ମହାରଥୀଙ୍କ ପାଇଁ ଅଭିଶପ୍ତ ‘କୃଷି ବିଭାଗ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

ମହାରଥୀଙ୍କ ପାଇଁ ଅଭିଶପ୍ତ ‘କୃଷି ବିଭାଗ’

maharathi

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ପାଇଁ କୃଷି ବିଭାଗ ‘ଅଭିଶପ୍ତ’ ପାଲଟିଥିବାବେଳେ ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ‘ସୁରକ୍ଷା ଢାଲ’ ଥିଲେ। ମହାରଥୀଙ୍କ ପାଇଁ ଉଭୟ କୃଷି ବିଭାଗ ଓ ଡାକ୍ତର ରାଉତ ସଂଯୋଗ ନା ଦୁର୍ଯୋଗ ତାକୁ ନେଇ ଚର୍ଚ୍ଚା।

ବିଜେଡିର ବରିଷ୍ଠ ନେତା ଶ୍ରୀ ମହାରଥୀଙ୍କୁ ୨୦୧୧ ମସିହା ମେ’ ୧୦ତାରିଖରେ ପ୍ରଥମଥର ପାଇଁ ମନ୍ତ୍ରୀ ପଦ ମିଳିଥିଲା। ଡାକ୍ତର ଦାମୋଦର ରାଉତଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରାଯିବା ପରେ ଖାଲି ପଡ଼ିଥିବା କୃଷି ବିଭାଗର ସେ ମନ୍ତ୍ରୀ ହୋଇଥିଲେ। ୨୦୦୯ ମସିହାରେ ବିଜେଡି ତୃତୀୟ ଥର କ୍ଷମତାକୁ ଆସିବାପରେ ଡାକ୍ତର ରାଉତ ୨୦୧୧ ମେ’ ୨୨ତାରିଖରେ କୃଷି ବିଭାଗର ମନ୍ତ୍ରୀ ହୋଇଥିଲେ। କିନ୍ତୁ ଦଳିତ ଘଟଣାରେ ବିବାଦୀୟ ହେବାରୁ ତାଙ୍କୁ ୨୦୧୧ ମେ’ ୯ତାରିଖରେ ମନ୍ତ୍ରିମଣ୍ଡଳରୁ ବିଦା ହେବାକୁ ପଡ଼ିଥିଲା। ଡାକ୍ତର ରାଉତ ଛାଡ଼ିଥିବା କୃଷି ବିଭାଗକୁ ତା’ପରଦିନ ଅର୍ଥାତ୍ ମେ’ ୧୦ତାରିଖରେ ମହାରଥୀ(ପ୍ରଥମଥର ପାଇଁ ମନ୍ତ୍ରୀ ହେଲେ, ତା’ପୁଣି କ୍ୟାବିନେଟ୍ ପାହ୍ୟା) ସମ୍ଭାଳିଥିଲେ। କିନ୍ତୁ ପିପିଲି ଗଣଦୁଷ୍କର୍ମ ଘଟଣା ତାଙ୍କୁ ଏହି ମନ୍ତ୍ରୀ ପଦରେ ବେଶୀଦିନ ରଖିପାରିନଥିଲା। ୨୦୧୨ ଜାନୁଆରୀ ୧୯ତାରିଖରେ  ‘ନୈତିକତା’ର ଆଳ ଦେଖାଇ ସେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ଅବଶ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲ ।

ତା’ପରେ ୨୦୧୪ ସାଧାରଣ ନିର୍ବାଚନ ପରେ ମହାରଥୀ ମନ୍ତ୍ରିମଣ୍ଡଳକୁ ଫେରିଥିଲେ ଓ ପୁଣି କୃଷି ବିଭାଗ ଦାୟିତ୍ୱ ତାଙ୍କ ଭାଗରେ ପଡ଼ିଥିଲା। କିନ୍ତୁ ପଞ୍ଚାୟତ ନିର୍ବାଚନର ପରାଜୟର ଝଟକାକୁ ସଜାଡ଼ିବା ପାଇଁ ୨୦୧୭ ମେ’ ମାସରେ ନବୀନ ନିଜ ମନ୍ତ୍ରିମଣ୍ଡଳ ଅଦଳବଦଳ କରି ମହାରଥୀଙ୍କଠୁ କୃଷି ବିଭାଗ କାଢ଼ି ନେଇ ତାଙ୍କୁ ପଞ୍ଚାୟତିରାଜ ବିଭାଗର  ଦାୟିତ୍ୱ ଦେଲେ। ଆଉ କୃଷି ବିଭାଗ ଦାୟିତ୍ୱରେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଅବସ୍ଥାପିତ ହେଲେ।

ତେବେ ନିଜର ତୁଣ୍ଡ ପାଇଁ ବିବାଦୀୟ ଥିବା ଡାକ୍ତର ରାଉତଙ୍କୁ ଡିସେମ୍ବର ୨୧ତାରିଖରେ ନବୀନ ନିଜ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଥିଲେ ଓ ତାଙ୍କ ପାଖରେ ଥିବା କୃଷି ବିଭାଗର ଦାୟିତ୍ୱକୁ ପୁଣିଥରେ ମହାରଥୀଙ୍କୁ ତୁଲାଇବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୭ ଡିସେମ୍ବର ୨୧ ତାରିଖରୁ ଅତିରିକ୍ତ ଦାୟିତ୍ୱ ଭାବେ ଶ୍ରୀ ମହାରଥୀ କୃଷି ବିଭାଗ ସମ୍ଭାଳିବା ପରଠୁ ବିବାଦୀୟ ହୋଇଥିଲେ।

ତେଣୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ‘କୃଷି ବିଭାଗ’ ସର୍ବଦା ଅଭିଶପ୍ତ ରହି ଆସିଛି। ୨୦୦୯ରେ କୃଷି ବିଭାଗ ପ୍ରଥମେ ଦାମ ଓ ତା’ପରେ ମହାରଥୀ ସମ୍ଭାଳିଥିଲେ।  ତା’ପରେ ଦେବୀ ପ୍ରସାଦ ମିଶ୍ରଙ୍କୁ ବିଭାଗର ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ। କିନ୍ତୁ ୨୦୧୪ ସାଧାରଣ ନିର୍ବାଚନରେ ସେ ଶିଳ୍ପ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱ ତୁଲାଇ ଅଧାରୁ ୨୦୧୭ରୁ ମନ୍ତ୍ରୀ ପଦରୁ ବିଦା ହୋଇଥିଲେ। ୨୦୧୪ ସାଧାରଣ ନିର୍ବାଚନ ପରେ କୃଷି ବିଭାଗ ମହାରଥୀ,ଡାକ୍ତର ରାଉତ ଓ ପୁଣି ମହାରଥୀଙ୍କ ପାଖରେ ରହିଥିଲା। ତେଣୁ ଏହି ବିଭାଗ ମହାରଥୀଙ୍କ ଭଳି ତଥାକଥିତ କୃଷକଙ୍କ ପାଇଁ ଦୁର୍ଯୋଗ ନା ସଂଯୋଗ ତାହା ଚର୍ଚ୍ଚାର ବିଷୟ।



from Odisha Reporter http://bit.ly/2CesJdN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages