ଓଡ଼ିଶାରେ ଚାଲିଛି ନବୀନଙ୍କ ଅମଲାତାନ୍ତ୍ରିକ ଏକଛତ୍ରବାଦ: ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 25, 2019

ଓଡ଼ିଶାରେ ଚାଲିଛି ନବୀନଙ୍କ ଅମଲାତାନ୍ତ୍ରିକ ଏକଛତ୍ରବାଦ: ରାହୁଲ

rahul1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା କଂଗ୍ରେସ୍‌ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦି ଗୋଟିଏ ରାସ୍ତାରେ ଚାଲୁଥିବା କହି ବିଜେଡି-ବିଜେପି ମଧ୍ୟରେ ଭିତିରି ସମ୍ପର୍କ ଥିବା ଓ ନବୀନ ଓଡ଼ିଶାରେ ଏକଛତ୍ରବାଦୀ ଶାସନ ଚଳାଇଥିବା କହି ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଓଡ଼ିଶାରେ ଏକ ଅମଲାତାନ୍ତ୍ରିକ ଏକଛତ୍ରବାଦ ଚାଲିଛି। ନବୀନ ଏଠାରେ ଏକପ୍ରକାର ଏକଛତ୍ରବାଦୀ ଶାସନ ଚଳାଇଛନ୍ତି। ଓଡ଼ିଶା ଲୋକଙ୍କୁ ଏହି ଜଣତନ୍ତ୍ର ଏବଂ ଏକଛତ୍ରବାଦରୁ ମୁକ୍ତିଦେବା ଆମର ଲକ୍ଷ୍ୟ।”

ହଠାତ୍‌ ନବୀନଙ୍କ ନିଦ ଭାଙ୍ଗିଲା

ଚାଷୀ ସମସ୍ୟାକୁ ନେଇ ରାହୁଲ ନବୀନଙ୍କୁ ସମାଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାକୁ ସେ କଟାକ୍ଷ୍ କରିବା ସହ ହଠାତ୍‌ ନବୀନ ଚେଇଁ ଉଠିଲେ ବୋଲି କହିଛନ୍ତି। ସେ କହିଛନ୍ତି, “ନବୀନଙ୍କ ନିଦ ହଠାତ୍‌ ଭାଙ୍ଗିଗଲା। ନବୀନ କ୍ଷମତାକୁ ଆସିବାର ଦୀର୍ଘବର୍ଷ ପରେ ଚାଷୀ ମନେପଡ଼ିଲେ। ଆମେ ଛତିଶଗଡ଼ରେ ଋଣ ଛାଡ଼ କରିବାରୁ ନବୀନଙ୍କ ନିଦ ଭାଙ୍ଗିଲା। ଛତିଶଗଡ଼ରେ ଧାନ ଏମ୍‌ଏସ୍‌ପି ବଢ଼ିବାରୁ ସେ ଚେଇଁ ଉଠିଲେ। ଏତେ ବର୍ଷ ହେଲାଣି ନବୀନ ଚାଷୀଙ୍କ ପାଇଁ କ’ଣ କରୁଥିଲେ ? ନା ନବୀନ ନା ମୋଦି, କେହି ଚାଷୀଙ୍କ ପ୍ରତି ସମ୍ବେଦନଶୀଳ  ନୁହଁନ୍ତି।”

କଂଗ୍ରେସ୍‌ ମଧ୍ୟବିତ୍ତଙ୍କ ସହ ଅଛି

କଂଗ୍ରେସ୍‌ ଦେଶର ମଧ୍ୟବିତ୍ତ ପରିବାରଙ୍କ ସହ ଥିବା ରାହୁଲ କହିବା ସହ ବିଜେପି ଆରଏସ୍‌ଏସ୍‌ ସହ ଥିବା କହିଛନ୍ତି। ସେ କହିଛନ୍ତି, “କେନ୍ଦ୍ର ସରକାର ଉପରେ ଆରଏସ୍ଏସର ସିଧାସଳଖ ପ୍ରଭାବ ରହୁଛି। କିନ୍ତୁ କଂଗ୍ରେସ ସବୁବେଳେ ମଧ୍ୟବିତ୍ତମାନଙ୍କ ଉନ୍ନତି ପାଇଁ ଧ୍ୟାନ ଦେଇଛି। ସୂଚନା ଅଧିକାର ଆଇନ ମଧ୍ୟବିତ୍ତଙ୍କ ଏକ ଅସ୍ତ୍ର ଥିଲା। କିନ୍ତୁ ଏବେ ସୂଚନା ଅଧିକାରକୁ ପୂରା ସଫା କରି ଦିଆଯାଇଛି।”

ବିଜେପି-ବିଜେଡି ଭାଇ ଭାଇ

ବିଜେପି ଓ ବିଜେଡି ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବା କହିଛନ୍ତି ରାହୁଲ। ସେ କହିଛନ୍ତି, “ନବୀନ-ମୋଦି ଏକାଠି ଅଛନ୍ତି। ଗୋଟିଏ ରାସ୍ତାରେ ଚାଲୁଛନ୍ତି। ମୋଦିଙ୍କ ପ୍ରତି କଥାରେ ନବୀନ ତାଙ୍କୁ ସହଯୋଗ କରୁଛନ୍ତି।”

ନିଯୁକ୍ତି କାହିଁ ?

ଦେଶରେ ବଢ଼ି ଚାଲିଥିବା ବେରୋଜଗାରକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ରାହୁଲ। କହିଛନ୍ତି, “ଦେଶରେ ଆର୍ଥିକ ଅଗ୍ରଗତି ହେଉଥିବା କେନ୍ଦ୍ର ସରକାର କହୁଛନ୍ତି। ଅଗ୍ରଗତି ହେଉଛି ବୋଲି କହୁଛନ୍ତି, ହେଲେ ବେକାର ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ କେଉଁଠି ଅଛି ?”

ଓଡ଼ିଶାର ଗୌରବମୟ ଇତିହାସକୁ ମନେ ପକାଇଲେ

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାହୁଲ ହୋଟେଲ ମେ’ ଫେୟାରକୁ ଯାଇଥିଲେ। ସେଠାରେ ବୁଦ୍ଧିଜୀବୀଙ୍କୁ ସମ୍ବୋଧିତ କରି ଉଭୟ ମୋଦି ଓ ନବୀନ ସରକାରକୁ ସମାଲୋଚନା କରିବା ସହ ଓଡ଼ିଶାର ଗୌରବମୟ ଇତିହାସକୁ ସ୍ମରଣ କରିଥିଲେ। ରାହୁଲ କହିଥିଲେ, ଓଡ଼ିଶା ହେଉଛି ସେହି ମାଟି, ଯାହା ଜଣେ ଶାସକକୁ ନିରସ୍ତ୍ର କରିଥିଲା। ରକ୍ତପାତ କରିବାକୁ ଆସିଥିବା ଶାସକର ପ୍ରକୃତି ପରିବର୍ତ୍ତନ କରିଥିଲା।”

ରାହୁଲଙ୍କୁ ଭବ୍ୟ ସ୍ୱାଗତ

ଏକ ସ୍ୱତନ୍ତ ବିମାନରେ ଦିନ ପ୍ରାୟ ୧୦ଟା ୫୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ରାହୁଲ ପହଞ୍ଚିଥିଲେ। ଅଧ୍ୟକ୍ଷ ହେବା ପରେ ରାହୁଲ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି।  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସାଂସଦ ରଞ୍ଜୀବ ବିଶ୍ୱାଳ, ବରଷ୍ଠ ନେତା  ଚିରଞ୍ଜୀବ ବିଶ୍ୱାଳ, ଜୟଦେବ ଜେନା, ପ୍ରଦୀପ ମାଝୀ, ଶରତ ରାଉତ ଏବଂ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରମୁଖ ବିମାନବନ୍ଦରରେ ଉପସ୍ଥିତ ରହି ରାହୁଲଙ୍କୁ ସ୍ୱାଗତ କରିଥିଲେ।



from Odisha Reporter http://bit.ly/2RSjAC3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages