ବିଜେଡି ନେତ୍ରୀଙ୍କ ସରକାରୀ ପଦବୀ ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ବିଜେଡି ନେତ୍ରୀଙ୍କ ସରକାରୀ ପଦବୀ ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବୃଦ୍ଧି ପାଇ ଚାଲିଥିବା ମହିଳା ଓ ଶିଶୁ ନିର୍ଯାତନା ମାମଲାକୁ ରୋକିବାରେ ରାଜ୍ୟର ଦୁଇ ପ୍ରମୁଖ ଅର୍ଦ୍ଧ ନ୍ୟାୟିକ ସଂସ୍ଥା ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସସିପିସିଆର) ଏବଂ ରାଜ୍ୟ ମହିଳା ଆୟୋଗ ଏବେ ବିଫଳ ହୋଇଛି ବୋଲି ପ୍ରଦେଶ କଂଗ୍ରେସ ଅଭିଯୋଗ କରିଛି। ରାଜ୍ୟର ଶାସକ ଦଳର କର୍ମୀ ଓ ନେତାମାନଙ୍କ ନାଁରେ ଅଧିକାଂଶ ମହିଳା ହିଂସା ଓ ଶିଶୁ ନିର୍ଯାତନା ଅଭିଯୋଗ ଆସୁଥିବାରୁ ଏହି ଦୁଇ ସଂସ୍ଥାରେ ଅବସ୍ଥାପିତ ବିଜେଡି ନେତ୍ରୀମାନଙ୍କ ଯୋଗୁ ପୀଡ଼ିତା ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଏସବୁ ସରକାରୀ ସଂସ୍ଥାରେ ବିଜେଡି ନେତ୍ରୀମାନଙ୍କ ଏଭଳି ‘ବେଆଇନ ଅଧିଗ୍ରହଣ’କୁ ବିରୋଧ କରିବା ସହ ତୁରନ୍ତ ସେମାନଙ୍କୁ ଗୋଟିଏ ଲେଖାଏ ଦାୟିତ୍ୱରୁ ମୁକ୍ତ ନକଲେ ଦଳ ଆଗାମୀ ଦିନରେ ବିକ୍ଷୋଭ କରିବ ବୋଲି କଂଗ୍ରେସ ଚେତାବନୀ ଦେଇଛି।

ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ,ମୁଖପାତ୍ର ନିଶିକାନ୍ତ ମିଶ୍ର, ପ୍ରଶାନ୍ତ ଶତପଥୀ, ଓମପ୍ରକାଶ ସାହୁ ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କମିଶନ ଫର୍ ପ୍ରୋଟେକ୍ସନ୍ ଅଫ ଚାଇଲ୍ଡ ରାଇଟ୍ସ ଆକ୍ଟ-୨୦୦୫ର ଧାରା-୩୨ ଅନୁସାରେ ଆୟୋଗରେ ନିଯୁକ୍ତ ପାଇଥିବା ସମସ୍ତ ସଦସ୍ୟ ଓ ଅଧିକାରୀମାନେ ‘ପବ୍ଲିକ ସର୍ଭାଣ୍ଟ’ ଭାବେ ପରିଗଣିତ ହେବେ, ଯାହାକି ଆଇପିସିର ଧାରା-୨୧ରେ ଉଲ୍ଲେଖ ରହିଛି। ଜଣେ ସରକାରୀ କର୍ମଚାରୀ ସିଧାସଳଖ ଭାବରେ ଦଳୀୟ ପଦପଦବୀରେ ରହିବା ଆଇନସମ୍ମତ ନୁହେଁ ବୋଲି କଂଗ୍ରେସ କହିଛି ।

ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ ଗୀତାଞ୍ଜଳି ବସ୍ତିଆ, ମନ୍ଦାକିନୀ କର ଓ ନିବେଦିତା ନାୟକ ସଭ୍ୟା ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ସ୍ନେହାଞ୍ଜଳି ମହାନ୍ତି ଏବେ ରାଜ୍ୟ ମହିଳା ଆୟୋଗର ସଦସ୍ୟ ଅଛନ୍ତି। ଏମାନେ ସମସ୍ତେ ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥାରେ ନିଯୁକ୍ତି ପାଇବା ପରେ ପୁନର୍ବାର ଦଳୀୟ ପଦ ପଦବୀରେ ରହିବା ନିଷିଦ୍ଧ ଏବଂ ଏହା ସମ୍ବିଧାନ ବିରୋଧୀ। ଏମାନେ ରାଜକୋଷରୁ ମାସିକ ୨୫ ହଜାର ଟଙ୍କା ଲେଖାଏ ଦରମା, ଗାଡ଼ି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସରକାରୀ ସୁବିଧା ସୁଯୋଗ ପାଉଛନ୍ତି। ସରକାରୀ ସଂସ୍ଥାରେ ବିଜେଡିର ଏଭଳି ବେଆଇନ ଅଧିଗ୍ରହଣ ଯୋଗୁ ଶାସକ ଦଳର କର୍ମୀ ଓ ନେତାମାନଙ୍କ ବିରୋଧରେ ଆସୁଥିବା ମହିଳା ହିଂସା ଓ ଶିଶୁ ନିର୍ଯାତନା ଅଭିଯୋଗର ତଦନ୍ତ ଠିକ୍ ଭାବେ ହୋଇପାରୁନି। ପୀଡ଼ିତା ନ୍ୟାୟ ପାଇବାରୁ ବଞ୍ଚିତ ହେଉଛି। ବିଜେଡି କବଳରେ ଥିବା ରାଜ୍ୟର ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା ଏବେ ତା’ର ସାମ୍ବିଧାନିକ ଗୁରୁତ୍ୱ ଏବଂ ମହତ୍ୱ ହରାଇଛି। ରାଜ୍ୟର କାର୍ଯ୍ୟରତ ଅନେକ ଅର୍ଦ୍ଧ ନ୍ୟାୟିକ ସଂସ୍ଥାଗୁଡ଼ିକୁ ବିଜେଡି ସରକାର କେବଳ ଦଳୀୟ ଥଇଥାନ କେନ୍ଦ୍ରରେ ପରିଣତ କରି ନାହାନ୍ତି, ବରଂ ଏହି ସଂସ୍ଥାଗୁଡିକୁ ସଂପୂର୍ଣ୍ଣ ଧରାଶାୟୀ କରିବାର ଚକ୍ରାନ୍ତ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଯେହେତୁ ଏହି ନେତ୍ରୀମାନେ ଏବେ ଦଳୀୟ କର୍ମକର୍ତ୍ତା ଭାବେ ବିଜେଡି ପାଇଁ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି,ତେଣୁ ସେମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦାବି କରିଛି। ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଅବିଳମ୍ବେ ସରକାରୀ ପଦବୀରୁ ବହିଷ୍କାର ନକଲେ କଂଗ୍ରେସ ଆଗାମୀ ଦିନରେ ବିକ୍ଷୋଭ କରିବ ବୋଲି ପ୍ରଦେଶ କଂଗ୍ରେସ ଚେତାବନୀ ଦେଇଛି।



from Odisha Reporter http://bit.ly/2FocIF1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages