ମୋଦିଙ୍କ ବଲାଙ୍ଗୀର ସଭାକୁ ବିଜେଡିର କାଉଣ୍ଟର: ମହିଳା ଏସଏଚଜି ପରେ ଏବେ ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ମୋଦିଙ୍କ ବଲାଙ୍ଗୀର ସଭାକୁ ବିଜେଡିର କାଉଣ୍ଟର: ମହିଳା ଏସଏଚଜି ପରେ ଏବେ ଚାଷୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାନୁଆରୀ ୧୫ତାରିଖରେ ପ୍ରସ୍ତାବିତ ବଲାଙ୍ଗିର ଗସ୍ତକୁ ନେଇ ରାଜ୍ୟ ବିଜେପି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ପଶ୍ଚିମଓଡ଼ିଶାରେ ମୋଦିଙ୍କ କାର୍ଯ୍ୟକ୍ରମକୁ କାଉଣ୍ଟର କରିବା ପାଇଁ ବିଜେଡି ପକ୍ଷରୁ ମଧ୍ୟ ଏକ ସରକାରୀ କାର୍ଯ୍ୟକ୍ରମର ଆୟୋଜନ ଆରମ୍ଭ ହୋଇଛି। ତେବେ ବିଜେଡି ଏଥର ମହିଳା ଏସଏଚଜି(ସ୍ୱୟଂ ସହାୟକ ଗୋଷ୍ଠୀ) ପରିବର୍ତ୍ତେ ଚାଷୀ ସମାବେଶ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମକୁ କାଉଣ୍ଟର କରିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାନୁଆରୀ ୧୫ରେ ୪ଘଣ୍ଟିଆ ଓଡ଼ିଶା ଗସ୍ତ ପାଇଁ ବିଜେପି ଶିବିର ଚଳଚଞ୍ଚଳ ଥିବାବେଳେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବିଶାଳ ଚାଷୀ ସମାବେଶରେ ଯୋଗଦେବେ। ଏଥିପାଇଁ ବରମୁଣ୍ଡା ପଡ଼ିଆରେ ‘କୃଷି ଓଡ଼ିଶା’ ନାଁରେ ଏକ କାର୍ଯ୍ୟକ୍ରମର ଆୟୋଜନ ହେବ। ପ୍ରତିବର୍ଷ ରାଜ୍ୟ କୃଷି ବିଭାଗ ପକ୍ଷରୁ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଏଥର ଚାଷୀ ସମାବେଶ କରିବା ପାଇଁ ବିଜେଡି ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ଜାନୁଆରୀ ୫ରେ ମୋଦିଙ୍କ ବାରିପଦା ଗସ୍ତବେଳେ ନବୀନ ପୁରୀରେ ମହିଳା ଏସଏଚଜି ସମାବେଶରେ ଯୋଗ ଦେଇଥିଲେ। ନିର୍ବାଚନୀ ବର୍ଷ ହୋଇଥିଲେ ମଧ୍ୟ ଉଭୟ ସଭାରେ ମୋଦି କିମ୍ବା ନବୀନ ପରସ୍ପରକୁ କୌଣସି ଆକ୍ଷେପ କିମ୍ବା ରାଜନୀତିକ ଭାଷଣବାଜି କରିନଥିଲେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ସକାଳ ସାଢ଼େ ୯ଟରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବାପରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ବଲାଙ୍ଗିର ଯିବେ। ସେଠାରେ ବିଭିନ୍ନ ସରକାରୀ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମ ସାରିବାପରେ ୧୧ଟା ୪୫ମିନିଟରେ ପଥରଚେପା ପଡ଼ିଆରେ ବିଶାଳ ଜନସଭାକୁ ସମ୍ବୋଧିତ କରି ଦିନ ୧ଟା ୪୫ମନିଟରେ କେରଳ ଅଭିମୁଖେ ଗସ୍ତ କରିବେ। ମୋଦିଙ୍କ ଜନସଭା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ ବିଜେପି ଏବେ ପ୍ରାୟ ଏକ ଲକ୍ଷ କର୍ମୀଙ୍କ ସମାବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଅନ୍ୟପକ୍ଷରେ ମୋଦିଙ୍କ ଏହି କାର୍ଯ୍ୟକ୍ରମକୁ କାଉଣ୍ଟର କରିବା ପାଇଁ ବିଜେଡି ମଧ୍ୟ ସରକାରୀସ୍ତରରେ ବିଶାଳ ଚାଷୀ ସମାବେଶ କରିବାକୁ ଲକ୍ଷ୍ୟ ରଖିଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାର ସଫଳତା ସମ୍ପର୍କରେ ଚାଷୀଙ୍କୁ ଅବଗତ କରିବେ। ବିଶେଷକରି ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରୁ ଚାଷୀମାନଙ୍କୁ ଅଣାଯିବାକୁ ସରକାରୀସ୍ତରରେ ପଦକ୍ଷେପ ନିଆଯାଉଥିବା ଜଣାପଡିଛି।



from Odisha Reporter http://bit.ly/2FfSOwI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages