ଅଷ୍ଟ୍ରେଲିଆନ ଓପନ୍‌ରୁ ସେରେନା ଆଉଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 23, 2019

ଅଷ୍ଟ୍ରେଲିଆନ ଓପନ୍‌ରୁ ସେରେନା ଆଉଟ୍‌

serena williams

ମେଲବର୍ଣ୍ଣ: ଅଷ୍ଟ୍ରେଲିଆନ ଓପନ୍‌ ୨୦୧୯ରୁ ଅପ୍ରତ୍ୟାଶିତ ଭାବେ ସେରେନା ୱିଲିୟମସ୍‌ ବିଦାୟ ନେଇଛନ୍ତି। କ୍ୱାର୍ଟର ଫାଇନାଲ୍‌ରେ କାରୋଲିନା ପ୍ଲିସକୋଭାଙ୍କଠାରୁ ପରାସ୍ତ ହୋଇ ସେରେନାଙ୍କ ଅଷ୍ଟ୍ରେଲିଆନ ଓପନ୍‌ ଅଭିଯାନର ପରିସମାପ୍ତି ଘଟିଛି।

୨ ଘଣ୍ଟା ୧୦ ମିନିଟ୍‌ ପର୍ଯ୍ୟନ୍ତ ଚାଲଥିବା ଏହି ମ୍ୟାଚ୍‌ରେ କାରୋଲିନା, ସେରେନାଙ୍କୁ ୬-୪, ୪-୬, ୭-୫ ସେଟ୍‌ରେ ପରାସ୍ତ କରି ସେମିଫାଇନଲ୍‌ରେ ସ୍ଥାନ ପକ୍କା କରିନେଇଛନ୍ତି। ସେମିଫାଇନାଲ୍‌ରେ ସେ ନାଓମି ଓସାକାଙ୍କୁ ଭେଟିବେ।

ବିଶ୍ଵ  ନମ୍ବର ୱାନ୍‌ ସିମୋନା ହାଲେପ୍‌ଙ୍କୁ ହରାଇ ସେରେନା କ୍ୱାର୍ଟର ଫାଇନାଲକୁ ଆସିଥିଲେ। ତେବେ ଏହି ପରାଜୟ ସହ ତାଙ୍କର ୨୪ତମ ଗ୍ରାଣ୍ଡସ୍ଲାମ୍‌ ଜିତି ମାର୍ଗରେଟ୍‌ କୋର୍ଟସ୍‌ଙ୍କ ସହ ସମକକ୍ଷ ହେବା ଆଶା ଧୂଳିସାତ ହୋଇଯାଇଛି।



from Odisha Reporter http://bit.ly/2B8XeSH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages