ପୁଣି କାନ୍ଧରେ ବୁହା ହେଲା ଶବ: କେବେ ସୁଧୁରିବ ଏ ସ୍ଥିତି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 27, 2019

ପୁଣି କାନ୍ଧରେ ବୁହା ହେଲା ଶବ: କେବେ ସୁଧୁରିବ ଏ ସ୍ଥିତି ?

chitrakonda

ଚିତ୍ରକୋଣ୍ଡା (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲାର ଦାନ ମାଝି ପତ୍ନୀର ଶବ କାନ୍ଧରେ ବୋହିବା ଘଟଣାକୁ ଅଢ଼େଇ ବର୍ଷ ବିତିବାକୁ ବସିଛି। ଏହି ଘଟଣା ପରେ ରାଜ୍ୟରେ ଯେମିତି କୌଣସି ବ୍ୟକ୍ତିଙ୍କ ସମ୍ପର୍କୀୟ ଏପରି ସ୍ଥିତିରେ ସମ୍ମୁଖୀନ ହେବେ ନାହିଁ, ସେନେଇ ସରକାର ବହୁତ ଡିଣ୍ଡିମ୍‌ ପିଟିଥିଲେ। ହେଲେ ଏହି ଅଢ଼େଇ ବର୍ଷ ପରେ ମଧ୍ୟ ସ୍ଥିତିରେ ବିଶେଷ କିଛି ପରିବର୍ତ୍ତନ ହୋଇଥିବା  ପରି ଲାଗୁନାହିଁ। କାରଣ ଆଜି ବି ଏଠି ଲୋକଙ୍କ ମୃତଦେହକୁ ତାଙ୍କ ସମ୍ପର୍କୀୟଙ୍କୁ କାନ୍ଧରେ ବୋହି ନେବାକୁ ପଡୁଛି। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ।

ଆମ୍ବୁଲାନ୍ସ ନମିଳିବାରୁ ମୃତକଙ୍କ ପରିବାର ଓ ସମ୍ପର୍କୀୟ ତାଙ୍କ ଶବକୁ କାନ୍ଧରେ ବୋହି ଘରକୁ ନେଇଥିବା ଅଭିଯୋଗ ଆସିଛି।

ଅଭିଯୋଗ ଅନୁସାରେ ମାଝିଗୁଡ଼ା ଗାଁର ନିର୍ମଳ ପାଡାଲ ନାମକ ଜଣେ ଯୁବକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ ପରିବାର ଲୋକଙ୍କୁ ନିର୍ମଳଙ୍କ ମୃତଦେହ ଘରକୁ ଆଣିବାକୁ ଆମ୍ବୁଲାନ୍ସ ମିଳି ନଥିଲା। ଫଳରେ ପରିବାର ଲୋକେ ଚିତ୍ରକୋଣ୍ଡାରୁ ମାଝିଗୁଡା ଗାଁ ପ୍ରାୟ ୧୦ କିମି ଶବକୁ କାନ୍ଧରେ ବୋହି ଘରକୁ ଆଣିଥିଲେ।

ମୃତକଙ୍କ ସମ୍ପର୍କୀୟ ଭାଇ ଗୋପାଳ ମାଝି କହିଛନ୍ତି, “ଶବ ନେବାକୁ ଡାକ୍ତରଙ୍କ ସହ ଯୋଗାଯୋଗ କରାଯିବାରୁ ଏଠାରେ ୧୦୮ ଆମ୍ବୁଲାନ୍ସ ନାହିଁ, ନିଜ ବ୍ୟବସ୍ଥା ନିଜେ କର ବୋଲି କହିଥିଲେ। ଆଖପାଖରେ ଗାଡ଼ି ଯୋଗାଡ଼ କରିବାକୁ ଚେଷ୍ଟା କଲୁ, ହେଲେ ମିଳିଲା ନାହିଁ। ଆଉ କ’ଣ କରିଥାନ୍ତୁ, ଶେଷରେ ଯେତେଜଣ ସମ୍ପର୍କୀୟ ଥିଲୁ କାନ୍ଧରେ ବୋହି ପ୍ରାୟ ୧୦ କିମି ଗାଁକୁ ମୃତଦେହ ଆଣିଲୁ।”

ସୂଚନାଯୋଗ୍ୟ, ୨୦୧୬ ଅଗଷ୍ଟ ମାସରେ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ନାକରୁଣ୍ଡି ପଞ୍ଚାୟତ ମେଲଘରା ଗାଁର ଦାନ ମାଝି ପତ୍ନୀ ଆମାଙ୍ଗ ଦେଇଙ୍କ ମୃତଦେହ କାନ୍ଧରେ ବୋହିବା ଘଟଣା କେବଳ ଓଡ଼ିଶା ନୁହେଁ ଦେଶ ବିଦେଶରେ ଚର୍ଚ୍ଚିତ ବିଷୟ ପାଲଟି ଥିଲା। ଏହା ମାଧ୍ୟମରେ ଓଡ଼ିଶାର ଦାରିଦ୍ର୍ୟ ଓ ଏଠିକାର ସରକାରଙ୍କ ପାରିବାପଣିଆକୁ ସାରା ବିଶ୍ୱ ଦେଖିଥିଲା।

ଏହାପରେ ସରକାର ଚେଇଁ ଉଠିଥିଲେ। ଦାନ ମାଝି ପରି ଆଉ କେହି ଯେମିତି ଏପରି ପରିସ୍ଥିତିର ସମ୍ମୁଖୀନ ହେବେ ନାହିଁ ସେ ନେଇ ଦମ୍ଭୋକ୍ତି କରିଥିଲେ। ଏହି ଘଟଣା ପରେ ଦାନଙ୍କ ପାଖକୁ ସରକାରୀ ଓ ବେସରକାରୀ ସ୍ତରରୁ ବହୁ ସହାୟତା ଛୁଟି ଆସିଥିଲା। ଏଥିରେ ଦାନଙ୍କ ପରିବାରର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ଯିଏ ଦିନେ ଟଙ୍କା ନ ପାଇ ପତ୍ନୀର ଶବ କାନ୍ଧରେ ବୋହି ଘରକୁ ଆଣିଥିଲା, ସେ ଏବେ ବାଇକ୍‌ ଚଲାଉଛି। ହେଲେ ରାଜ୍ୟର ସ୍ୱାସ୍ଥ୍ୟସେବା ସତେ ଯେମିତି ସେହି ପୁରୁଣା ଦାନ ମାଝି ପାଖରେ ଅଟକି ଯାଇଛି। କାରଣ ଦାନ ଘଟଣାର ଅଢ଼େଇ ବର୍ଷ ପରେ ମଧ୍ୟ ଏ ରାଜ୍ୟରେ କାନ୍ଧରେ ଶବ ବୁହା ହେଉଛି।



from Odisha Reporter http://bit.ly/2FUVobU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages