
ଆସିକା(ଓଡ଼ିଶା ରିପୋର୍ଟର): ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ଆଠଗଡ଼ପାଟଣାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଗାଁର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଫଳରେ ଆସିକା ଓ ଭୁବନେଶ୍ୱର ମଧ୍ୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପୁଲିସ୍ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।
ସୂଚନା ଅନୁସାରେ, ଗତ ୨୪ ତାରିଖରେ ଆଠଗଡ଼ପାଟଣା ଗାଁର କବିର ସେଠୀ ନାମକ ଜଣେ ବ୍ୟକ୍ତିଙ୍କୁ କିଛି ଦୁର୍ବୃତ୍ତ କବିସୂର୍ଯ୍ୟନଗର ଥାନା ଅର୍ଜୁନପଲ୍ଲୀ ଗାଁ ଛକରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସେ ପ୍ରାଣ ହରାଇଥିଲେ।
ଏହାପରେ ପରିବାର ଲୋକଙ୍କ ସହିତ ଗାଁ ଲୋକେ ତାଙ୍କ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ।
from Odisha Reporter http://bit.ly/2LKAZXh
No comments:
Post a Comment