ଆଉ ଚାପ ହଜମ କରିପାରୁନାହାନ୍ତି ମୁଖ୍ୟମନ୍ତ୍ରୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

ଆଉ ଚାପ ହଜମ କରିପାରୁନାହାନ୍ତି ମୁଖ୍ୟମନ୍ତ୍ରୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୧୯ବର୍ଷର ଶାସନ ବିରୁଦ୍ଧରେ ବୃଦ୍ଧି ପାଉଥିବା ଆକ୍ରୋଶର ଭୟ ଏବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଏତେ ମାତ୍ରାରେ ଆଶଙ୍କିତ କରିଛି ଯେ ବିରୋଧୀଙ୍କ ଚାପକୁ ହଜମ କରିବା ସ୍ଥିତିରେ ସେ ନାହାନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା। ବିଶେଷକରି ଚାଷୀ ସମାବେଶ ଓ କାଳିଆ ଯୋଜନାରୁ ନିର୍ବାଚନୀ ଫାଇଦା ନେବାକୁ ଚେଷ୍ଟା କରୁଥିବା ବିଜେଡି ଏବେ ମହାରଥୀଙ୍କ ଇସ୍ତଫା ପରେ ନିଜ ଜାଲରେ ନିଜେ ଫସିଯାଇଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ସାଧାରଣ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିବାବେଳେ ମନ୍ତ୍ରୀ ପଦରୁ ପ୍ରଦୀପ ମହାରଥୀଙ୍କ ଇସ୍ତଫା ବିଜେଡିକୁ ବ୍ୟାକଫୁଟରେ ରଖିଛି। ମହାରଥୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରି ମୁଖ୍ୟମନ୍ତ୍ରୀ ପରୋକ୍ଷରେ ରାଜ୍ୟରେ ମହିଳା ହିଂସା,ନିର୍ଯାତନା ଓ ସୁରକ୍ଷା ସ୍ଥିତି ଚିନ୍ତାଜନକ ବୋଲି ସ୍ୱୀକାର କରିବା ସହ ନିଜ ସରକାର ଓ ନେତୃତ୍ୱର ବିଫଳତାକୁ ମଧ୍ୟ ପଦାରେ ପକାଇଛନ୍ତି।

ରାଜ୍ୟର ଗୃହମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପିିପିଲି ଗଣଦୁଷ୍କର୍ମ ପୀଡ଼ିତାକୁ ନ୍ୟାୟ କିଭଳି ମିଳିବ ସେ ଦିଗରେ ତ୍ୱରିତ୍ ପଦକ୍ଷେପ ନନେଇ ମନ୍ତ୍ରୀ ପଦରୁ ଶ୍ରୀ ମହାରଥୀଙ୍କୁ ବିଦା କରିଛନ୍ତି। ଉଭୟ କଂଗ୍ରେସ ଓ ବିଜେପି ମହିଳା ମୋର୍ଚ୍ଚାର ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନର ସାଇଡ ଇଫେକ୍ଟ ଯୋଗୁ ମନ୍ତ୍ରୀ ପଦରୁ ମହାରଥୀଙ୍କୁ ହଟାଇଥିଲେ ମଧ୍ୟ ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ଚମକାଇବାରେ ସହାୟକ ହେବାର ସମ୍ଭାବନା କ୍ଷୀଣ। କାରଣ ଅଭିଯୁକ୍ତଙ୍କୁ ଉଚିତ୍ ଦଣ୍ଡ ନମିଳିବା ପର୍ଯ୍ୟନ୍ତ କେବଳ ଶ୍ରୀ ମହାରଥୀଙ୍କୁ ମନ୍ତ୍ରୀ ପଦରୁ ହଟାଗଲେ ତାଙ୍କ ଝିଅର ଆତ୍ମାକୁ ନ୍ୟାୟ ମିଳିବ ନାହିଁ ବୋଲି ପିପିଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାର କହିଛି। ଏପଟେ ବିଜେପି ମଧ୍ୟ ଶ୍ରୀ ମହାରଥୀଙ୍କ ଇସ୍ତଫାରେ ସନ୍ତୁଷ୍ଟ ନହୋଇ ପ୍ରତିବାଦ ଅଭିଯାନ ଜାରି ରହିବ ବୋଲି କହିଛି ଏବଂ ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପୀଡ଼ିତା ପରିବାରକୁ ଭେଟି ଏହି ଜଳୁଥିବା ରାଜନୀତିକ ନିଆଁରେ ଘିଅ ଢାଳିବାକୁ ଉଦ୍ୟମ କରିଛନ୍ତି।

ତଥ୍ୟାଭିଜ୍ଞଙ୍କ ମତ ଅନୁସାରେ, ପିପିଲି ଗଣଦୁଷ୍କର୍ମ ମାମଲାର ରାୟ ଉପରେ ଡିସେମ୍ବର ୨୫ତାରିଖରେ ମହାରଥୀ ମହିଳାବିରୋଧୀ ବୟାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଚାହିଁଥିଲେ ମହାରଥୀଙ୍କୁ ଡିସେମ୍ବର ଶେଷ ସପ୍ତାହରେ ମନ୍ତ୍ରୀ ପଦରୁ ବିଦା କରି ନିଜ ସରକାର ଭାବମୂର୍ତ୍ତିକୁ ସୁଧାରିପାରିଥାନ୍ତେ। ଅନେକ ବିରୋଧ ସତ୍ତ୍ୱେ ତାଙ୍କୁ ମନ୍ତ୍ରୀ ପଦରୁ ବିଦା କଲେନି ଓଲଟା ଡିସେମ୍ବର ୩୦ତାରିଖରେ ନବୀନ ନିବାସ ଡାକି ପୁରୀରେ ମହିଳା ଏସଏଚଜି ସମାବେଶକୁ ସଫଳ କରିବାକୁ ପରାମର୍ଶ ଦେଲେ। ମହାରଥୀଙ୍କ ସପକ୍ଷରେ ତାଳିପକା ଉଦ୍ୟମ କରିବା ପାଇଁ ମଧ୍ୟ ବରିଷ୍ଠ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କୁ ଢାଲ କରାଗଲା। ଏପଟେ ମନ୍ତ୍ରୀଙ୍କ ଚୌକି ବଞ୍ଚାଇବା ପାଇଁ ସବୁ ପ୍ରକାରର ଉଦ୍ୟମ ଚାଲିଲା।

ମେୟର ଅନନ୍ତ ନାରାୟଣ ଜେନାଙ୍କ ସେକ୍ସ ସ୍କାଣ୍ଡାଲ୍ ଭଳି ଏହି ଘଟଣା ବି ଚପିଯିବ ବୋଲି ବିଜେଡି ରଣନୀତିକାର ଭାବି ନେଇଥିଲେ। କିନ୍ତୁ ବିଜେପି ମହିଳା ମୋର୍ଚ୍ଚା ସେହି ପ୍ରସଙ୍ଗକୁ ଉଜ୍ଜୀବିତ ରଖିବା ପରେ କଂଗ୍ରେସ ସେହି ସମାନ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବାକୁ ସଜବାଜ ହେବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୀଡ଼ିତାକୁ ନ୍ୟାୟ ଦେବାକୁ ଆହ୍ୱାନ କରିବା ପରେ ସରକାରଙ୍କ ଚେତା ପଶିଥିଲା। ଏପର୍ଯ୍ୟନ୍ତ ସମସ୍ତ ପଦକ୍ଷେପ ଭୁଲ୍ ଥିବା ନବୀନଙ୍କ ରଣନୀତିକାର ହୃଦୟଙ୍ଗମ କରି ଢାଲ ହେବା ପରିବର୍ତ୍ତେ ମହାରଥୀଙ୍କୁ ବଳି ପକାଇବାର ତ୍ୱରିତ୍ ପ୍ର୍ରକ୍ରିୟା ଆରମ୍ଭ ହୋଇଥିଲା।

କିନ୍ତୁ ଏବେ କାଳିଆ ଯୋଜନାରେ ୫ହଜାର ଟଙ୍କାର ସହାୟତା ବାଣ୍ଟିବା ପାଇଁ ରାଜ୍ୟବ୍ୟାପୀ ଚାଷୀ ଚିହ୍ନଟ ପ୍ର୍ରକ୍ରିୟା ଚାଲିଥିବାବେଳେ ବିଜେଡି ମଧ୍ୟ ଧାନର ଏମଏସପି ପ୍ରସଙ୍ଗରେ ଦିଲ୍ଲୀ ଦରବାରରେ ୮ତାରିଖରେ ଆନ୍ଦୋଳନ କରିବାକୁ ଓହ୍ଲାଇଛି। କୃଷି ବିଭାଗ ସହ ଜଡ଼ିତ ଏହି ଦୁଇ କାର୍ଯ୍ୟକ୍ରମ ଚାଲିଥିବାବେଳେ କୃଷି ମନ୍ତ୍ରୀଙ୍କ ଇସ୍ତଫା ବି ନବୀନ ସରକାରର ତ୍ରୁଟିପୂର୍ଣ୍ଣ ରଣନୀତି ଓ ବିରୋଧୀଙ୍କ ଚାପକୁ ହଜମ କରିବାର ସ୍ଥିତି ଆଉ ବିଜେଡି ସଭାପତିଙ୍କ ନଥିବା କଥାକୁ ସ୍ପଷ୍ଟ କରିଛି।

ନବୀନ ଚାହିଁଥିଲେ ଅନ୍ତତଃପକ୍ଷେ ଦଳର ପ୍ରସ୍ତାବିତ ୮ତାରିଖ ଦିଲ୍ଲୀ କାର୍ଯ୍ୟକ୍ରମ ସରିବା ପରେ ମହାରଥୀଙ୍କଠୁ ଇସ୍ତଫା ନେଇପାରିଥାନ୍ତେ। କିନ୍ତୁ ଏହି କାର୍ଯ୍ୟକ୍ରମ ପୂର୍ବରୁ ମହାରଥୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରାଇ ନବୀନ କେଉଁ କୂଳର ହେଲେନି। ନା ଏହି ନିଷ୍ପତ୍ତି ତାଙ୍କର କିମ୍ବା ତାଙ୍କ ସରକାରର ଭାବମୂର୍ତ୍ତିରେ ସୁଧାର ଆଣିଲା, ନା ବିରୋଧୀ ଦଳ କିମ୍ବା ପୀଡ଼ିତା ପରିବାରଙ୍କୁ ଉକ୍ତ ନିଷ୍ପତ୍ତି ସନ୍ତୁଷ୍ଟ କରିପାରିଲା। ଓଲଟା ବିରୋଧୀଙ୍କ ସାମାନ୍ୟ ଚାପରେ ନବୀନ ଏବେ ଚେପା ହୋଇଯାଉଛନ୍ତି ବୋଲି ରାଜନୀତିକ ମହଲକୁ ସନ୍ଦେଶ ଗଲା।



from Odisha Reporter http://bit.ly/2Rh1HwI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages