୧୩ ୱେଟର୍‌ ପଦବୀକୁ ୭ ହଜାର ଆଶାୟୀ: ପୋଷ୍ଟ ଗ୍ରାଜୁଏଟ୍‌ ବି କରିଛନ୍ତି ଆବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

୧୩ ୱେଟର୍‌ ପଦବୀକୁ ୭ ହଜାର ଆଶାୟୀ: ପୋଷ୍ଟ ଗ୍ରାଜୁଏଟ୍‌ ବି କରିଛନ୍ତି ଆବେଦନ

maharastra

ମୁମ୍ବାଇ: ମହାରାଷ୍ଟ୍ରର ସେକ୍ରେଟାରିଏଟ୍‌ କ୍ୟାଣ୍ଟିନ୍‌ରେ ୧୩ଟି ୱେଟର୍‌ ପଦବୀ ପାଇଁ ୭୦୦୦ରୁ ଅଧିକ ଆଶାୟୀ ଆବେଦନ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଚତୁର୍ଥ ପାସ୍‌ ରହିଛି। ହେଲେ ଆବେଦନ କରିଥିବା ଆଶାୟୀଙ୍କ ମଧ୍ୟରେ ଅଧିକାଂଶ ଗ୍ରାଜୁଏଟ୍‌ ଓ ପୋଷ୍ଟ ଗ୍ରାଜୁଏଟ୍‌ ଥିବା ଜଣାପଡ଼ିଛି।

ଏହା ଜଣାପଡ଼ିବା ପରେ ରାଜ୍ୟ ରାଜନୀତି ସରଗରମ୍ ହେବାରେ ଲାଗିଛି। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ରାଜ୍ୟରେ ବଢ଼ି ଚାଲିଥିବା ବେକାରୀ ସମସ୍ୟାର ଏହା ଏକ ଉଦାହରଣ ବୋଲି ବିରୋଧୀ କହିଛନ୍ତି।

କଂଗ୍ରେସ୍‌ ନେତା ନୱାବ ମଲ୍ଲିକ କହିଛନ୍ତି, “ସରକାର ରୋଜଗାର ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି। ରାଜ୍ୟରେ କୌଣସି ନୂଆ ଉଦ୍ୟୋଗ କରାଯାଇନାହିଁ। ଏହାସହ କୌଣସି ନୂଆ ପ୍ରୋଜେକ୍ଟ ଅଣାଯାଇନାହିଁ। ଯାହା ଫଳରେ ବେରୋଜଗାର ବଢ଼ିବାରେ ଲାଗିଛି ଓ ଲୋକେ ହଇରାଣ ହେଉଛନ୍ତି।”

ତେବେ ଗତ ସରକାର ତୁଳନାରେ ରାଜ୍ୟରେ ବେକାରୀ ସମସ୍ୟା କମିଥିବା ବର୍ତ୍ତମାନର ସରକାର ସଫେଇ ଦେଇଛନ୍ତି।

ବିତ୍ତମନ୍ତ୍ରୀ ସୁଧିର ମୁନଗନ୍ତୱାର କହିଛନ୍ତି, “ଆମେ କାହାକୁ କେଉଁଥିରେ ଆବେଦନ କରିବାକୁ ଅଟକାଇ ପାରିବା ନାହିଁ। ଆମେ ବହୁତ ଚାକିରି ସୃଷ୍ଟି କରିଛୁ ଏବଂ ଭଲ ସଂଖ୍ୟାରେ ନିଯୁକ୍ତି ଦେଇଛୁ।”

ତେବେ ନିଯୁକ୍ତି ପରିସଂଖ୍ୟନ ସରକାରଙ୍କ ମତ ସହ ମେଳ ଖାଉନାହିଁ। ରିପୋର୍ଟ ଅନୁସାରେ ରାଜ୍ୟରେ ୨୦୧୬ରେ ବେକାରୀ ସଂଖ୍ୟା ୩୩.୫୬ ଲକ୍ଷ ଥିଲା। ଯାହା ବୃଦ୍ଧି ପାଇ ବର୍ତ୍ତମାନ ୪୨.୨ ଲକ୍ଷରେ ପହଞ୍ଚିଛି।



from Odisha Reporter http://bit.ly/2FTQ0Fi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages