ଘରେ ପ୍ରସ୍ତୁତ କରନ୍ତୁ ‘କୁକୁଡ଼ା ମାଂସ ସିଝା ମସଲା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ଘରେ ପ୍ରସ୍ତୁତ କରନ୍ତୁ ‘କୁକୁଡ଼ା ମାଂସ ସିଝା ମସଲା’

food

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଚିକେନ୍‌କୁ ନେଇ ଏକ ନିଆରା ଖାଦ୍ୟ ସାମଗ୍ରୀ ‘କୁକୁଡ଼ା ମାଂସ ସିଝା ମସଲା’ର ପ୍ରସ୍ତୁତି ସମ୍ପର୍କରେ ଆଜି ଆମେ ଆପଣଙ୍କୁ ଟିପ୍‌ସ୍‌ ଦେବୁ।

ଆବଶ୍ୟକ ସାମଗ୍ରୀ: ଚିକେନ୍‌, କଟା ପିଆଜ, କଟା ଟମାଟୋ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଂସକୁ ଧୋଇଦେଇ ଏକ ପାତ୍ରରେ ରଖନ୍ତୁ। ଏବେ ଚୁଲିରେ କଡ଼େଇ ବସାଇ କିଛି ପାଣି ଦିଅନ୍ତୁ। ପାଣି ଫୁଟିଗଲା ପରେ ସେଥିରେ ଆବଶ୍ୟକ ମୁତାବକ ଲୁଣ ପକାନ୍ତୁ। ତା’ପରେ ସେଥିରେ ଚିକେନ୍‌ ପକାନ୍ତୁ।

କିଛି ସମୟ ପରେ ସେଥିରେ ହଳଦୀ, ତେଲ, କଟା ପିଆଜ ଓ କଟା ଟମାଟୋ ପକାଇ ଗୋଳାଇ ଦିଅନ୍ତୁ ଏବଂ ଚିକେନ୍‌କୁ ସିଝିବା ପାଇଁ ସେଥିରେ ଏକ ଡାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ।

ମଝିରେ ମଝିରେ ଡାଙ୍କୁଣୀ ଉଠାଇ ମାଂସକୁ ଅଳ୍ପ ଗୋଳାଇ ଦେଉଥିବେ। ମାଂସ ସିଝି ପାଣି ସବୁ ମରିଯିବା ପରେ ଚୁଲିରୁ କଡ଼େଇ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘କୁକୁଡ଼ା ମାଂସ ସିଝା ମସଲା’। ଏହି ଭିନ୍ନ ଧରଣର ଆଇଟମ୍‌ ନିଜେ ଖାଆନ୍ତୁ ଏବଂ ଅନ୍ୟକୁ ଖୁଆନ୍ତୁ।



from Odisha Reporter http://bit.ly/2GOwjAL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages