ମୁଖ୍ୟମନ୍ତ୍ରୀ ରାଜନୀତି କରିବାକୁ ଚାହିଁଲେ, ପଶ୍ଚିମ ଓଡ଼ିଶାର ବିକାଶ ଚାହିଁଲେ ନାହିଁ: ଧର୍ମେନ୍ଦ୍ର ପ୍ରଧାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ମୁଖ୍ୟମନ୍ତ୍ରୀ ରାଜନୀତି କରିବାକୁ ଚାହିଁଲେ, ପଶ୍ଚିମ ଓଡ଼ିଶାର ବିକାଶ ଚାହିଁଲେ ନାହିଁ: ଧର୍ମେନ୍ଦ୍ର ପ୍ରଧାନ

Dharmendra

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ। କିନ୍ତୁ ବିକାଶରେ ଓଡ଼ିଶା ସରକାର ବାଧକ ସାଜିଛନ୍ତି। ଯାହାଦ୍ୱାରା ଓଡ଼ିଶାର ବିକାଶ କାମ ହୋଇପାରୁନାହିଁ। ପ୍ରଧାନମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାକୁ ଆସିଥିବା ବେଳେ ଏହ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ସତ୍ତ୍ୱେ ସେ ଆସିଲେ ନାହିଁ। ଗତ ଥର ବାରିପଦାକୁ ମଧ୍ୟ ଆସିନଥିଲେ। ଦୁଃଖର ବିଷୟ ମୁଖ୍ୟମନ୍ତ୍ରୀ ରାଜନୀତି କରିବାକୁ ଚାହିଁଲେ, ପଶ୍ଚିମ ଓଡ଼ିଶାର ଉନ୍ନତି ଚାହିଁଲେ ନାହିଁ।

ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱରରେ କୃଷକମାନଙ୍କ ନାଁରେ କୁମ୍ଭୀର କାନ୍ଦଣା କାନ୍ଦିବା ପାଇଁ ବ୍ୟବସ୍ଥା କଲେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବଲାଙ୍ଗିରରେ ପ୍ରଧାନମନ୍ତ୍ରୀଙ୍କର ଗସ୍ତ ଅବସରରେ ଆୟୋଜିତ ଏକ ବିଶାଳ ଜନସଭାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ। ବିକାଶ ପାଇଁ ସମସ୍ତଙ୍କର ସହଯୋଗ ଦରକାରା ତେବେ ରାଜ୍ୟର ବିକାଶ କଥାକୁ ଆଖି ବୁଜି ଦେଇ ମୁଖ୍ୟମନ୍ତ୍ରୀ ରାଜନୀତି କରୁଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି-“ପୂର୍ବ ଭାରତ ବିକାଶର ପେଣ୍ଠସ୍ଥଳି ହେବ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନୂଆ ଆଶା ଓ ନୂଆ ଉଦ୍ଦୀପନା ଭରିଛି ପ୍ରଧାନମନ୍ତ୍ରୀଙ୍କ ମୁଦ୍ରା ଯୋଜନା, ଆବାସ ଯୋଜନା, ଉଜ୍ଜଳା ଯୋଜନା, ଜନଧନ ଯୋଜନା, ସ୍ୱଚ୍ଛ ଭାରତ ଓ ପ୍ରଧାନମନ୍ତ୍ରୀଙ୍କ ସବୁ ବିକଶିତ ଯୋଜନା। ଯାହାଦ୍ୱାରା ସାଧାରଣ ଲୋକମାନେ ବିଶେଷ ଭାବେ ଉପକୃତ ହୋଇଛନ୍ତିା ଆଜି ପ୍ରଧାନମନ୍ତ୍ରୀ ପୂର୍ବ ଭାରତର ବିକାଶ ପାଇଁ ସଙ୍କଳ୍ପ। ଗରିବ ମା ଭଉଣୀମାନଙ୍କ ପାଇଁ ଘର ହେଉ ଅବା ଉଜ୍ଜଳା ଯୋଜନାରେ ଘରେ ଘରେ ଗ୍ୟାସ ପହଁଚୁ, ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ ହେବ ସବୁ କ୍ଷେତ୍ର ଉପରେ ମୋଦି ସରକାର ଗୁରୁତ୍ୱ ଦେଉଛନ୍ତି।”

ସେ କହିଛନ୍ତି-“ବଲାଙ୍ଗିର ଓ ବରଗଡ଼ରେ ଶିଳ୍ପ ହେଉ। ବଲାଙ୍ଗିରରେ ହଜାର କୋଟି ଟଙ୍କା ବ୍ୟୟ କରି ନଡ଼ାରୁ ପେଟ୍ରୋଲ ବାହାର କରିବାର ବିକଳ୍ପ ପ୍ରକଳ୍ପ ମୋଦି ସରକାର କରିଛନ୍ତି। ଯୁବକଙ୍କୁ ରୋଜଗାର ଦେବା ଓ ଚାଷୀର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଏ ପ୍ରକଳ୍ପ ଆରମ୍ଭ ହୋଇଛି। ବଲାଙ୍ଗିରରେ ୧୦୦ କୋଟି ଟଙ୍କାର ବଟଲିଂ ପ୍ଲାଣ୍ଟ ଆରମ୍ଭ ହୋଇଛି। ବରଗଡରୁ ରାୟପୁର ପର୍ଯ୍ୟନ୍ତ ଦୂରତାକୁ କମାଇବା ପାଇଁ ବରଗଡ଼ରୁ ବିଜେପୁର, ପଦ୍ମପୁର -ନୂଆପଡ଼ା ପର୍ଯ୍ୟନ୍ତ ରେଳ ଲାଇନର ସର୍ଭେ କାମ ହୋଇଛି। ଖୁବ ଶୀଘ୍ର ଏହି ଅଞ୍ଚଳରେ କାମ ଆରମ୍ଭ ହେବ।”

ଶ୍ରୀ ପ୍ରଧାନ କହିଛନ୍ତି-“ମାଲକାନଗିରିରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ଓଡ଼ିଶାରେ ୧୫ଟି ଜିଲ୍ଲାରେ ବର୍ତ୍ତମାନ ୨୫୦୦ କିମିର ଜାତୀୟ ରାଜପଥ ରହିଛି। ମୋଦି ସରକାର ଏଥିରେ ଆଉ ୧୭୬୭ କିଲୋମିଟର ରାସ୍ତା ଯୋଡ଼ିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ମାତ୍ର ରାଜ୍ୟ ସରକାର ବିଭିନ୍ନ ଅନୁମତି ନଦେଇ ବିକାଶର ଏତେବଡ କାମକୁ ଜାଣିଶୁଣି ଅଟକାଇ ରଖିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଖୋର୍ଦ୍ଧା –ବଲାଙ୍ଗୀର ରେଳ ଲାଇନ ପାଇଁ ରାଜ୍ୟ ସରକାର ଜମି ଦେଇନାହାନ୍ତି। ହକି ବିଶ୍ୱକପରେ ସଲମାନ ଓ ଶାହରୁଖ ଖାଁକୁ ନଚାଇବା ପାଇଁ ପଇସା ଅଛି। କିନ୍ତୁ ଶିକ୍ଷକଙ୍କ ପାଇଁ ପଇସା ନାହିଁ। ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ନୂଆ ଭାରତ ତିଆରି ହେବ। ନୂଆ ଓଡିଶା ହେଲେ ନୂଆ ଭାରତ ହେବ।”



from Odisha Reporter http://bit.ly/2RMP8Zj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages