
ଜୟପୁର(ଟି.ଗୌରିଶଙ୍କର): କୋରାପୁଟ ଜିଲ୍ଲା ଜୟପୁର ସହରରେ ଏକ ନକଲି ମସଲା କାରଖାନା ଠାବ କରାଯାଇଛି।
ସହରର ପିଆର ପେଟାର ଚତୁର୍ଥ ଲେନ୍ରେ ଏକ ଘରେ ଚଢ଼ାଉ କରି ବିପୁଳ ପରିମାଣର ନାମୀଦାମୀ ବ୍ରାଣ୍ଡର ଲେବଲ୍ ମରାଯାଇଥିବା ନକଲି ମସଲା ଜବତ କରିଛି ପୁଲିସ୍।
ଏଠାରୁ ପୁଲିସ୍ ପ୍ୟାକିଂ ମେସିନ୍ ମଧ୍ୟ ଜବତ କରିଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ବ୍ରହ୍ମପୁରରୁ ଜୟପୁରକୁ ଏସବୁ ଭେଜାଲ୍ ମସଲା ଆସୁଥିଲା ବୋଲି ପୁଲିସ୍ ଜାଣିବାକୁ ପାଇଛି।
ଜୟପୁର ଟାଉନ ଅଧିକାରୀ ବାଲେଶ୍ୱର ଗିଧି କହିଛନ୍ତି,“ହରିହର ପାତ୍ରଙ୍କ ଘରେ ଆଜି ଚଢ଼ାଉ କରିଥିଲୁ। ସେଠାରୁ ବହୁତ ପରିମାଣରେ ନକଲି ଏଭେରେଷ୍ଟ ମସଲା ଜବତ କରାଯାଇଛି। ଏଭେରେଷ୍ଟ ମସଲାର ବ୍ରାଣ୍ଡ ଲଗାଇ ମସଲା ବିକ୍ରି କରାଯାଉଥିଲା।”
from Odisha Reporter http://bit.ly/2W0ZGn1
No comments:
Post a Comment