କଳାହାଣ୍ଡି ଛାତ୍ରୀ ନିର୍ଯାତନାକାରୀଙ୍କ ପାୱାର୍ କରିଡର୍ ଲିଙ୍କ୍ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

କଳାହାଣ୍ଡି ଛାତ୍ରୀ ନିର୍ଯାତନାକାରୀଙ୍କ ପାୱାର୍ କରିଡର୍ ଲିଙ୍କ୍ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଓ କଳାହାଣ୍ଡିରେ ଅନ୍ତେବାସୀ ଓ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଏବେ କନ୍ଧମାଳରେ ସେବାଶ୍ରମ ସ୍କୁଲ ଛାତ୍ରୀଙ୍କ ହଷ୍ଟେଲରେ ପ୍ରସବ ଘଟଣା ରାଜ୍ୟର ଭାବମୂର୍ତ୍ତିକୁ ଯଥେଷ୍ଟ ନିନ୍ଦିତ କରିଛି। ତେବେ କଳାହାଣ୍ଡି ଯୌନ ନିର୍ଯାତନା ଘଟଣାର ଲିଙ୍କ୍ ପାୱାର କରିଡର ପର୍ଯ୍ୟନ୍ତ ଲମ୍ବିଥିବାର ଚର୍ଚ୍ଚା ହେଉଛି।

ଶୁଣିବାକୁ ମିଳୁଛି, କଳାହାଣ୍ଡି ସେବାଶ୍ରମ ସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ରୀ(ଅନ୍ତେବାସୀ) ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ସେହି ମାମଲାରେ ଗିରଫ ହୋଇଥିବା ଶିକ୍ଷକଙ୍କର କୁଆଡ଼େ ସିଧାସଳଖ ନହେଲେ ବି ତୃତୀୟ ମହଲା ସହ ପରୋକ୍ଷ ସମ୍ପର୍କ ରହିଛି। ନିର୍ବାଚନ ବର୍ଷ ହୋଇଥିବାରୁ ସମ୍ପୃକ୍ତ ପ୍ରଭାବଶାଳୀ ଶିକ୍ଷକଙ୍କୁ ଗିରଫ କରି ଜିଲ୍ଲା ପ୍ରଶାସନ କୁଆଡ଼େ ଘଟଣାକୁ ଚପାଇବା ନିମନ୍ତେ ତାଳିପକା ଉଦ୍ୟମ କରିଛି। ଦୀର୍ଘ ଦଶନ୍ଧିରୁ ଅଧିକ ସମୟ ଧର ସେହି ସେବାଶ୍ରମ ସ୍କୁଲର ନାବାଳିକା ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ହୋଇଥିଲେ ମଧ୍ୟ ତା’ର କୁଆଡ଼େ ଖୋଳତାଡ଼ ଏଯାଏ ହୋଇନି। କଳାହାଣ୍ଡିର ସମ୍ପୃକ୍ତ ସେବାଶ୍ରମ ସ୍କୁଲକୁ ବିଜେଡିର କିଛି ନେତା ଏପରିକି କେତେଜଣ ବିଧାୟକ ନିୟମିତ ଯାଉଥିଲେ ବୋଲି ସ୍ଥାନୀୟ ନେତାମାନେ ଖୋଲାଖୋଲି ଅଭିଯୋଗ କରୁଛନ୍ତି।

ଚର୍ଚ୍ଚା ହେଉଛି, ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ଗିରଫ ହୋଇଥିବା କଳାହାଣ୍ଡି ଶିକ୍ଷକଙ୍କ ଭାଇ କୁଆଡ଼େ ନବୀନ ନିବାସ ଓ ତୃତୀୟ ମହଲାର ଅତ୍ୟନ୍ତ ଖାସ। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଦାୟିତ୍ୱରେ କୁଆଡ଼େ ସମ୍ପୃକ୍ତ ଶିକ୍ଷକଙ୍କ ବଡ଼ଭାଇ (ଜଣେ ଅବସରପ୍ରାପ୍ତ ଅଫିସର) ଏବେବି କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ କଥା ବୁଝୁଥିବା ସମ୍ପୃକ୍ତ ଅବସରପ୍ରାପ୍ତ ଅଫିସରଙ୍କର କୁଆଡ଼େ ତୃତୀୟ ମହଲା ଓ ନବୀନ ନିବାସ ପର୍ଯ୍ୟନ୍ତ ଅବାଧ ପ୍ରବେଶ ରହିଛି। ସେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ରହି ସଂଗଠନ କଥା ବୁଝିବା ସହ ନିୟମିତ ଭାବେ ପ୍ରତି ସପ୍ତାହରେ ତୃତୀୟ ମହଲା ଓ ନବୀନ ନିବାସ ଆସିଥାନ୍ତି। ସମ୍ପୃକ୍ତ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ଥିବାରୁ ତାଙ୍କର ମାତ୍ରାଧିକ ପ୍ରଭାବ କୁଆଡ଼େ ରାଜ୍ୟ ପ୍ରଶାସନ ଉପରେ ରହିଛି। ଆଉ ସେହି କାରଣରୁ କଳାହାଣ୍ଡି ଜିଲ୍ଲାର ସେବାଶ୍ରମ ସ୍କୁଲ ନାବାଳିକା ନିର୍ଯାତନା ଘଟଣାକୁ କୁଆଡ଼େ ଚପାଇ ଦିଆଯାଉଛି।

ସେହିପରି ଢେଙ୍କାନାଳ ଶେଲଟର ହୋମରେ ନାବାଳିକା ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଘଟଣାରେ ଗିରଫ ହୋଇଥିବା ମୁଖ୍ୟ କାର୍ପଟଦାରଙ୍କୁ କୁଆଡ଼େ ବିଜେଡିର ଜଣେ ପ୍ରଭାବଶାଳୀ ମୁଖପାତ୍ରଙ୍କ ସମର୍ଥନ ମିଳୁଥିଲା। ସାମ୍ବାଦିକ ସମ୍ମିଳନୀ କରି ଏକଥା ବିଜେପି ବହୁ ପୂର୍ବରୁ ଉଠାଇ ସାରିଛି।

ଏବେ ସମାନ ନିର୍ଯାତନା ଅଭିଯୋଗ କନ୍ଧମାଳରୁ ଆସିଛି। ଆଉ ଅଷ୍ଟମ ଶ୍ରେଣୀର ଛାତ୍ରୀ ହଷ୍ଟେଲ ଶୌଚାଳୟରେ ଏକ କନ୍ୟା ସନ୍ତାନ ପ୍ରସବ କରିଥିବାର ଖବରକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଯଦିଓ ଏହି ମାମଲାକୁ ଭିନ୍ନ ରୂପ ଦେଇ ଚପାଇ ଦେବାକୁ ଉଦ୍ୟମ ଚାଲିଛି, କିନ୍ତୁ କେଉଁ ପରିସ୍ଥିତିରେ ସମ୍ପୃକ୍ତ ନାବାଳିକା ଛାତ୍ରୀଙ୍କ ଗର୍ଭଧାରଣ ଘଟଣାକୁ ସ୍କୁଲ କର୍ତ୍ତୃପକ୍ଷ ଏତେଦିନ ଚପାଇ ରଖିଥିଲେ ତା’ର ଖୋଳତାଡ଼ କରାଯିବାକୁ ଦାବି ହୋଇଛି।

ଚର୍ଚ୍ଚା ହେଉଛି, ଏସବୁ ଅଭିଯୋଗଗୁଡ଼ିକର ଯଦି ଏକ ସଂପୂର୍ଣ୍ଣ ନିରପେକ୍ଷ ତଦନ୍ତ ହୁଅନ୍ତା, ତେବେ କିଛି ଭଦ୍ର ମୁଖାଧାରୀ ଅଫିସର ଓ ନେତାଙ୍କ ଅସଲ ଚେହେରା ପଦାରେ ପଡ଼ନ୍ତା। କିନ୍ତୁ ନିର୍ବାଚନୀ ବର୍ଷରେ ସରକାର ଏଭଳି କରି ନିଜ ଗୋଡ଼ରେ କୁରାଢ଼ୀ ମାରିବାକୁ ଚାହୁଁନାହାନ୍ତି ବୋଲି ଚର୍ଚ୍ଚା।

 



from Odisha Reporter http://bit.ly/2sma7Us

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages