
ନୂଆଦିଲ୍ଲୀ: ବାହା ହେବା ପାଇଁ ଜଣେ କନ୍ୟା ମଣ୍ଡପକୁ ଯାଉଥିଲେ। ହେଲେ ହଠାତ୍ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଗୁଳିମାଡ଼ ଯୋଗୁ କନ୍ୟା ଜଣଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରୁ ସେ ପ୍ରାଥମିକ ଚିକିତ୍ସା ପରେ ପୁଣିଥରେ ବିବାହ ମଣ୍ଡପକୁ ଆସି ବାହା ହୋଇଥିଲେ। ଦିଲ୍ଲୀର ଶକରପୁର ଅଞ୍ଚଳରେ ଏଭଳି ଘଟଣା ଘଟିଛି। କନ୍ୟା ଜଣଙ୍କ ନାଁ ପୂଜା ହୋଇଥିବା ବେଳେ ତାଙ୍କୁ କିଏ ଓ କାହିଁକି ଗୁଳି ଚଳାଇଲା ସେକଥା ସେ ଜାଣି ନଥିବା କହିଛନ୍ତି।
ତାଙ୍କ ଭାବୀ ସ୍ୱାମୀ ଭାରତ କହିଛନ୍ତି, “ ପୂଜା ବିବାହ ମଣ୍ଡପକୁ ଆସିବା ବେଳକୁ ଭିଡ଼ ମଧ୍ୟରୁ ତାଙ୍କୁ କିଏ ଗୁଳି ଚଳାଇଥିଲା। ତେବେ ସୌଭାଗ୍ୟବଶତଃ ଗୁଳିଟି ତାଙ୍କ ଗୋଡ଼ରେ ମାଡ଼ ହୋଇ ଖସି ଯାଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଆମ ବାହାଘର ଶେଷ ହୋଇଥିଲା।”
ପୁଲିସ୍ ମଣ୍ଡପରେ ଉପସ୍ଥିତ ଥିବା ଅତିଥିମାନଙ୍କୁ ଅଟକ ରଖି ପଚରାଉଚରା କରୁଛି।
from Odisha Reporter http://bit.ly/2MggCkU
No comments:
Post a Comment