ଆଇସିସିରୁ ରିଷଭ ପନ୍ତଙ୍କୁ ମିଳିଲା ଏହି ସମ୍ମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ଆଇସିସିରୁ ରିଷଭ ପନ୍ତଙ୍କୁ ମିଳିଲା ଏହି ସମ୍ମାନ

ଦୁବାଇ: ଟିମ୍‌ ଇଣ୍ଡିଆର ୨୧ ବର୍ଷୀୟ ୱିକେଟ୍‌ କିପର ବ୍ୟାଟସ୍‌ମ୍ୟାନ୍‌ ରିଷଭ ପନ୍ତଙ୍କୁ ଆଇସିସି ୨୦୧୮ ବର୍ଷ ପାଇଁ ଶ୍ରେଷ୍ଠ ଇର୍ମଜିଂ କ୍ରିକେଟର (ଉଦୀୟମାନ ଖେଳାଳି) ବିବେଚନା କରିଛି। ୨୦୧୮ରେ ପନ୍ତ ପ୍ରଥମ ଭାରତୀୟ ୱିକେଟ୍‌ କିପର ଭାବେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଶତକ ହାସଲ କରିଥିଲେ। ସେହିପରି ଡିସେମ୍ବର ମାସରେ ଅଷ୍ଟ୍ରେଲିଆ ବିପକ୍ଷ ଆଡେଲେଡ୍‌ ଟେଷ୍ଟ୍‌ରେ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ୧୧ଟି କ୍ୟାଚ୍‌ ନେଇଥିଲେ। ଆଇସିସି ପକ୍ଷରୁ ଏଭଳି ଇର୍ମଜିଂ କ୍ରିକେଟର ବିବେଚିତ ହେବାରେ ପନ୍ତ ହେଉଛନ୍ତି ତୃତୀୟ ଭାରତୀୟ।

ଗତବର୍ଷ ଭାରତ ପାଇଁ ପନ୍ତ ୮ଟି ମ୍ୟାଚ୍‌ର ୧୪ଟି ଇନିଂସ୍‌ ଖେଳିଛନ୍ତି। ଏଥିରେ ସେ ଦୁଇଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ସହ ୫୩୭ ରନ୍‌ କରିଛନ୍ତି। ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା ୧୧୪। ସେହିପରି ୱିକେଟ୍‌ ପଛରେ ପନ୍ତ ୪୦ଟି କ୍ୟାଚ୍‌ ଧରିବା ସହ ୨ଟି ଷ୍ଟମ୍ପିଂ କରିଛନ୍ତି।



from Odisha Reporter http://bit.ly/2R39NDT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages