କ୍ଷଣିକ କ୍ରୋଧ ଆଗରେ ତୁଚ୍ଛ ହେଉଛି ରକ୍ତ ସମ୍ପର୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

କ୍ଷଣିକ କ୍ରୋଧ ଆଗରେ ତୁଚ୍ଛ ହେଉଛି ରକ୍ତ ସମ୍ପର୍କ

ବାରିପଦା (ମାଣିକଲାଲ୍‌ ପାଣି): ଦିନକୁ ଦିନ ହିଂସ୍ର ହେଉଛନ୍ତି ଯୁବପିଢ଼ି। ମାନୁ ନାହାନ୍ତି ରକ୍ତର ସମ୍ପର୍କ। କ୍ଷଣିକ କ୍ରୋଧର ବଶବର୍ତ୍ତୀ ହୋଇ ପ୍ରତିହିଂସାପରାୟଣ ହୋଇପଡ଼ୁଛନ୍ତି। କେତେବେଳେ କାହାକୁ ହାଣିଦେଉଛନ୍ତି ତ ଆଉ କେତେବେଳେ କାହାକୁ କଚାଡ଼ି ମାରିଦେଉଛନ୍ତି। ଏପରି ହିଂସାକାଣ୍ଡ ବଢ଼ୁଥିବା ବେଳେ ପରିବାର ଭିତରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ବୟସ୍କ ଲୋକ। ମୟୂରଭଞ୍ଜ ଜିଲ୍ଲାରେ ଏପରି ଦୁଇଟି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।

ମୟୂରଭଞ୍ଜ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏହି ଜିଲ୍ଲାରେ ଲୋକେ ମକର ସଂକ୍ରାନ୍ତିକୁ ଧୁମ୍‌ଧାମ୍‌ରେ ପାଳନ କରିଥାଆନ୍ତି। ବେତନଟୀ ଥାନା ଅନ୍ତର୍ଗତ ଦାନ୍ତିଆମୁହାଁ ଗାଁର ବେଣୁଧର ଦେହୁରୀଙ୍କୁ ତାଙ୍କ ନାତି ରାମଚନ୍ଦ୍ର ଦେହୁରୀ ଆଜି ମକର ଖର୍ଚ୍ଚ ମାଗିଥିଲେ। ଜେଜେ ମନା କରିବାରୁ ନାତି ରାଗି ଯାଇଥିଲେ। ପରେ ଏକ ବ୍ୟାଟ୍‌ରେ ୭୦ ବର୍ଷିୟା ଜେଜେଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ରାମଚନ୍ଦ୍ରଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସେହିପରି ଧାନ ଟଙ୍କାକୁ ନେଇ ଜିଲ୍ଲାର ଝାରପୋଖରୀଆ ଥାନା ଅନ୍ତର୍ଗତ ପାକଟିଆ ଗାଁରେ ଶୁକଦେବୀ ନାୟକଙ୍କୁ ତାଙ୍କ ଦିଅର ଜଗନ୍ନାଥ ନାୟକ(୨୩) ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଜଗନ୍ନାଥ କୁକୁଡ଼ା କାଟୁଥିଲେ। ଏହି ସମୟରେ ଭାଉଜ ଶୁକଦେବୀ ଯାଇ ଟଙ୍କା ମାଗିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେ ତାଙ୍କୁ ଏକ କୁରାଢ଼ିରେ ଆକ୍ରମଣ କରିଥିଲେ। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆଜି ସକାଳେ ଜଗନ୍ନାଥ ଥାନାରେ ଆତ୍ମସମର୍ପଣ କରିଛନ୍ତି।



from Odisha Reporter http://bit.ly/2RLWVGF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages