ସମ୍ୟାନ ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ଲାଇନ୍ଅପ୍ରେ ରହିଛନ୍ତି।
from Odisha Reporter http://bit.ly/2UcsOpJ
No comments:
Post a Comment