୧୯ବର୍ଷର ଶାସନରେ ବି ସୁଧୁରିନି ମହିଳା ଏସଏଚଜିଙ୍କ ଆର୍ଥିକ ସ୍ଥିତି : ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

୧୯ବର୍ଷର ଶାସନରେ ବି ସୁଧୁରିନି ମହିଳା ଏସଏଚଜିଙ୍କ ଆର୍ଥିକ ସ୍ଥିତି : ବିଜେପି

aparajita

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିଶନ ଶକ୍ତି ଅନ୍ତର୍ଗତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)କୁ ସୁଧମୁକ୍ତ ଋଣ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ରାଜ୍ୟ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରାଯାଇଛି।

ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ଆଜି ଟ୍ୱିଟ୍ କରି ମହିଳା ଏସଏଚଜିରେ ରାଜ୍ୟ ସରକାରଙ୍କ ବିଫଳତାକୁ ଉଜାଗର କରିଛନ୍ତି। ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ କ୍ରମାଗତ ୧୯ବର୍ଷ ଧରି ଶାସନ ଦାୟିତ୍ୱରେ ଥିବା ବିଜେଡି ରାଜ୍ୟର ମହିଳା ଏସଏଚଜିଗୁଡ଼ିକୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ ବିକଳ୍ପ ବାହାର କରିପାରିଲା ନାହିଁ। ଓଡ଼ିଶାରେ ମହିଳାମାନଙ୍କ ସ୍ଥିତିରେ ଉନ୍ନତି ଆଣିବାକୁ ହେଲେ ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରାଯିବା ଜରୁରୀ। ମହିଳାଙ୍କୁ ଲଘୁ ଉଦ୍ୟୋଗ, କୁଟୀର ଶିଳ୍ପ ଓ ସ୍ଥାୟୀ ଉପାର୍ଜନର ମାଧ୍ୟମ ଆବଶ୍ୟକ।

ମହିଳା ଓ ଶିଶୁ ବିକାଶ ବଭାଗ ୨୦୧୮ ଅକ୍ଟୋବର ୧୫ତାରିଖରେ ମହିଳା ଏସଏଚଜିଗୁଡ଼ିକୁ ସିଡ୍ ମନି(ମୂଳ ଟଙ୍କା) ପ୍ରଦାନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଜାନୁଆରୀ ମାସ ପର୍ଯ୍ୟନ୍ତ ସରକାର ଅପେକ୍ଷା କଲେ କାହିଁକି? ସିଡ୍ ମନି ଓ ଭୋଟ୍ ବ୍ୟାଙ୍କ ରାଜନୀତି ସମ୍ପର୍କ ଏହା ଦ୍ୱାରା ସ୍ପଷ୍ଟ ଜଣାପଡ଼ୁନି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଗତ ଦୁଇବର୍ଷ ହେଲା ମହିଳା ଏସଏଚଜି ପାଇଁ ରାଜ୍ୟ ସରକାର ନିଜ ବଜେଟରେ ଟଙ୍କାଟିଏ ବ୍ୟୟବରାଦ କରିନାହାନ୍ତି।
୨.୨୩ଲକ୍ଷ ମହିଳା ଏସଏଚଜି ଗଲେ କୁଆଡ଼େ

ନାବାର୍ଡର ତଥ୍ୟ ସ୍ପଷ୍ଟ କରୁଛି ଯେ ବାର୍ଷିକ ହାରାହାରି ୭୨ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବ୍ୟାଙ୍କ ଋଣ ମିଳୁଛି। ଯଦି ରାଜ୍ୟରେ ୬ଲକ୍ଷ ମହିଳା ଏସଏଚଜି ଅଛନ୍ତି ଓ ଏଥିରୁ ୭୨ହଜାର ବ୍ୟାଙ୍କ ଋଣ ପାଉଛନ୍ତି ତା’ହେଲେ ଏହା ସ୍ପଷ୍ଟ କରୁଛି ଯେ ରାଜ୍ୟରେ କ୍ଷୁଦ୍ର ଉଦ୍ୟୋଗ ଓ ବ୍ୟାଙ୍କ ସହାୟତାରେ କାର୍ଯ୍ୟକ୍ରମ ବହୁତ କମ। ୨୦୧୩-୧୪ ମସିହାରେ ରାଜ୍ୟରେ ୫.୨୩ଲକ୍ଷ ମହିଳା ଏସଏଚଜି ଥିଲେ। ଏବେ ୨୦୧୭ ଏପ୍ରିଲ ସୁଦ୍ଧା ଆଉ ୩ଲକ୍ଷ ବୃଦ୍ଧି ପାଇଥିବା ଦାବି କରାଯାଉଛି। ଉଭୟଙ୍କୁ ମିଶାଇଲେ ଏହା ୮.୨୩ ଲକ୍ଷରେ ପହଞ୍ଚିବା କଥା। ସରକାରୀ ତଥ୍ୟ କହୁଛି ଏହି ସଂଖ୍ୟା ଆଜି ଦିନରେ ୬ଲକ୍ଷ ରହିଛି। ତା’ହେଲେ ୨.୨୩ଲକ୍ଷ ମହିଳା ଏସଏଚଜି କୁଆଡ଼େ ଉଭାନ୍ ହୋଇଗଲେ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି।

ଏପରିକି ଶ୍ରୀମତୀ ଷଡ଼ଙ୍ଗୀ ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯେ ମହିଳା ଏସଏଚଜିକୁ ନେଇ ଗୋଲାପୀ ଚିତ୍ର ଦିଆଯାଉଛି। ବିଭିନ୍ନ ଅଞ୍ଚଳ ବୁଲି ମହିଳା ଏସଏଚଜି ସହ ଆଲୋଚନା କଲେ ସରକାରଙ୍କ ବିଫଳତାର ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।



from Odisha Reporter http://bit.ly/2GTxVZN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages