ବିଷ ଓଗାଳିଲେ ସଗରିଆ, ନିରଞ୍ଜନଙ୍କୁ ଶୁଣାଇଲେ କଡ଼ା କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 18, 2019

ବିଷ ଓଗାଳିଲେ ସଗରିଆ, ନିରଞ୍ଜନଙ୍କୁ ଶୁଣାଇଲେ କଡ଼ା କଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ଆସନ୍ତା ନିର୍ବାଚନରେ ଟିକେଟ୍ ମିଳି ନପାରେ। ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଭଳି କିଛି ମନ୍ତବ୍ୟ ଦେବା ପରେ ରାଗି ପାଚି ଲାଲ ହୋଇଯାଇଛନ୍ତି ସଗରିଆ। ଏହା ସହିତ ସେ ନିରଞ୍ଜନ ବେଶ୍ କିଛି କଡ଼ା କଥା ଶୁଣାଇ ଦେଇଛନ୍ତି।

ସଗରିଆ କହିଛନ୍ତି,“ନିରଞ୍ଜନ କଂଗ୍ରେସକୁ ଖତମ କରିବାକୁ ଚାହୁଁଛନ୍ତି। ଟିକେଟ ଦେବା ଓ ନ ଦେବା ନିଷ୍ପତ୍ତି ଏଆଇସିସି ନେବ। ପିସିସି ସଭାପତି କେବଳ ଟିକେଟ୍‌ ପାଇଁ ସୁପାରିଶ କରିବେ। ମୁଁ ସେମିତି ଦଳ ବିରୋଧୀ କାମ କିଛି କରିନି ଯେ ଟିକେଟ୍‌ କଟିବ।”

ସେ ଆହୁରି କହିଛନ୍ତି,“ନିରଞ୍ଜନଙ୍କ ଏଭଳି ମନ୍ତବ୍ୟ ଦଳ ବିରୋଧୀ କାର୍ଯ୍ୟ କରୁଛି। ତାଙ୍କ ଆଚରଣ ସଂପର୍କରେ ରାହୁଲ ଗାନ୍ଧିଙ୍କୁ ଜଣାଇବି। ସୌମ୍ୟ (ସୌମ୍ୟରଞ୍ଜନ ପଟ୍ଟନାୟକ)ଙ୍କ ସହ ମିଶି ନିରଞ୍ଜନ କଂଗ୍ରେସକୁ ଖତମ କରୁଛନ୍ତି।”

କୃଷ୍ଣଚନ୍ଦ୍ର ସଗରିଆଙ୍କୁ କଂଗ୍ରେସରୁ ଟିକେଟ୍‌ ମିଳିନପାରେ ବୋଲି ଆଜି ନିରଞ୍ଜନ କହିଥିଲେ। ସେ କହିଥିଲେ,“ସଗରିଆଙ୍କ ବିଷୟରେ ଶୃଙ୍ଖଳା କମିଟିରେ ଆଲୋଚନା କରାଯାଇଛି। ସେ ଆଚରଣ ପରିବର୍ତ୍ତନ କଲେ ଟିକେଟ ମିଳିବା ସମ୍ଭାବନା ଅଛି।”

ସେହିପରି ନବ ଦାସ ଓ ଯୋଗେଶ ସିଂହଙ୍କ ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି,“ଏବେ ନେତା ନୁହେଁ, ଦଳ ଗୁରୁତ୍ୱପୂର୍ଣ୍ଣ। ବିକଳ୍ପ ମୁହଁ ସବୁଠି ଅଛି। ୧୫ ତାରିଖରେ ନବଙ୍କୁ କାରଣ ଦର୍ଶାଅ ନୋଟିସ ମଗାଯାଇଥିଲା। ୧୬ ତାରିଖରେ ଏଆଇସିସିରୁ ମତାମତ ଆସିବା ଆଗରୁ ଆମେ ତାଙ୍କୁ ବହିଷ୍କାର କରିଛୁ। ବିଶେଷକରି ଝାରସୁଗୁଡ଼ାରେ ବିକଳ୍ପ ପାଇଁ ବହୁ ମୁହଁ ଅଛନ୍ତି। ଆବଶ୍ୟକ ପଡ଼ିଲେ ସାଙ୍ଗଠନିକ ପୁନଃବିନ୍ୟାସ କରାଯିବ।”

ନବ ଦୁଇ ଦିନ ତଳେ ଦଳ ଛାଡ଼ିଥିବା ବେଳେ ଯୋଗେଶ ଆଜି ଇସ୍ତଫା ଦେଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଯୋଗେଶଙ୍କୁ ଗତକାଲି ନିଲମ୍ବନ କରାଯାଇଥିଲା। ନବ ଏବେ ଝାରସୁଗୁଡ଼ା ବିଧାୟକ ଥିବା ବେଳେ ଯୋଗେଶ ସୁନ୍ଦରଗଡ଼ ବିଧାୟକ ଅଛନ୍ତି। ଦୁହେଁ ବିଧାୟକ ପଦ ବି ଛାଡ଼ିବେ ବୋଲି ଜଣାପଡ଼ିଛି।



from Odisha Reporter http://bit.ly/2TXWxCt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages