
ସିଡ୍ନୀ: ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟ୍ର ପ୍ରଥମ ଦିନ ପୂଜାରା ଅପରାଜିତ ୧୩୦ ରନ୍ର ଇନିଂସ୍ ଖେଳିଛନ୍ତି। ଦଳୀୟ ସ୍କୋର ୧୦ ଥିବା ବେଳେ ସେ ବ୍ୟାଟିଂ କରିବାକୁ ଆସିଥିବା ବେଳେ ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ବ୍ୟାଟିଂ କରିଛନ୍ତି। ଇତି ମଧ୍ୟରେ ଅଷ୍ଟ୍ରେଲିଆର ବୋଲରମାନେ ତାଙ୍କୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଆଉଟ୍ କରି ପାରି ନଥିଲେ।
ତେବେ ୧୦୦ ରନ୍ କରିବା ପରେ ଅଷ୍ଟ୍ରେଲିଆର ସ୍ପିନ୍ର ନେଥନ ଲାୟନ ତାଙ୍କୁ ଚିଡ଼ାଇବାକୁ ଚେଷ୍ଟା କରିଥିଲେ। ନନ୍ଷ୍ଟ୍ରାଇକ୍ର ଏଣ୍ଡରେ ଛିଡ଼ା ହୋଇଥିବା ପୂଜାରାଙ୍କ ପାଖକୁ ଯାଇ ଲାୟନ୍ ଅଜବ କଥା କହିଥିଲେ। ସେ କହିଥିଲେ,“ ତୁମେ ଏତେ ସମୟ ଖେଳିଲଣି ବୋର୍ ହେଇନ?” ଏହି ସମୟରେ ପୂଜାରା ଏହାର ଉତ୍ତର ନ ଦେଇ କେବଳ ସ୍ମିତହାସ୍ୟ ଦେଇଥିଲେ।
ଦେଖନ୍ତୁ ଭିଡିଓ
from Odisha Reporter http://bit.ly/2ToejhT
No comments:
Post a Comment