ସାମ୍ବିଧାନିକ ସଂସ୍ଥାକୁ କୁଆଡ଼େ ମ୍ୟାନେଜ୍ କରୁଛନ୍ତି ବାବୁ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 25, 2019

ସାମ୍ବିଧାନିକ ସଂସ୍ଥାକୁ କୁଆଡ଼େ ମ୍ୟାନେଜ୍ କରୁଛନ୍ତି ବାବୁ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଥିବା ଏକ ଜାତୀୟ ସଂସ୍ଥାର ରାଜ୍ୟ ଅଫିସକୁ କୁଆଡ଼େ ଜଣେ ପୂର୍ବତନ ପ୍ରଶାସକ ମ୍ୟାନେଜ୍ କରୁଛନ୍ତି ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, କେନ୍ଦ୍ରରେ ବିଜେପି କ୍ଷମତାସୀନ ଥାଇ ମଧ୍ୟ ଏହି ଜାତୀୟ ସଂସ୍ଥାର ରାଜ୍ୟ କାର୍ଯ୍ୟାଳୟ କୁଆଡ଼େ ବିଜେପି ପକ୍ଷରୁ ଉପସ୍ଥାପନ କରାଯାଉଥିବା ଦୁର୍ନୀତି ଓ ଲୋକଙ୍କ ଅଭିଯୋଗକୁ ଶୁଣିବାକୁ ତତ୍ପରତା ଦେଖାଉନାହିଁ।

ଚର୍ଚ୍ଚା ହେଉଛି, ଜଣେ ପୂର୍ବତନ ପ୍ରଶାସକ କୁଆଡ଼େ ନିଜର ପ୍ରଭାବ ବିସ୍ତାର କରି ଓଡ଼ିଶାରେ ଥିବା ଏହି ସାମ୍ବିଧାନିକ ସଂସ୍ଥାର ରାଜ୍ୟ କାର୍ଯ୍ୟାଳୟକୁ ଦୁର୍ବଳ କରିବାରେ ଲାଗିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଅନିୟମିତତା ସମ୍ପର୍କରେ ବି ଏହି ସଂସ୍ଥାରେ ଅଭିଯୋଗ କଲେ କୌଣସି ସୁଫଳ ମିଳୁନି। ଏପରିକି କେନ୍ଦ୍ରରେ ବିଜେପି କ୍ଷମତାରେ ଥିଲେ ମଧ୍ୟ ସମ୍ପୃକ୍ତ ଦଳ ପକ୍ଷରୁ ରାଜକୋଷକୁ ଖୋଳ କରିବା ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଖୋଳତାଡ଼ ପାଇଁ ଅଭିଯୋଗ ଦେଲାପରେ ବି ସାମାନ୍ୟତମ ପଦକ୍ଷେପ ନିଆଯାଇପାରୁନି।

ରାଜ୍ୟର କ୍ଷମତାସୀନ ସରକାରରେ ଥିବା କିଛି ସଚିବ କୁଆଡ଼େ ଏବେ ର୍ଦୁନୀତିକୁ ନୀତି କରି ରାଜକୋଷ ପାଣ୍ଠିକୁ ମନଇଚ୍ଛା ଖର୍ଚ୍ଚ କରିବାରେ ଲାଗିଛନ୍ତି । ଏଥିପାଇଁ ଆବଶ୍ୟକ ନିୟମକାନୁନକୁ ବି ସେମାନେ ପାଳନ କରୁନାହାନ୍ତି। ଏସବୁ ଯୋଗୁ ଟିକସଦାତାଙ୍କ କୋଟି କୋଟି ଟଙ୍କା ସେମାନଙ୍କ ତହବିଲକୁ ଯାଉଥିବାର ଆଶଙ୍କା ସୃଷ୍ଟି ହେଉଛି। ଯେଉଁ ଢଙ୍ଗରେ ସେମାନେ ଏଭଳି କୋଟି କୋଟି ଟଙ୍କା ଲୁଟ୍ କରୁଛନ୍ତି ତା’ର ଖୋଳତାଡ଼ କରିବା ପାଇଁ ସମ୍ପୃକ୍ତ ସାମ୍ବିଧାନିକ ସଂସ୍ଥାର ରାଜ୍ୟ କାର୍ଯ୍ୟାଳୟରେ ଆପତ୍ତି କରାଗଲେ କୌଣସି ସୁଫଳ ମିଳିପାରୁନି।

ଚର୍ଚ୍ଚା ହେଉଛି ଶାସକ ବିଜେଡିରେ ସାମିଲ ହୋଇଥିବା ଜଣେ ପୂର୍ବତନ ପ୍ରଶାସକ କୁଆଡ଼େ ନିୟମିତ ଭାବେ ଏହି ସଂସ୍ଥାର ରାଜ୍ୟ କାର୍ଯ୍ୟାଳୟ ସହ ଯୋଗସୂତ୍ରରେ ରହୁଛନ୍ତି। ଆଉ ନିଜର ପାରିବାପଣିଆ ଦେଖାଇବା ପାଇଁ କୁଆଡ଼େ ସମ୍ପୃକ୍ତ ଅଫିସକୁ ମ୍ୟାନେଜ କରୁଛନ୍ତି ବୋଲି ବାହାସ୍ଫୋଟ ମାରୁଛନ୍ତି। ଏହି ଆଳରେ ସିଏ କୁଆଡ଼େ ମୋଟା ଅଙ୍କର ଅର୍ଥ ହରିଲୁଟ୍ କରିବାରେ ଲାଗିଛନ୍ତି।

ସାମ୍ବିଧାନିକ ସଂସ୍ଥାକୁ ଦୁର୍ବଳ କରିବାର ଏହି ପ୍ରଶାସକଙ୍କ କାର୍ଯ୍ୟ ଓ ସମ୍ପୃକ୍ତ ସଂସ୍ଥାର ପଦାଧିକାରୀଙ୍କ ସନ୍ଦେହଜନକ ଭୂମିକା ଯୋଗୁ ରାଜ୍ୟର ସାଧାରଣ ଲୋକ ସରକାରୀ ପାଣ୍ଠିର ବାଟମାରଣା ହେଉଥିବା ଜାଣି ବି ଚୁପ୍ ରହିବାକୁ ବାଧ୍ୟ ହେଉଛନ୍ତି। ନିଜର କିଛି ଆଳୁଦୋଷ ପାଇଁ ଖୁବକମ୍ ଦିନ ମଧ୍ୟରେ ବିବାଦୀୟ ହୋଇପଡ଼ିଥିବା ଏହି ପୂର୍ବତନ ପ୍ରଶାସକଙ୍କୁ ଅବଶ୍ୟ ତୃତୀୟ ମହଲାରୁ ‘ଚେକ୍ ଆଣ୍ଡ ବାଲାନ୍ସ’ ମିଳିଛି।

ତଥାପି ସେ ଏହି ସାମ୍ବିଧାନିକ ସଂସ୍ଥାକୁ ମ୍ୟାନେଜ କରି ସରକାରକୁ ସମାଲୋଚନାରୁ ସୁରକ୍ଷିତ ରଖୁଛନ୍ତି ବୋଲି ସଫେଇ ଦେଉଥିବାରୁ ତାଙ୍କ ଉପରେ ତୃତୀୟ ମହଲା କଠୋର ହୋଇପାରୁନି। ଯେଉଁଥିପାଇଁ ସିଏ କୁଆଡ଼େ ଧୀରେଧୀରେ ଆଉ ଏକ ପାୱାରସେଣ୍ଟର ଭାବେ ଉଭା ହେବାରେ ଲାଗିଛନ୍ତି। ଆଉ ଦଳ ଭିତରେ ତାଙ୍କର ସମର୍ଥକମାନଙ୍କୁ ସିଏ କୁଆଡ଼େ ଏବେ ନିଜ ପାଖରେ ଅବସ୍ଥାପିତ କରୁଛନ୍ତି ବୋଲି ଚର୍ଚ୍ଚା।



from Odisha Reporter http://bit.ly/2COGi3A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages