ସମ୍ବଲପୁରୀ ଭାଷାରେ କହିଲେ, ଅଚ୍ୟୁତାନନ୍ଦଙ୍କୁ ସ୍ମରଣ କଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ସମ୍ବଲପୁରୀ ଭାଷାରେ କହିଲେ, ଅଚ୍ୟୁତାନନ୍ଦଙ୍କୁ ସ୍ମରଣ କଲେ ମୋଦି

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଲାଙ୍ଗିର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ତେବେ ମୋଦି ତାଙ୍କ ଚିରାଚରିତ ଢଙ୍ଗରେ ସ୍ଥାନୀୟ ଅଞ୍ଚଳର ପରମ୍ପରା, ସଂସ୍କୃତିକୁ ଗୁରୁତ୍ୱ ଦେଇ ଭାଷଣ ଆରମ୍ଭ କରିଥିଲେ। ଏହି ଅବସରରେ ସେ ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବଦେବୀଙ୍କ ନାମ ନେଇ ପ୍ରଣାମ କରିବା ସହ ସ୍ଥାନୀୟ ଅଞ୍ଚଳର ମହାପୁରୁଷଙ୍କ ଗାଥା ଓ ବଳିଦାନକୁ ମନେ ପକାଇଥିଲେ। ଆଉ ଏହାରି ଭିତରେ ନକ୍ସଲଙ୍କ ହାତରେ ପ୍ରାଣ ବଳି ଦେଇଥିବା ଅଚ୍ୟୁତାନନ୍ଦ ସାହୁଙ୍କୁ ଶ୍ରଦ୍ଧାଞ୍ଚଳି ଦେବାକୁ ଭୁଲି ନଥିଲେ ମୋଦି।

ଏହି ଅବସରରେ ମୋଦି ସମ୍ବଲପୁରୀ ଭାଷାରେ ମଧ୍ୟ ଭାଷଣ ଦେଇଥିଲେ। କହିଥିଲେ “ଏ ଅଞ୍ଚଲର ମା’, ଭାଇ, ବେହେନମାନଙ୍କୁ ମୋର ଜୁହାର”। ସାରସ୍ୱତ ସାଧକ ସନ୍ଥ କବି ଭୀମ ଭୋଇ, ସ୍ୱଭାବ କବି ଗଙ୍ଗାଧର ମେହେର, ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ପ୍ରମୁଖ ମହାପୁରୁଷଙ୍କୁ ମନେ ପକାଇ ସେମାନଙ୍କ ପାଇଁ ମୁଁ ଗର୍ବିତ ବୋଲି କହିଥିଲେ ମୋଦି। ଏହି ପରିପେକ୍ଷୀରେ ସେ ବଲାଙ୍ଗୀର ଜିଲ୍ଲାର ଲୋଇସିଂହାରେ ଅଞ୍ଚଳର ଗର୍ବ ଗୌରବ ଅଚ୍ୟୁତାନନ୍ଦ ସାହୁଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କହିଥିଲେ ଇଏ ସେହି ଅଚ୍ୟୁତାନନ୍ଦ ଯାହାଙ୍କୁ କାପୁରୁଷ ନକ୍ସଲମାନେ ହିଂସାର ନିଶାନା କରିଥିଲେ। କିଛି ଦିନ ପୂର୍ବରୁ ଅଚ୍ୟୁତାନନ୍ଦଙ୍କ ବାପା, ମା ଓ ଭାଇଙ୍କ ସହ ମିଶିବାର ଅବସର ମିଳିଥିଲା।

ଦେଶର ସେବା କରିବା ସମୟରେ ନିଜର ଯୁବକ ପୁଅ ରାଷ୍ଟ୍ର ପାଇଁ ଜୀବନ ଅର୍ପଣ କରିଦେଲେ। ଏମିତି ବୀର ମାତା ଓ ପିତାଙ୍କୁ ମଧ୍ୟ ମୁଁ ପ୍ରଣାମ କରୁଛି। ଦୂରଦର୍ଶନ ମାଧ୍ୟମରେ ଦେଶର ଲୋକତନ୍ତ୍ରର ଛବି ଦେଖାଇବା ପାଇଁ ଲାଗିପଡ଼ିଥିବା ଜଣେ ଯୁବସାଥୀର ମୃତ୍ୟୁ ଖୁବ୍‌ ଦୁଃଖଦାୟକ ଥିଲା। ଏମିତି ବଳିଦାନର ପ୍ରତିଦାନ ତଥା ହିଂସାର ବିନାଶ ପାଇଁ ଆମର ସଂକଳ୍ପକୁ ଆହୁରି ମଜଭୁତ କରିଛି ବୋଲି ମୋଦି କହିଥିଲେ।



from Odisha Reporter http://bit.ly/2HbIuri

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages