ଭିଭିଆଇପି ନେତାଙ୍କ ଗସ୍ତକୁ ନେଇ ରାଜ୍ୟ ରାଜନୀତି ସରଗରମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

ଭିଭିଆଇପି ନେତାଙ୍କ ଗସ୍ତକୁ ନେଇ ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨ ସପ୍ତାହ ବେଶ୍ ସରଗରମ ହେବାକୁ ଯାଉଛି ରାଜ୍ୟ ରାଜନୀତି। ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୧୮ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ୨୫ରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି। ତେବେ ଏହାକୁ ନେଇ ତିନି ରାଜନୀତିକ ଦଳ ଭିତରେ ଉଷ୍ମତା ବଢ଼ିବାରେ ଲାଗିଛି।

ନରେନ୍ଦ୍ର ମୋଦି ଖୋର୍ଦ୍ଧାରେ ଆୟୋଜିତ ସଭାରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ ଓ ବାରିପଦାରେ ପରାମର୍ଶ ଦେଲେ। ତେବେ ବଲାଙ୍ଗିରରେ ନବୀନ ପଟ୍ଟନାୟକଙ୍କୁ ନେଇ କଣ ହେବ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ? ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

କଣ କହିବେ ମୋଦି

ଦିନକ ପରେ ପ୍ରଧାନମନ୍ତ୍ରୀ ବଲାଙ୍ଗିର ଆସୁଥିବାରୁ ବିଜେପି କ୍ୟାମ୍ପ୍ ବେଶ ଉତ୍ସାହିତ। ସ୍ୱାଗତ ପାଇଁ ହେଉଛି ବ୍ୟାପକ ଆୟୋଜନ। ସମସ୍ତଙ୍କ ନଜର ବଲାଙ୍ଗିର ସଭାରେ ମୋଦିଙ୍କ ଅଭିଭାଷଣ ଉପରେ। ବିଜେଡି-ବିଜେପି ଭିତିରି ସଂପର୍କକୁ ନେଇ ଚର୍ଚ୍ଚା ଓ ପୁରୁଣା ସହଯୋଗୀଙ୍କ ପାଇଁ ଏନ୍‌ଡିଏ ଦ୍ୱାର ଖୋଲା ବୋଲି ପ୍ରଧାନମନ୍ତ୍ରୀ କହିବା ପରେ ନୂଆ ସମୀକରଣ ସଂପର୍କରେ କୌଣସି ଆଭାସ ମିଳିବ କି? ନା ନବୀନଙ୍କୁ ନିଶାନା କରି ପୁଣି ସସ୍‌ପେନ୍ସ ବଢ଼ାଇବେ ମୋଦି? ଏସବୁ ସମ୍ଭାବନାକୁ ନେଇ ଚର୍ଚ୍ଚା ଜୋର୍ ଧରିଲାଣି। ତେବେ ଗତ ପଞ୍ଚାୟତ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପି ଭଲ ପ୍ରଦର୍ଶନ କରିଥିବାରୁ ମୋଦି ଏଠାରେ ପଶ୍ଚିମ ଓଡ଼ିଶା କାର୍ଡ ଖେଳି ପାରନ୍ତି ବୋଲି କୁହଯାଉଛି।

ସେପଟେ ପଶ୍ଚିମ ଓଡ଼ିଶା ଚାଷୀ ବହୁଳ ଅଞ୍ଚଳ ହୋଇଥିବାରୁ ‘ସ୍ୱାଭିମାନ ସମାବେଶ’ରେ ମୋଦି ଧାନର ଅଭାବୀ ବିକ୍ରି, ମଣ୍ଡି ଅବ୍ୟବସ୍ଥା ଓ ସମବାୟ ଋଣରେ ଦୁର୍ନୀତି ଆଦି ପ୍ରସଙ୍ଗ ଉଠାଇପାରନ୍ତି।

ଗତ ୫ ତାରିଖରେ ମୋଦିଙ୍କ ବାରିପଦା ଗସ୍ତ ଦିନ ପୁରୀରେ ନବୀନ କରିଥିଲେ ମହିଳା ସ୍ୱୟଂ ସହାୟକଙ୍କ ସମାବେଶ। ଠିକ୍ ସେହି ଢାଞ୍ଚାରେ ଆସନ୍ତା ୧୫ରେ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ରାଜ୍ୟ ସରକାର ଆୟୋଜନ କରୁଛନ୍ତି କୃଷି ଓଡ଼ିଶା କାର୍ଯ୍ୟକ୍ରମ। ମୋଦି ଓ ନବୀନଙ୍କ ମଧ୍ୟରେ ମଧୁର ସଂପର୍କ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାକୁ ଭୁଲ୍ ପ୍ରମାଣିତ କରିବାକୁ ଏଭଳି ଷ୍ଟ୍ରାଟେଜି କରାଯାଇଥିବା କୁହାଯାଉଛି। ତେବେ ଏଭଳି ଜାଣିଶୁଣି କରାଯାଇଥିବା କଥାକୁ ବିଜେଡି ଅସ୍ଵୀକାର କରିଛି।

ରାହୁଲଙ୍କ ଗସ୍ତ

ସେପଟେ ହିନ୍ଦୀ ହାର୍ଟଲ୍ୟାଣ୍ଡର ୩ ରାଜ୍ୟରେ ବିଜୟ ପରେ ଉତ୍ସାହିତ ଥିବା କଂଗ୍ରେସ୍ ସଭାପତି ରାହୁଲ ଗାନ୍ଧି ଆସନ୍ତା ୨୫ରେ ଓଡ଼ିଶା ଆସିବେ। ସେ ରାଜଧାନୀ ଉପକଣ୍ଠ ତମାଣ୍ଡୋ ଷ୍ଟାଡିୟମରେ ସଭା କରିବେ। ସମାବେଶରେ ରାହୁଲ ବୁଦ୍ଧିଜୀବୀ, ହାଲ୍ ପ୍ରତିନିଧି ଓ ଚାଷୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରାହୁଲଙ୍କ ଗସ୍ତ ନେଇ ଆଜି କଂଗ୍ରେସ କାର୍ଯ୍ୟାଳୟରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ହୋଇଛି।

ମୋଦିଙ୍କ ସମାବେଶ ପରେ ଆସନ୍ତା ୧୮ ତାରିଖ ଓ ଫେବ୍ରୁୟାରୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସିବେ। ହେଲେ କେଉଁ ନେତାଙ୍କ ପ୍ରଭାବ ଜନତାଙ୍କ ଉପରେ ଅଧିକ ପଡ଼ିବ ତା ଉପରେ ସମସ୍ତଙ୍କ ନଜର ରହିଛି।



from Odisha Reporter http://bit.ly/2FsiR3Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages