ହୃଦ୍‌ଘାତର ଶିକାର ହୋଇ ବି ୫୦ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଲେ ଏହି ଡ୍ରାଇଭର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 27, 2019

ହୃଦ୍‌ଘାତର ଶିକାର ହୋଇ ବି ୫୦ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଲେ ଏହି ଡ୍ରାଇଭର୍‌

ନୁଆଦିଲ୍ଲୀ: ଗାଡ଼ି ଚଳାଉଥିବା ଅବସ୍ଥାରେ ଅଚାନକ ହୃଦ୍‌ଘାତର ଶିକାର ହୋଇ ନିଜେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ହେଁ ୫୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ପହଞ୍ଚାଇଥିଲେ ଜଣେ ବସ୍‌ ଡ୍ରାଇଭର୍‌। ଏହାର ପ୍ରତିଦାନରେ ବସ୍‌ର ଯାତ୍ରୀମାନେ ଗୁରୁତର ଅବସ୍ଥାରେ ଥିବା ଡ୍ରାଇଭର୍‌ଙ୍କୁ ନିକଟସ୍ଥ ଏକ ହସ୍‌ପିଟାଲ୍‌ରେ ତୁରନ୍ତ ଭର୍ତ୍ତି କରି ତାଙ୍କ ଜୀବନ ରକ୍ଷା କରିଛନ୍ତି।

ଏହି ରୋମାଞ୍ଚକର ଘଟଣାଟି ତେଲେଙ୍ଗାନାରେ ଗତ ବୁଧବାର ଘଟିଛି। ତେଲେଙ୍ଗନା ରାଜ୍ୟ ସଡ଼କ ପରିବହନ ନିଗମ(TSRTC)ର ଏକ ଯାତ୍ରୀବାହୀ ବସ୍‌ ଭୋର୍‌ ପ୍ରାୟ ୫ଟାରେ ଗୋଦାବରୀଖାନିରୁ ସିକନ୍ଦରାବାଦ୍‌ ଜୁବିଲି ବସ୍‌ ଷ୍ଟେସନ୍‌ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିବାବେଳେ ଏହାକୁ ଚଳାଉଥିଲେ ଡ୍ରାଇଭର୍‌ ଦାରିନି ମହେନ୍ଦର୍‌। ଅଧା ବାଟ ଅର୍ଥାତ୍‌ କମନ୍‌ପୁର ଅତିକ୍ରମ କରିବା ପରେ ମହେନ୍ଦର୍‌ଙ୍କୁ ହଠାତ୍‌ ନିଃଶ୍ୱାସ ନେବାରେ ଅସୁବିଧା ହେଲା ଏବଂ ଛାତିରେ ଯନ୍ତ୍ରଣା ଅନୁଭବ ହେଲା। ତେବେ ଯାତ୍ରୀଙ୍କୁ ସୁରକ୍ଷିତ ରଖିବା ପାଇଁ ସେ ବସ୍‌କୁ ଏକ ଡାକ୍ତରଖାନା ଓ ବସ୍‌ ଷ୍ଟପ୍‌ ଯାଏ ଚଳାଇବାକୁ ନିଷ୍ପତ୍ତି ନେଇଥିଲେ।

ବେଶ୍ କିଛି ସମୟ ଯାଏ ଗାଡ଼ି ଚଳାଇ ବସ୍‌କୁ ଏକ ନିରାପଦ ସ୍ଥାନକୁ ଆଣିବା ପାଇଁ ଉଦ୍ୟମ କରୁଥିଲେ ହେଁ ରାଘବପୁରରୁ ୪/୫ କିମି ଅତିକ୍ରମ କରିବା ପରେ ଡ୍ରାଇଭର୍‌ ଦାରିନି ମହେନ୍ଦର୍‌ଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଏହା ସତ୍ତ୍ୱେ ସେ ଏକ ବସ୍ ଷ୍ଟପ୍‌ରେ ଗାଡ଼କୁ ସୁରକ୍ଷିତ ଭାବେ ପହଞ୍ଚାଇ ଦେବା ପରେ ସେହି ଷ୍ଟିଅରିଂ ପାଖରେ ହିଁ ତାଙ୍କ ଶରୀର କୋଲାପ୍ସ କରି ଯାଇଥିଲା।

ଆଉ ଏବେ ଅସୁସ୍ଥ ଡ୍ରାଇଭର୍‌ଙ୍କ ଜୀବନ ରକ୍ଷାର ଦାୟିତ୍ୱ ପଡ଼ିଥିଲା ଯାତ୍ରୀଙ୍କ ଉପରେ। କୃତଜ୍ଞ ଯାତ୍ରୀମାନେ ମଧ୍ୟ ଏହି କର୍ତ୍ତବ୍ୟବୋଧରୁ ହଟି ନ ଥିଲେ।

ବସ୍‌ରେ ଯାତ୍ରା କରୁଥିବା ଚନ୍ଦ୍ରଶେଖର ନାମକ ଜଣେ ଡାକ୍ତର ପ୍ରଥମେ ମହେନ୍ଦର୍‌ଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ତତ୍‌କ୍ଷଣାତ୍‌ ନିକଟସ୍ଠ ମେଡିକାଲ୍‌କୁ ନେଇ ଯାଇଥିଲେ। ତେବେ ଦୁର୍ଭାଗ୍ୟବଶତଃ ସେହି ମେଡିକାଲ୍‌ରେ ଆନୁସଙ୍ଗିକ ଚିକିତ୍ସା ବ୍ୟବସ୍ଥା କି ଡାକ୍ତର ନ ଥିବାରୁ ଯାତ୍ରୀମାନେ ନିଜ ପକେଟ୍‌ରୁ ପଇସା ଖର୍ଚ୍ଚ କରି ପ୍ରାଇଭେଟ୍‌ ଆମ୍ବୁଲାନ୍‌ସ ଯୋଗେ ଅନ୍ୟଏକ ହସ୍‌ପିଟାଲ୍‌ରେ ମହେନ୍ଦର୍‌ଙ୍କୁ ଭର୍ତ୍ତି କରିଥିଲେ।

ଏବେ ମହେନ୍ଦର୍‌ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ମହେନ୍ଦର୍‌ଙ୍କ କହିବା ଅନୁଯାୟୀ,”ଏହା ମୋ ପାଇଁ ଏକ ଚମତ୍କାରୀ ଘଟଣା ଥିଲା। ପୂର୍ବରୁ ମୋ ଅବସ୍ଥା ଏପରି କେବେ ହୋଇନଥିଲା। ମୁଁ ଭାଗ୍ୟବାନ୍‌ ଯେ, ବସ୍‌ର ଯାତ୍ରୀମାନେ ମୋ ଜୀବନ ବଞ୍ଚାଇ ଦେଲେ।”



from Odisha Reporter http://bit.ly/2G2sgib

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages