ଭଦ୍ର ଲୋକ ଭଳି କବାଟ ବାଡ଼େଇଲେ, ଆଉ ତା’ପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ଭଦ୍ର ଲୋକ ଭଳି କବାଟ ବାଡ଼େଇଲେ, ଆଉ ତା’ପରେ…

chori

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ରାତି ଅଧରେ ଘରେ ପଶିଲେ ଓ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଗୋଟିଏ ବାଇକ୍ ଲୁଟି ନେଲେ। ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‌ର ରାଉତରାପୁର ଗାଁରେ।

ଗତକାଲି ବିଳମ୍ବିତ ରାତିରେ ୪ ଜଣ ଡକାୟତ ରାଉତରାପୁର ଗାଁର ସୁଶାନ୍ତ ମାହାର୍ଣ୍ଣାଙ୍କ ଘରେ ପଶିଥିଲେ। ସେ ଓ ତାଙ୍କ ପରିବାର ଲୋକେ ଶୋଇଥିବା ବେଳେ ଏହି ଡକାୟତମାନେ କବାଟ ବାଡ଼େଇ ଥିଲେ। ସୁଶାନ୍ତ କବାଟ ଖୋଲିବା ମାତ୍ରେ ସେମାନେ ଘରେ ପଶି ଯାଇଥିଲେ।

୪ ଡକାୟତଙ୍କ ମଧ୍ୟରୁ ତିନି ଜଣଙ୍କ ପାଖରେ ବନ୍ଧୁକ ଥିଲା। ସେମାନେ ବନ୍ଧୁକ ଓ ଛୁରୀ ଦେଖାଇ ସୁଶାନ୍ତଙ୍କ ଘରେ ଥିବା ପ୍ରାୟ ୨୦ ଭରି ସୁନାଗହଣା ସହିତ ଲକ୍ଷେ ୩୦ ହଜାର ଟଙ୍କା ଲୁଟି ନେଇଥିଲେ।

ଘଟଣାସ୍ଥଳରେ ଦୁର୍ଗାଦେବୀ ଫାଣ୍ଡି ଓ ମୟୁରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ପୁଲିସ୍ ଆସି ତଦନ୍ତ କରିଛି।



from Odisha Reporter http://bit.ly/2WbFQW9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages