ସାଲେପୁର ଅଞ୍ଚଳରେ ଗୁଜବ: ଅଚଳ ହୋଇଯାଇଛି ଟଙ୍କିକିଆ କଏନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 3, 2019

ସାଲେପୁର ଅଞ୍ଚଳରେ ଗୁଜବ: ଅଚଳ ହୋଇଯାଇଛି ଟଙ୍କିକିଆ କଏନ୍

ସାଲେପୁର (ମନୋଜ ଆଚାର୍ଯ୍ୟ): କଥାରେ ଅଛି- କାହା ପାଇଁ ଗୁଜବ ଏକ ଖେଳ, କାହାପାଇଁ ପୁଣି କାଳ। କଥାଟା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଭାବୁଥୁବେ ଗୁଜବର ମୂଲ୍ୟ ମାତ୍ର ଏକଟଙ୍କା। କିନ୍ତୁ କଥାଟା ସେଇଆ ନୁହେଁ। ଏମିତି ଏକ ଗୁଜବ ଏବେ କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ସାଧାରଣ ଲୋକଙ୍କ ହୋସ୍ ଉଡ଼ାଇ ଦେଲାଣି।

ଅସଲ କଥାଟା ହେଲା, ଟଙ୍କିକିଆ କଏନ୍ ଅଚଳ ହୋଇଯାଇଛି ବୋଲି ଏହି ଅଞ୍ଚଳର ଏକ ଗୁଜବ ଏବେ ନିଆଁ ପରି ଚରିଚାଲିଛି। ଗୁଜବର ଶିକାର ହୋଇଛନ୍ତି କଟକ ଜିଲ୍ଲାର ସାଲେପୁର, ମାହାଙ୍ଗା, ଟାଙ୍ଗି, ନିଶ୍ଚିନ୍ତକୋଇଲି ଓ କିଶୋରନଗରର ସାଧାରଣ ଗରିବଗୁରୁବା ଲୋକେ। ଗୁଜବ ପ୍ରଚାର ହେବାପରେ ଲୋକମାନେ ଦୋକାନକୁ ବହୁ ପରିମାଣରେ ଟଙ୍କିକିଆ କଏନ ଧରି ଆସୁଥିବା ଦେଖିବାକୁ ମିଳୁଛୁ।

କିଏ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଏମିତି ଗୁଜବ କଲା ତାହା କାହାକୁ ଜଣାନାହିଁ। କିନ୍ତୁ ଧୀରେ ଧୀରେ ଗୁଜବଟି ଏବେ ଭୟଙ୍କର ବେଗରେ ମାଡ଼ି ଚାଲିଛି ଅନ୍ୟ ଅଞ୍ଚଳକୁ। ଗ୍ରାମାଞ୍ଚଳରେ ଲୋକେ ସଞ୍ଚୟଘଡ଼ା ଭାଙ୍ଗି କଏନ୍‌ ସବୁକୁ ଆଣି ଦୋକାନ ଓ ବ୍ୟାଙ୍କରେ ପହଞ୍ଚୁଥିବା ଦେଖିବାକୁ ମିଳୁଛି। ପରିସ୍ଥିତି ଏଭଳି ହେଲାଣି ଯେ, ଏବେ ଟଙ୍କିକିଆ କଏନ୍‌ ଦେଖିଲେ ଉଭୟ ଦୋକାନୀ ଓ ବ୍ୟବସାୟିକ ପ୍ରତିଷ୍ଠାନ ରଖିବାକୁ ମନା କରିଦେଉଛନ୍ତି।

ଏ ସବୁଥିରେ କିନ୍ତୁ ସବୁଠୁ ଅଧିକା ହାଇରାଣ ହେଉଛନ୍ତି ସାଧାରଣ ଲୋକେ। ଏ ସଂପର୍କରେ କୌଣସି ନିର୍ଦ୍ଦେଶନାମା ରିଜର୍ଭ ବ୍ୟାଙ୍କ ପାଖରୁ ଆସିନି ବୋଲି ସ୍ଥାନୀୟ ବ୍ୟାଙ୍କ ଗୁଡ଼ିକ ପକ୍ଷରୁ କୁହାଯାଇଛି। ତେବେ ଟଙ୍କିକିଆ କଏନ ଅଚଳ ଏକ ଗୁଜବ ଏବଂ ଯଦି କୌଣସି ବ୍ୟକ୍ତି କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନ ଟଙ୍କିକିଆ କଏନ୍ ଗ୍ରହଣ କରିବାକୁ ମନା କରନ୍ତି, ତେବେ ଆଇନ୍‌ର ଆଶ୍ରୟ ନେଲେ ସେମାନେ ନିଶ୍ଚିତ ଦଣ୍ଡ ପାଇବେ ବୋଲି ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।



from Odisha Reporter http://bit.ly/2R739RV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages