ଗହମ ନୁହେଁ କଦଳୀରୁ ଅଟା, ଜାଣିଛନ୍ତି କେମିତି ହୁଏ ପ୍ରସ୍ତୁତ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 21, 2019

ଗହମ ନୁହେଁ କଦଳୀରୁ ଅଟା, ଜାଣିଛନ୍ତି କେମିତି ହୁଏ ପ୍ରସ୍ତୁତ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ଏ ପର୍ଯ୍ୟନ୍ତ ଗହମ, ବାଜରା, ଚଣାରୁ ପ୍ରସ୍ତୁତ ହୋଇଥିବା ଅଟାର ରୁଟି ଖାଇଥିବେ। କିନ୍ତୁ ଆପଣ କଣ କେବେ କଞ୍ଚା କଦଳୀରୁ ପ୍ରସ୍ତୁତ ଅଟା ବିଷୟରେ ଶୁଣିଛନ୍ତି। ଆଜ୍ଞା ହଁ, କଞ୍ଚା କଦଳୀର ଅଟା ମଧ୍ୟ ରହିଛି। ଏହାକୁ ଖାଇଲେ ଅନେକ ଫାଇଦା ମିଳିଥାଏ। ଏହି ଅଟାକୁ ଆପଣ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ ଏବଂ ବଜାରରେ ମଧ୍ୟ ଏହା ଉପଲବ୍ଧ ହେଉଛି। କିନ୍ତୁ ଏହାକୁ ଘରେ ମଧ୍ୟ ଆପଣ ପ୍ରସ୍ତୁତ କରିପାରିବେ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଞ୍ଚା କଦଳୀରୁ ଚୋପା ଛଡ଼ାଇ ଏହାକୁ ଛୋଟ ଛୋଟ ଖଣ୍ଡରେ କାଟି ରଖନ୍ତୁ। ଏହାପରେ କଟା ଯାଇଥିବା କଦଳୀକୁ ମାଇକ୍ରୋଓଭାନ୍‌ରେ ଆବଶ୍ୟକ ତାପମାତ୍ରା ଅନୁସାରେ ବେକ୍‌ କରନ୍ତୁ। ବେକ୍ ହୋଇଯିବା ପରେ ଏହି କଞ୍ଚା କଦଳୀକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର କଞ୍ଚା କଦଳୀରୁ ପ୍ରସ୍ତୁତ ଅଟା।

କ’ଣ ଏହାର ଉପକାର

କଞ୍ଚା କଦଳୀର ଅଟା କୌଣସି ସୁପର୍‌ ଫୁଡ୍‌ଠାରୁ କମ୍‌ ନୁହେଁ। କଞ୍ଚା କଦଳୀର ସମସ୍ତ ଗୁଣ ଏଥିରେ ରହିଛି। ଆସନ୍ତୁ ଜାଣିବା ଏହି ଅଟା କେତେ ଉପକାରୀ।

  • ଏଥିରେ ପ୍ରଚୁର ପରିମାଣର ପୋଟାୟିୟମ୍‌, ଜିଙ୍କ୍‌, ଭିଟାମିନ୍‌-ଇ, ମ୍ୟାଗ୍ନେସିୟମ୍‌ ରହିଛି।
  • ଏହି ଅଟା ଖାଇଲେ ସୁଗାର୍‌ର ସ୍ତର ନିୟନ୍ତ୍ରଣ ହୋଇଥାଏ।
  • ଏଥିରେ କମ୍‌ ମାତ୍ରାରେ ଶ୍ୱେତସାର ରହିଥାଏ।
  • ଏହି ଅଟାରେ କ୍ୟାଲୋରୀ ମଧ୍ୟ ଖୁବ୍‌ କମ୍‌ ରହିଛି।
  • ଏଥିରେ ଆପଣ ବିସ୍କୁଟ୍‌ ଓ କେକ୍‌ ମଧ୍ୟ ପ୍ରସ୍ତୁତ କରିପାରିବେ।
  • ଆପଣ ଚାହିଁଲେ ଏହି ଅଟାକୁ ଗହମ ଅଟା ସହିତ ମିଶାଇ ମଧ୍ୟ ପ୍ରସ୍ତୁତ କରିପାରିବେ।

 



from Odisha Reporter http://bit.ly/2U0uNNq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages