
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଘୋଡ଼ାସବାରୀ ସମସ୍ତଙ୍କୁ ଭଲଲାଗେ। ଏହା ଏକ ପାରମ୍ପରିକ ପରିବହନ ବ୍ୟବସ୍ଥା। ହେଲେ କେବେ ଭାବିଛନ୍ତି ଘୋଡ଼ା ଦେହରେ ବି ଜୀବନ ଅଛି, ତାର ବି ଦେହ ପା ଅଛି। ଯଦି ବାଟରେ ଗାଡ଼ି ଖରାପ ହୋଇଯାଉଛି ଆମେ ଗାଡ଼ି ଗ୍ୟାରେଜ୍କୁ ନେଇ ଯାଉ। ହେଲେ ଘୋଡ଼ା ସବାରୀ କରିବା ବେଳେ ବାଟରେ ଯଦି ଘୋଡ଼ା ଅସୁସ୍ଥ ହୋଇପଡ଼େ ତା ହେଲେ କ’ଣ କରିବେ ? ଆପଣ କହିବେ ତାକୁ ଚଲେଇ କୋଉ ଗଛରେ ବାନ୍ଧି ଟିକେ ସମୟ ବିଶ୍ରାମ ଦେବେ ଆଉ ତା ପରେ ପଶୁ ଡାକ୍ତରଙ୍କୁ ଦେଖେଇବେ। ହେଲେ ଦମିତ୍ରୋ ଖାଲାଜି ସେମିତି ନୁହନ୍ତି। ସେ ସେମିତି କଲେନି। ଆଉ ଯାହା କଲେ ନିଶ୍ଚିତ ଭାବେ ଆପଣ ତାଙ୍କୁ ଧନ୍ୟବଦ୍ ଦେବେ ଆଉ କହିବେ ପ୍ରକୃତରେ ଦମିତ୍ରୋ ଖାଲାଜିଙ୍କଠାରୁ ମଣିଷ ପଣିଆ ଶିଖିବା କଥା। ଛୋଟିଆ ଅର୍ଥରେ କହିଲେ ସେ ପାଲଟିଯିବେ “ସେବକର ସେବକ”।
ବାସ୍ତବରେ କଥାଟି କ’ଣ ପଢନ୍ତୁ
Kevin W ନାମକ ଜଣେ ବ୍ୟକ୍ତି ଟୁଇଟରରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଦମିତ୍ରୋ ଖାଲାଜି ଏକ ଘୋଡ଼ାକୁ କାନ୍ଧରେ ଉଠାଇ ଚାଲୁଥିବା ଦେଖିବାକୁ ମିଳିଛି। ସାଧାରଣତଃ ଘୋଡ଼ାର ଓଜନ ପାଖାପାଖି ୪୦୦ରୁ ୫୦୦କିଲୋ ପର୍ଯ୍ୟନ୍ତ ହୋଇଥାଏ। କିନ୍ତୁ ଜାଣିଛନ୍ତି ଏତେ ଓଜନଦାର ପ୍ରାଣୀକୁ ନିଜ କାନ୍ଧରେ ଉଠାଇ ଦୀର୍ଘ ୫ କିମି ଚାଲି ଚାଲି ଯାଇଥିଲେ ଦମିତ୍ରୋ । କାରଣ ଥିଲା ତାଙ୍କର ସେହି ପୋଶା ଘୋଡ଼ାଟି ଅସୁସ୍ଥ ହୋଇ ପଡିଥିଲା। ଆଉ ତାକୁ ବିଶ୍ରାମ ଆଉ ତୁରନ୍ତ ଚିକିତ୍ସାର ଆବଶ୍ୟକତା ଥିଲା। ଏଣୁ ଦମିତ୍ରୋ ତାକୁ କାନ୍ଧରେ ବୋହି ଡାକ୍ତରଖାନା ନେଇଥିଲେ।
ଆମ ଭାଷାରେ ଏହି ବ୍ୟକ୍ତି ଜଣକ ବାସ୍ତବରେ ଜଣେ ଭଲ ଲୋକ।
ଏହି ଭିଡ଼ିଓକୁ ସେୟାର କରିଥିବା Kevin W ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ଏହି ଘୋଡ଼ାକୁ ସାପ ଦଂଶନ କରିଥିଲା। ଏଣୁ ସେ ଅଚେତ୍ଏ ହୋଇପଡିଥିଲା। ତୁରନ୍ତ ଚିକିତ୍ସା ହୋଇ ନ ଥିଲେ ଘୋଡ଼ାଟି ପ୍ରାଣ ହରାଇଥାନ୍ତା। ଏଣୁ ଦମିତ୍ରୋ ଖାଲାଜି ନିଜ କାନ୍ଧରେ ଘୋଡ଼ାକୁ ବୋହି ନେଇ ୫କିମି ପର୍ଯ୍ୟନ୍ତ ଚାଲିଚାଲି ଯାଇଥିଲା। ଆଉ ସୌଭାଗ୍ୟକୁ ଘୋଡାଟି ଏବେ ସୁସ୍ଥ ଅଛି।
ଦମିତ୍ରୋ ଖାଲାଜି ୟୁକ୍ରେନ୍ର ଜଣେ ଜଣାଶୁଣା ୱେଟଲିପ୍ଟର। ଏତଦ୍ ବ୍ୟତୀତ ତାଙ୍କ ନାମରେ ଅନେକ ରେକର୍ଡ ବି ରହିଛି। ସୋଶାଲ ମିଡିଆରେ ଦମିତ୍ରୋ ଖାଲାଜିଙ୍କ ଏହି ଭିଡିଓକୁ ହଜାରରୁ ଅଧିକ ସଂଖ୍ୟାରେ ଲୋକେ ଦେଖା ସାରିଲେଣି ଆଉ ଏହି ଭିଡିଓ ଲକ୍ଷାଧିକ ସଂଖ୍ୟାରେ ଶେଆର ମଧ୍ୟ ହୋଇଛି।
Man carries his horse on his back for 3 miles after it was bitten by a snake. The horse and the man both survived. pic.twitter.com/VEBfqFEMr4
— Kevin W (@kwilli1046) January 15, 2019
from Odisha Reporter http://bit.ly/2Dkp8fN
No comments:
Post a Comment