
ଭୋପାଲ: ଲୋକସଭା ନିର୍ବାଚନ ପାଇଁ ମଧ୍ୟ ପ୍ରଦେଶରେ କସରତ ଆରମ୍ଭ କରି ଦେଲାଣି କଂଗ୍ରେସ। ଏଠାରେ ୨୯ଟି ଲୋକସଭା ଆସନ ଥିବା ବେଳେ ଆଗାମୀ ନିର୍ବାଚନରେ ଅଧିକରୁ ଅଧିକ ସିଟ୍ ହାତେଇବା ପାଇଁ ଦଳ ଜୋର୍ସୋର୍ ପ୍ରସ୍ତୁତି ଆରମ୍ଭ କରି ଦେଲାଣି। ଦଳ ଏଥର ଭୋପାଲ୍ ଆସନରେ ନିଜ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଅଣ୍ଟା ଭିଡ଼ିଛି। ଏଥିପାଇଁ ଦଳର କିଛି ନେତା ଏଥର ଏଠାରୁ ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍ଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି।
କଥା ହେଉଛି, ଦଳର କିଛି ନେତା ଏବେ ଭୋପାଲ ଆସନରେ ବିଜେପିର ଦବ୍ବଦାକୁ ଖତମ୍ କରିବାକୁ ଚାହୁଁଛନ୍ତି। ଏହି ଆସନରେ ୧୯୮୯ ରୁ ଏଯାବତ କେବଳ ବିଜେପି ପ୍ରାର୍ଥୀ ହିଁ ନିର୍ବାଚନ ଜିତିଛନ୍ତି। ଦଳ ପକ୍ଷରୁ ସୁଶୀଲ ଚନ୍ଦ୍ର ବର୍ମା ସର୍ବାଧିକ ୪ ଥର ଏଠାରୁ ଜିତିଛନ୍ତି। ୧୯୮୯ ପୂର୍ବରୁ ଏହି ଆସନ ଅଧିକାଂଶ ସମୟ କଂଗ୍ରେସ କବଜାରେ ରହିଥିଲେ। ଏବେ ପୁଣି ଏହି ଆସନ ହାତେଇବାକୁ ଦଳ କିଛି ନେତା କରୀନାଙ୍କୁ ଏଠାରୁ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି। ସେ ଏଠାରୁ ପ୍ରାର୍ଥୀ ହେଲେ ଦଳ ଯୁବପିଢ଼ିଙ୍କ ଭୋଟ୍ ହାତେଇ ପାରିବ ବୋଲି ଏହି ନେତାମାନଙ୍କ ଦୃଢ଼ ବିଶ୍ୱାସ ରହିଛି। ସେହିପରି କରୀନା ଛିଡ଼ା ହେଲେ ମହିଳାମାନେ ମଧ୍ୟ ତାଙ୍କୁ ଭୋଟ୍ ଦେବେ ବୋଲି ଏମାନେ ଯୁକ୍ତି ବାଢ଼ିଛନ୍ତି।
ଏହା ସହିତ ଭୋପାଲରେ ପଟୌଦି ପରିବାରର ଭଲ ଲୋକପ୍ରିୟତା ରହିଛି। କରୀନା ମଧ୍ୟ ଏବେ ପଟୌଦୀ ପରିବାରର ବୋହୂ। ପୁଣି କରୀନା, ତାଙ୍କ ଅଭିନେତା ସ୍ୱାମୀ ସୈଫ୍ ଅଲ୍ଲୀ ଖାନ୍, ଶାଶୂ ଶର୍ମିଲା ଟାଗୋର ଓ ନଣଦ ସୋହା ଅଲ୍ଲୀ ଖାନ୍ ନିମୟିତ ବ୍ୟବଧାନରେ ଭୋପାଲ ଆସନ୍ତି ଓ ରହନ୍ତି। ଅବଶ୍ୟ, କରୀନାଙ୍କ ଶ୍ୱଶୁର ନବାବ ପଟୌଦି ଏଠାରୁ ନିର୍ବାଚନ ଲଢ଼ି ହାରି ଯାଇଥିଲେ। ଏହା ସତ୍ତ୍ୱେ କରୀନାଙ୍କୁ ଏଠାରୁ ପ୍ରାର୍ଥୀ କରିବା ପାଇଁ ଦଳର କିଛି ନେତା ଖୁବ୍ଶୀଘ୍ର ମୁଖ୍ୟମନ୍ତ୍ରୀ କମଲ୍ନାଥଙ୍କୁ ଭେଟିବ ବୋଲି ଜଣାପଡ଼ିଛି।
ଭୋପାଲ ଆସନରୁ ଏବେ ବିଜେପିର ଆଲୋକ ସଞ୍ଜର ସାଂସଦ ଅଛନ୍ତି।
from Odisha Reporter http://bit.ly/2CzZIJn
No comments:
Post a Comment