ଏବେ କ’ଣ କରିବେ ଅଖିଲେଶ-ମାୟାବତୀ ଯୋଡ଼ି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ଏବେ କ’ଣ କରିବେ ଅଖିଲେଶ-ମାୟାବତୀ ଯୋଡ଼ି?

ଲକ୍ଷ୍ନୌ: ଆସନ୍ତା ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ଚେକ୍‌ ଦେବା ପାଇଁ ସମାଜବାଦୀ ପାର୍ଟି(ସପା) ମୁଖ୍ୟ ଅଖିଲେଶ ଯାଦବ ଓ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ମାୟାବତୀ ଏକାଠି ହୋଇଛନ୍ତି। ତେବେ ଏବେ ଏହି ମେଣ୍ଟ ଶିଟ୍‌ ଶେୟାରିଂକୁ ନେଇ ଅଡ଼ୁଆରେ ପଡ଼ିଛି। ଉଭୟ ସପା ଓ ବିଏସ୍‌ପି ୩୮ଟି ଲେଖାଏ ଆସନରେ ଲଢ଼ିବେ ବୋଲି କହିଥିଲେ। କିନ୍ତୁ ବିଭିନ୍ନ ଆଞ୍ଚଳିକ ଦଳ ଉଭୟ ମାୟାବତୀ ଓ ଅଖିଲେଶଙ୍କ ଉପରେ ଶିଟ୍‌ ପାଇଁ ଚାପ ପକାଇବା ଆରମ୍ଭ କରିଛନ୍ତି।

ମେଣ୍ଟରେ ସାମିଲ ହେବାକୁ ଥିବା ରାଷ୍ଟ୍ରୀୟ ଲୋକ ଦଳ(ଆର୍‌ଏଲ୍‌ଡି)କୁ ଅଖିଲେଶ ଓ ମାୟାବତୀ ଯେମିତି ବ୍ୟବହାର କରିବା ସହ ଆସନ ଦେବାକୁ ରାଜି ହୋଇଛନ୍ତି, ଅନୁରୂପ ମନୋଭାବ ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକ ପ୍ରତି ରହୁ ବୋଲି ଦାବି ହୋଇଛି।

ବିଶେଷ କରି ଉତ୍ତର ପ୍ରଦେଶର ବିଭିନ୍ନ ମୁସଲିମ୍‌ ରାଜନୀତି ସଂଗଠନ ଗୁଡ଼ିକ ମେଣ୍ଟ ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି। ଆଜମଗଡ଼ରେ ଅବସ୍ଥାପିତ ରାଷ୍ଟ୍ରୀୟ ଉଲମା କାଉନସିଲ(ଆର୍‌ୟୁସି) ରାଜ୍ୟରେ ୨୦% ମୁସଲିମ୍‌ ଥିବାରୁ ୨୦% ଆସନ ଦିଆଯାଉ ବୋଲି କହିଛି। ସେହିପରି ଅସାଉଦ୍ଦିନ ଓୱେସୀଙ୍କ ଏଆଇଏମଆଇଏମ୍‌ ମଧ୍ୟ ସମାନ ଦାବି କରିଛି। ତେବେ ୨୦୧୨ ବିଧାନସଭା ନିର୍ବାଚନରେ ୪ଟି ଆସନ ଜିତିଥିବା ପିସ୍‌ ପାର୍ଟି(ପିପି) ଏଯାଏ କୌଣସି ଦାବି କରିନାହିଁ।

ପିପିର ପ୍ରତିଷ୍ଠାତା ଡାକ୍ତର.ମହମ୍ମଦ ଆୟୁବ କହିଛନ୍ତ,“ଦେଶରୁ ସାଂପ୍ରଦାୟିକ ବାହିନୀକୁ ହଟାଇବା ପାଇଁ ମୁସଲିମ ଭାଇ ଭଉଣୀମାନେ ଦଳିତ ଏବଂ ଓବିସ୍‌ ବର୍ଗଙ୍କ ସହ ହାତ ମିଳାଇବା ଦରକାର। ଆମେ ଗତବର୍ଷ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗଡ଼ କୁହାଯାଉଥିବା ଗୋରଖପୁରରେ ଏକାଠି ହୋଇ ଆମ ଶକ୍ତି ଦେଖାଇଥିଲୁ ଏବଂ ବିଜୟ ମଧ୍ୟ ହୋଇଥିଲୁ। ନିଶାଦ ପାର୍ଟି ଓ ସପା ସହାୟତାରେ ଏପରି ହୋଇଥିଲା।” ନିଶାଦ ପାର୍ଟି ସପା –ବିଏସ୍‌ପି ମେଣ୍ଟକୁ ସମର୍ଥନ କରିବ ବୋଲି ଡାକ୍ତର ଆୟୁବ ଆଶା କରିଛନ୍ତି। ହେଲେ କେତୋଟି ଶିଟ୍‌ ମିଳିବ, ସେକଥା ଜଣାନାହିଁ।

ଅନ୍ୟପକ୍ଷରେ କ୍ୟୁଇଡିର ମୁଖ୍ୟ ମୁକ୍ତାର ଅନସାରୀ ବିଏସ୍‌ପିକୁ ସମର୍ଥନ କରିବେ ବୋଲି କହିଛନ୍ତି। ସେ କହିଛନ୍ତି“ଆମେ ମାୟାବତୀଙ୍କ ବିଏସ୍‌ପି ସହ ମିଶି ନିର୍ବାଚନ ଲଢ଼ିବୁ।” ଗାଜିପୁର, ମାଉ ଏବଂ ପୂର୍ବ ଉତ୍ତର ପ୍ରଦେଶର ଏହି ଦଳର ଦବଦବା ରହିଛି।

ତେବେ ସପା –ବିଏସ୍‌ପି ମେଣ୍ଟ ଏହି ଦଳଗୁଡ଼ିକୁ କେମିତି ସନ୍ତୁଷ୍ଟ କରୁଛି, ତା’ ଉପରେ ସମସ୍ତଙ୍କ ନଜର। ବିଏସ୍‌ପି ନିଜର ଭାଗ ଛାଡ଼ିବ ନାହିଁ ବୋଲି କହୁଥିବା ବେଳେ ଯାହା ବି ବୁଝାମଣା କରିବ ସେଇଟା ଅଖିଲେଶଙ୍କ ଭାଗରୁ ଯିବ ବୋଲି କୁହାଯାଉଛି। ତେଣୁ ଏପରି ସ୍ଥିତିରେ ମେଣ୍ଟ କେମିତି ଚାଲିବ, ତାକୁ ନେଇ ପ୍ରଶ୍ନ ଉଠିଛି।



from Odisha Reporter http://bit.ly/2sBovrT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages