ସାହାସିକତା ପୁରସ୍କାର ପାଇବେ ୪ ସାହାସୀ ଓଡ଼ିଆ ପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 18, 2019

ସାହାସିକତା ପୁରସ୍କାର ପାଇବେ ୪ ସାହାସୀ ଓଡ଼ିଆ ପିଲା

delhi

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ୪ ବାଳକ ଓ ବାଳିକାଙ୍କୁ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରାଯିବ। ସାଧାରଣତନ୍ତ୍ର ଦିବସ ଅବସରରେ ଏମାନଙ୍କୁ ସମ୍ମାନିତ କରାଯିବ। ଏହି ସାହସୀ ପିଲାମାନେ ହେଲେ ସିତୁ ମଲ୍ଲିକ, ଝିଲି ବାଗ, ରଂଜିତା ମାଝୀ ଓ ବିଶ୍ୱଜିତ ପୁହାଣ।

ସିତୁ ପାଇବେ ସମ୍ମାନଜନକ ‘ବାପୁ ଗୟାଧନୀ’ ପୁରସ୍କାର। ସେ ନିଜ ଦାଦାଙ୍କୁ କୁମ୍ଭୀର କବଳରୁ ରକ୍ଷା କରିଥିଲେ।

୨୦୧୮ ଫେବୃଆରୀ ୨୦ ତାରିଖରେ ସିତୁ ଫୋନ୍‌ରେ କଥା ହେଉଥିଲେ। ତାଙ୍କ ଦାଦା ବିନୋଦ ହାତ ଧୋଇବା ପାଇଁ ନଦୀକୁ ଯାଇଥିଲେ। ଏହି ସମୟରେ ଗୋଟିଏ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା। ସିତୁ ଏକ ବାଉଁଶରେ କୁମ୍ଭୀର ମୁଣ୍ଡକୁ ବାଡ଼େଇ ତାଙ୍କ ଦାଦାଙ୍କ ଜୀବନ ବଞ୍ଚିଇ ଥିଲେ। ଏହାପରେ ବିନୋଦଙ୍କୁ ସିତୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ।

୨୦୧୭ ଅକ୍ଟୋବର ୧୪ ତାରିଖରେ ଇଚ୍ଛାପୁର ଗାଁର ୫ ବର୍ଷୀୟା ବାଳିକା ମାମୁନି ବିଶ୍ୱାଳ ତାଙ୍କ ଖୁଡି ସହିତ ଯାଇଥିଲେ। କେନାଲ ପାଖରେ ସେ ଖେଳୁଥିବା ବେଳେ କେନାଲ୍‌ରେ ଖସି ପଡ଼ିଥିଲେ। ତାଙ୍କ ଚିତ୍କାର ଶୁଣି ରାସ୍ତାରେ ଯାଉଥିବା ବିଶ୍ୱଜିତ ପୁହାଣ ଜୀବନକୁ ବାଜି ଲଗାଇ କେନାଲକୁ ଲମ୍ଫ ମାରି ୬ରୁ ୭ ଫୁଟ୍‌ ଗଭୀର ପାଣିରୁ ମାମୁନିକୁ ଉଦ୍ଧାର କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ତାଙ୍କ ଘରେ ଛାଡ଼ି ଥିଲେ।

୨୦୧୮ ଜୁନ ୧୬ ତାରିଖରେ ଝିଲି ବାଗ ତାଙ୍କ ସାନ ଭଉଣୀ ମିଲି ସହିତ ଏକ ଅବ୍ୟବହୃତ କୂଅ ପାଖରେ ଖେଳୁଥିଲେ। ଅସାବଧାନତା ଯୋଗୁ ମିଲି କୂଅରେ ପଡ଼ି ଯାଇଥିଲେ। ଝିଲି ଉପସ୍ଥିତ ବୁଦ୍ଧି ଖଟାଇ ସାଙ୍ଗମାନଙ୍କୁ ପରିବାର ଓ ଗାଁ ଲୋକଙ୍କୁ ଡାକିବାକୁ ପଠାଇ ଦେବା ସହ ଭଉଣୀକୁ ଉଦ୍ଧାର କରିବାକୁ ୨୫ ଫୁଟ୍‌ ଗଭୀର କୂଅ ଭିତରକୁ ଡେଇଁ ପଡ଼ିଥିଲେ। କୂଅ ଭିତରେ ଝିଲି ମିଲିକୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଦୁଇ ହାତରେ ଧରି ଛିଡା ହୋଇ ରହିଥିଲେ। ପରିବାର ଓ ଗାଁ ଲୋକେ ଆସିବା ପରେ ସେମାନଙ୍କୁ କୂଅରୁ ଉଦ୍ଧାର କରାଯାଇଥିଲା।

କଳାହାଣ୍ଡି ଜିଲ୍ଲାର ରଞ୍ଜିତ ମାଝି ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ। ଏହି ବୟସରେ ଜଣେ ମଦୁଆଙ୍କ ସହିତ ତାଙ୍କର ବାହାଘର ଠିକ କରିଦେଇଥିଲେ ତାଙ୍କ ବାପା। କିନ୍ତୁ ରଞ୍ଜିତା ଆଗକୁ ପାଠ ପଢ଼ିବାକୁ ଚାହୁଁଥିଲେ। ଏଥିପାଇଁ ସେ ତାଙ୍କ ବାପାଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ। ତେଣୁ ପୂଜା ଛୁଟିରେ ହଷ୍ଟେଲ୍‌ରେ ରହିବା ପାଇଁ ସୁପରିଟେଣ୍ଡଣ୍ଟଙ୍କ ଜରିଆରେ ପ୍ରଧାନଶିକ୍ଷକଙ୍କୁ ଅନୁରୋଧ କରିଥିଲେ। ପରେ କଥା ଯାଇ ପହଞ୍ଚିଥିଲା ଜିଲ୍ଲାପାଳଙ୍କ ପାଖରେ। ଜିଲ୍ଲାପାଳ ଘଟଣାକୁ ଗୁରୁତର ସହ ନେଇଥିଲେ। ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଶିଶୁ କଲ୍ୟାଣ ସମିତି କର୍ମକର୍ତ୍ତା ସ୍କୁଲରୁ ରଞ୍ଜିତା ଓ ତାଙ୍କ ଘରୁ ଅନ୍ୟ ଦୁଇ ଭଉଣୀଙ୍କୁ ଉଦ୍ଧାର କରିଥିଲେ। ସେମାନେ ବାଳ ସୁଧାର ଗୃହରେ ରହି ପାଠ ପଢ଼ୁଛନ୍ତି। ରଞ୍ଜିତାଙ୍କ ଏପରି ଉଦ୍ୟମ ପାଇଁ ତାଙ୍କୁ ସାହସିକ ପୁରସ୍କାର ପ୍ରଦାନ କରାଯିବ।



from Odisha Reporter http://bit.ly/2MiqwT4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages