ଚା’ ବିକି ସାରା ବିଶ୍ୱ ଭ୍ରମଣ କଲେଣି କେରଳର ଏହି ଦମ୍ପତି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

ଚା’ ବିକି ସାରା ବିଶ୍ୱ ଭ୍ରମଣ କଲେଣି କେରଳର ଏହି ଦମ୍ପତି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ଜଣାଶୁଣା ବ୍ୟବସାୟୀ ତଥା ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ନିକଟରେ ନିଜ ସୋଶାଲ୍‌ ମିଡିଆ ଆକାଉଣ୍ଟ୍‌ରେ ଏକ ବୟସ୍କ ଦମ୍ପତିଙ୍କ ଫଟୋ ଶେଆର୍‌ କରିଥିଲେ। ଏଥିରେ ଆନନ୍ଦ ଲେଖିଥିଲେ, “ଏହି ଦମ୍ପତି ଫୋବର୍ସ ମ୍ୟାଗାଜିନ୍‌ରେ ସବୁଠାରୁ ଧନୀ ଲୋକଙ୍କ ଲିଷ୍ଟ୍‌ରେ ସାମିଲ୍‌ ନାହାନ୍ତି। କିନ୍ତୁ ମୋ ପାଇଁ ଏମାନେ ହେଉଛନ୍ତି ଭାରତର ସବୁଠାରୁ ବଡ଼ ଧନୀ ଦମ୍ପତି। ଜୀବନକୁ ଦେଖିବାର ଦୃଷ୍ଟିକୋଣ ହିଁ ଏମାନଙ୍କ ଅସଲ ସମ୍ପତ୍ତି।“

ଏହି ବୟସ୍କ ଦମ୍ପତିଙ୍କ ଭିଡିଓ ଦୀର୍ଘ ଦିନ ଧରି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏମାନେ ହେଉଛନ୍ତି କେରଳର ୭୦ ବର୍ଷ ବୟସ୍କ ବିଜୟନ୍‌ ଓ ତାଙ୍କ ପତ୍ନୀ ମୋହନା। ଏର୍ଣ୍ଣାକୁଲମ୍‌ରେ ଏକ ଛୋଟ ଚା’ ଦୋକାନ କରିଥିବା ଏହି ବୟସ୍କ ପତି-ପତ୍ନୀଙ୍କ ପାଇଁ ଜୀବନର ଅର୍ଥ ହେଉଛି, ସାରା ବିଶ୍ୱ ଭ୍ରମଣ କରିବା ଏବଂ ପ୍ରତି ଯାତ୍ରାରୁ କିଛି ନା କିଛି ଶିଖିବା ପାଇଁ ଚେଷ୍ଟା କରିବା।

ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇପାରନ୍ତି, କିନ୍ତୁ ଏହା ସତ ଯେ ନିଜ ଚା’ ଦୋକାନରୁ ରୋଜଗାର କରିଥିବା ଅର୍ଥରେ ଏହି ଦମ୍ପତି ଏଯାଏ ବିଶ୍ୱର ୨୩ଟି ଦେଶ ଭ୍ରମଣ କରି ସାରିଲେଣି।
ବିଜୟନ୍‌ କୁହନ୍ତି, “ମୁଁ ସାରା ଦୁନିଆ ଦେଖିବାକୁ ଚାହେଁ, ଏହା ହିଁ ମୋର ଏକମାତ୍ର ଇଚ୍ଛା।“

ଭ୍ରମଣ କରିବାର ଇଚ୍ଛା ବିଜୟନ୍‌ଙ୍କ ଭିତରେ ଆରମ୍ଭରୁ ଏତେ ମାତ୍ରାରେ ଥିଲା ଯେ ପିଲାଦିନେ ସେ ଘରୁ ଧାନ ଚୋରି କରି ବିକ୍ରି କରି ଦେଉଥିଲେ। ଧାନ ବିକି ପାଇଥିବା ଟଙ୍କାକୁ ସଞ୍ଚୟ କରି ସେ ନୂଆ ନୂଆ ସ୍ଥାନକୁ ବୁଲିବାକୁ ଯାଉଥିଲେ।

ତାଙ୍କର ଏହି ଅଦମ୍ୟ ଇଚ୍ଛା ହିଁ ତାଙ୍କୁ ପତ୍ନୀଙ୍କ ସହ ୨୩ଟି ଦେଶକୁ ଭ୍ରମଣ କରିବା ପାଇଁ ପ୍ରେରଣା ଦେଇଥିଲା। ତେବେ ଏପରି ବିଦେଶ ଯାତ୍ରାର ଇଚ୍ଛା ପୂରଣ ପାଇଁ ଉଭୟ ପତି-ପତ୍ନୀ ପ୍ରତି ଦିନ କଠିନ ପରିଶ୍ରମ କରୁଛନ୍ତି ଏଥିପାଇଁ ଯେପରି ଆଉ ଏକ ନୂଆ ଦେଶ ଭ୍ରମଣରେ ଯିବାକୁ ଟଙ୍କା ସଞ୍ଚୟ କରିପାରିବେ।

ଏକ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ ବିଜୟନ୍‌ କହିଥିଲେ, ଯେବେ ତାଙ୍କ ପାଖରେ କିଛି ଟଙ୍କା ହୋଇଯାଏ, ସେ ସେହି ଟଙ୍କାକୁ ନେଇ ବ୍ୟାଙ୍କରୁ ଲୋନ୍‌ ନେଇଥା’ନ୍ତି ଓ ନୂଆ ଦେଶ ଯାତ୍ରାରେ ବାହାରି ପଡ଼ିଥା’ନ୍ତି। ପୁଣି ବିଦେଶରୁ ଫେରି ଦୁଇ-ତିନି ବର୍ଷ ଯାଏ କଠିନ ପରିଶ୍ରମ କରି ବ୍ୟାଙ୍କ୍‌ର ଲୋନ୍‌ ସୁଝିଥା’ନ୍ତି।
ବିଜୟନ୍‌ କୁହନ୍ତି, “ମୋତେ ଭଗବାନ ସର୍ବଦା ମୋ’ର କ୍ଷମତା, ସ୍ୱପ୍ନ ଓ ଇଚ୍ଛାଠାରୁ ଅଧିକ କିଛି ଦେଇଛନ୍ତି।“
ବର୍ତ୍ତମାନ ପର୍ଯ୍ୟନ୍ତ ବିଜୟନ୍‌ ନିଜର ଏହି ବିଦେଶ ଯାତ୍ରାରେ ପାଖାପାଖି ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଛନ୍ତି। କିନ୍ତୁ ଖର୍ଚ୍ଚ ହୋଇଥିବା ଏହି ଟଙ୍କା ତାଙ୍କୁ ଯାତ୍ରାରୁ ମିଳିଥିବା ଅନୁଭବ ସାମ୍ନାରେ କିଛି ନୁହେଁ ସେ କୁହନ୍ତି।

ଏପରି ବିଦେଶ ଭ୍ରମଣର ଅଜବ ଝୁଙ୍କ୍‌ ପାଇଁ ଯେତେବେଳେ କିଛି ଲୋକ ତାଙ୍କୁ ପାଗଳ କହିଥା’ନ୍ତି, ଏହାର ପ୍ରତିକ୍ରିୟାରେ ବିଜୟନ୍‌ କୁହନ୍ତି, “ହଁ ମୁଁ ପାଗଳ। ପ୍ରତ୍ୟେକ ବ୍ୟକ୍ତିର କିଛି ନା କିଛି ପାଗଳାମି ଥାଏ।“

ବିଜୟନ୍‌ଙ୍କର ଏହି ପାଗଳାମି କିନ୍ତୁ ଜଣାଶୁଣା ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରାଙ୍କୁ ବେଶ୍‌ ପ୍ରଭାବିତ କରିଛି। ଆନନ୍ଦ କେବଳ ଏହି ପାଗଳାମିକୁ ମନ ଖୋଲା ପ୍ରଶଂସା କରି ନାହାନ୍ତି, ବରଂ ବିଜୟନ୍‌ଙ୍କ ସମସ୍ତ ବିଦେଶ ଯାତ୍ରାକୁ ସ୍ପନ୍‌ସର୍‌ କରିବାକୁ ମଧ୍ୟ ଚାହୁଁଛନ୍ତି।
ମହିନ୍ଦ୍ରା ତାଙ୍କ ଟ୍ୱିଟର୍‌ ପୋଷ୍ଟ୍‌ରେ ଆହୁରି ମଧ୍ୟ ଲେଖିଛନ୍ତି, “ଯେବେ ସେ କେରଳ ଯିବେ, ବିଜୟନ୍‌ଙ୍କ ଦୋକାନର ଚା’ ପିଇବା ପାଇଁ ନିଶ୍ଚୟ ପସନ୍ଦ କରିବେ।”



from Odisha Reporter http://bit.ly/2QKdjD6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages