ଲାଇଭ୍‌ କନସର୍ଟ୍‌ରେ ନିରବି ଗଲେ ନେହା, ପ୍ରେମିକ କଥା ଭାବି ଆଖିରେ ଆସିଗଲା ଲୁହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

ଲାଇଭ୍‌ କନସର୍ଟ୍‌ରେ ନିରବି ଗଲେ ନେହା, ପ୍ରେମିକ କଥା ଭାବି ଆଖିରେ ଆସିଗଲା ଲୁହ

nehaaaa

ମୁମ୍ବାଇ: କିଛି ଦିନ ତଳେ ବଲିଉଡ୍‌ କଣ୍ଠଶିଳ୍ପୀ ନେହା କକ୍କର ଓ ତାଙ୍କ ପ୍ରେମିକ ହିମାନ୍ସ କୋହାଲିଙ୍କ ମଧ୍ୟରେ ବ୍ରେକଅପ୍‌ ଖବର ଆସିଥିଲା। ଦୁହେଁ ନିଜ ନିଜ ସୋଶାଲ ମିଡିଆ ସାଇଟ୍‌ରୁ ଏକାଠି ଥିବା ଫଟୋ ହଟାଇ ଦେଇଥିବା ବେଳେ ନେହା ହିମାନ୍ସଙ୍କୁ ଚିହ୍ନି ନଥିବା କହିଥିଲେ। ଇନ୍‌ଷ୍ଟାରେ ସେ ଏକ ବେଦନାଦାୟକ ପୋଷ୍ଟ କରି ନିଜ ମନର ଦୁଃଖକୁ ପ୍ରଶଂସକମାନଙ୍କୁ ଜଣାଇଥିଲେ।

ଏହାସହ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ନିଜ ଜୀବନ ସହ ଜଡ଼ିତ ଅନେକ କଥା ଶେଆର କରିଛନ୍ତି। ନେହା ନିକଟରେ ପୁଣି ନିଜ ଇନ୍‌ଷ୍ଟାଗ୍ରାମ୍‌ରେ କିଛି କଥା ଶେଆର୍‌ କରିଛନ୍ତି। ସେ ଡିପ୍ରେସନ୍‌ରେ ଥିବା ଜଣାଇଛନ୍ତି।

ନେହା ଲେଖିଛନ୍ତି, ‘‘ହଁ ମୁଁ ଡିପ୍ରେସନ୍‌ରେ ଅଛି। ମୋ ପ୍ରତି ନକରାତ୍ମକ ମନୋଭାବ ରଖୁ ଥିବା ବ୍ୟକ୍ତିଙ୍କୁ  ଧନ୍ୟବାଦ ଜଣାଉଛି। ମୁଁ ଏଠାରେ ସ୍ପଷ୍ଟ କରିଦେବାକୁ ଚାହେଁ ଯେ, ମତେ ବ୍ୟକ୍ତିଗତ ଜୀବନରେ ଯେଉଁମାନେ ଭଲରେ ଟିକେ ବଞ୍ଚିବାକୁ ଦେଉନାହାନ୍ତି ସେମାନଙ୍କ ଲାଗି ମୋର ଏହି ବାର୍ତ୍ତା ଉଦ୍ଦିଷ୍ଟ। ଆଉ ମୁଁ ମଧ୍ୟ ସେହି ଲୋକଙ୍କୁ ଧନ୍ୟବାଦ ଜଣାଇବାକୁ ଚାହେଁ ଯେଉଁମାନେ ମୋ କାମକୁ ପସନ୍ଦ କରିଛନ୍ତି। କିନ୍ତୁ ଯେଉଁମାନେ ମତେ ନ ଜାଣି ମୋ ବିଷୟରେ ଏଣୁ ତେଣୁ କହୁଛନ୍ତି ସେ ସବୁ ମୋ ପାଇଁ ଖୁବ୍‌ କଷ୍ଟଦାୟକ।ମୁଁ ଆପଣଙ୍କୁ ଅନୁରୋଧ କରୁଛି ମତେ ବଞ୍ଚିବାକୁ ଦିଅନ୍ତୁ। ଏତେ ଜଜ୍‌ ମେଣ୍ଟାଲିଟି ହୁଅନ୍ତୁ ନାହିଁ। ତେବେ ନିକଟରେ ନେହାଙ୍କୁ ଏକ ଲାଇଭ୍‌ କନସର୍ଟରେ କାନ୍ଦିଥିବା ଦେଖା ଯାଇଛି।

ସୂଚନା ମୁତାବକ, ନେହା ଅହମ୍ମଦାବାଦ୍‌ର ସର୍ଦ୍ଦାର ପଟେଲ ଷ୍ଟାଡିୟମ୍‌କୁ ଲାଇଭ୍‌ କନସର୍ଟ ପାଇଁ ଯାଇଥିଲେ। କନସର୍ଟରେ ନେହା ଉପସ୍ଥିତ ଥିବା ଦର୍ଶକଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣମାନେ କାହାକୁ ଭଲ ପାଇଛନ୍ତି? ଏଠାରେ ପ୍ରେମରେ ହୃଦୟ ଭାଙ୍ଗିଥିବା ଲୋକ ଅଧିକ ଥିବେ ବୋଲି କହିଥିଲେ ନେହା। ଏହାପରେ ସେ ଏକ ବିରହଭରା ‘ମାହି ବେ..’ଗୀତ ଗାଇ ଦର୍ଶକଙ୍କୁ ଭାବପ୍ରବଣ କରିଦେଇଥିଲେ। ଏହି ଗୀତ ଗାଇବା ସମୟରେ ନେହା କାନ୍ଦି ପକାଇବା ସହ କିଛି ସମୟ ପାଇଁ ନିରବି ଯାଇଥିଲେ। ପୁଣି କିଛି ସମୟ ପରେ ସେ ଗୀତ ଗାଇବା ଆରମ୍ଭ କରିଥିଲେ ମଧ୍ୟ ନିଜ ଇମୋଶନକୁ ନିୟନ୍ତ୍ରଣ କରିପାରି ନଥିଲେ। ହିମାନ୍ସଙ୍କ ସହ ସମ୍ପର୍କ ବିଚ୍ଛେଦ ହେବା ପରେ ସେ କେତେ ଭାଙ୍ଗି ପଡ଼ିଛନ୍ତି ଏଥିରୁ ସ୍ପଷ୍ଟ ବାରି ହେଉଥିଲା।

 

 

 

 

 



from Odisha Reporter http://bit.ly/2Tz1YYv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages