
ଝାରସୁଗୁଡ଼ା (ଭାଗିରଥି ସାହୁ): ଜଣେ ଭାଗଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ଅଭିଯୋଗ ଆସିଛି ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ୍ର କୁଲତା ସମାସିଂହ ଗାଁରୁ।
ମୃତ ଭାଗଚାଷୀଙ୍କ ନାଁ ଯୁଧିଷ୍ଠିର ମଲ୍ଲିକ (୪୮)। ସେ ଆଜି ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।
ଭାଗଚାଷରେ ଫସଲ ନଷ୍ଟ ହୋଇଥିବା କାରଣରୁ ଗତକିଛି ଦିନ ହେବ ଯୁଧିଷ୍ଠିର ଚିନ୍ତିତ ରହୁଥିଲେ। ଏଥିସହ ଗତବର୍ଷ ଝିଅ ବାହାଘର ପାଇଁ ସେ ଋଣ ମଧ୍ୟ କରିଥିଲେ। ଋଣ ଶୁଝିବା ଚିନ୍ତାରେ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ବୋଲି ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।
ଯୁଧିଷ୍ଠିରଙ୍କ ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି। ଜଣେ ଝିଅର ବାହାଘର ସରିଛି।
from Odisha Reporter http://bit.ly/2CSQtFQ
No comments:
Post a Comment