ନୂଆ ବର୍ଷରେ ଚାଷୀଙ୍କୁ ଉପହାର ଦେଲେ ଦିଦି, ଏଣିକି ହେକ୍ଟର ପିଛା ମିଳିବ ୫,୦୦୦ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ନୂଆ ବର୍ଷରେ ଚାଷୀଙ୍କୁ ଉପହାର ଦେଲେ ଦିଦି, ଏଣିକି ହେକ୍ଟର ପିଛା ମିଳିବ ୫,୦୦୦ ଟଙ୍କା

କୋଲକତା:ପୁରୁଣା ବର୍ଷ ବିଦାୟ ନେଇ ଏବେ ଆସିଛି ନୂଆ ବର୍ଷ । ତେବେ ଏହି ନବ ବର୍ଷ ଅବସରରେ ରାଜନୈତିକ ଦଳ ଗୁଡ଼ିକର ନଜର ଲୋକସଭା ନିର୍ବାଚନ ଉପରେ ରହିଛି। ସାଧାରଣ ଜନତାଙ୍କୁ ଲୋଭେଇବା ପାଇଁ ବିଭିନ୍ନ ପ୍ରକାର ରଣନୀତି ବି କରୁଛନ୍ତି। ପୂର୍ବରୁ ୩ ରାଜ୍ୟରେ କୃଷି ଋଣ ଛାଡ଼ି କଂଗ୍ରେସ ଚର୍ଚ୍ଚାରେ ଥିବା ବେଳେ ଏବେ ସବୁ ରାଜନୈତିକ ଦଳଙ୍କ ଫୋକସ୍‌ରେ ଚାଷୀ ଅଛନ୍ତି।

ଏହିପରିପ୍ରକ୍ଷୀରେ ପଞ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚାଷୀମାନଙ୍କୁ ନୂଆ ବର୍ଷର ଭେଟି ଦେଇଛନ୍ତି। ଚାଷୀମାନଙ୍କୁ ଏକର ପ୍ରତି ବାର୍ଷିକ ୫୦୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବା ନେଇ ଘୋଷଣା କରିଛନ୍ତି ମମତା। ‘କୃଷକ ବନ୍ଧୁ’ ନାମରେ ଏହି ଯୋଜନା ଘୋଷଣା କରାଯାଇଛି। ଏଥିସହ ୧୮ରୁ ୬୦ ବର୍ଷର ଚାଷୀମାନଙ୍କ ପାଇଁ ୨ ଲକ୍ଷ ଟଙ୍କାର ଜୀବନ ବୀମା ଘୋଷଣା କରାଯାଇଛି।

ମମତା କହିଛନ୍ତି ଯେ, ପଶ୍ଚିମବଙ୍ଗରେ ୭୨ ଲକ୍ଷ ପରିବାର କୃଷି ଉପରେ ନିର୍ଭରଶୀଳ। ଆମର ଟିଏମସି ସରକାର ସବୁ ଚାଷୀଙ୍କୁ ୨ଟି ପର୍ଯ୍ୟାୟରେ ପ୍ରତ୍ୟେକ ଚାଷୀଙ୍କୁ ଏକର ପ୍ରତି ୫୦୦୦ ଟଙ୍କାର ଆର୍ଥିକ ସମହାୟତା ଯୋଗାଇଦେବ। ଏହି ଯୋଜନା ୨୦୧୯ ଜାନୁଆରୀ ୧ରୁ ଲାଗୁ ହେବ ବୋଲି ମମତା କହିଛନ୍ତି। ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ମମତା କହିଥିଲେ ଯେ, ଏ ପର୍ଯ୍ୟନ୍ତ କେହି ଚାଷୀ ସେଠାରେ ଅପ୍ରାକୃତିକ କାରଣରୁ ମୃତ୍ୟୁବରଣ କରିନାହାନ୍ତି।



from Odisha Reporter http://bit.ly/2SuSFbT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages